www.samajalive.in
Saturday, December 6, 2025
26.1 C
Bhubaneswar

ଅପରାଧିଙ୍କ ନୂଆ ଠିକଣା ବଲାଙ୍ଗିର; ବଢୁଛି ବାହାର ରାଜ୍ୟ ଅପରାଧୀଙ୍କ ଅନୁପ୍ରବେଶ, ଅପରାଧ ମୁହାଁ ଅଳ୍ପ ବୟସ୍କ ଯୁବକ

ବଲାଙ୍ଗିର: ଗଞ୍ଜାମ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, କଟକ ଭଳି ଅପରାଧୀମାନଙ୍କ ଏବେ ନୂଆ ଠିକଣା ହେଉଛି ବଲାଙ୍ଗିର। ସହରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ସହରରେ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ବାହାରୁ ଲୁଟେରାଙ୍କୁ ଆଣି ଏହି କାରବାର କରାଯାଉଥିବା ଜଣାପଡ଼ିଛି। ରାଜ୍ୟ ବାହାରୁ ଆସି ତିଆରି ହୋଇଥିବା ବ୍ଲୁ ପ୍ରିଣ୍ଟରେ କାମ ସାରି ପୁଣି ନିଜ ଜିଲା ଓ ରାଜ୍ୟକୁ ଫେରିଯାଉଛନ୍ତି। ଫଳରେ ଏହି ଅପରାଧିଙ୍କୁ ଠାବ କରିବା ପାଇଁ ଜିଲା ପୁଲିସ ବିଫଳ ହେଉଛି। ରାଜ୍ୟ ବାହାର ଅପରାଧିଙ୍କ ଦ୍ୱାରା ଜିଲାରେ ବେଆଇନ ବନ୍ଧୁକ କାରବାର ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଉଛି। ଦୁଇ ବର୍ଷ ଭିତରେ ପ୍ରାୟତଃ ଅପରାଧ ଜଗତରେ ପଶିଥିବା ଅନେକ ଯୁବକଙ୍କ ପକେଟରେ ଏବେ ବନ୍ଧୁକ ଖେଳନା ସାଜିଛି।

ଅଳ୍ପ ବୟସ୍କ ଯୁବକ। ପକେଟ ନୁହେଁ, ଅଣ୍ଟାରେ ଖେଳନା ଭଳି ରଖି ବୁଲୁଛନ୍ତି ଅସଲି ବନ୍ଧୁକ। ନିଶା, କଫସିରଫ କାରବାରରେ ସାମିଲ ହୋଇ ବଲାଙ୍ଗିର ସହରର ଅନେକ ଯୁବକ ଏବେ ଅପରାଧିକ ସାମ୍ରାଜ୍ୟରେ ପଶି ସାରିଛନ୍ତି। ଏକଦା ଶାନ୍ତ ଥିବା ସହର ଏବେ ଦିନକୁ ଦିନ ଅଶାନ୍ତି ଆଡକୁ ମୁହାଁଇଥିବା ଅଭିଯୋଗ ହୋଇଛି। ଗତ କିଛି ବର୍ଷ ଭିତରେ ହୋଇଥିବା ଅନେକ ଅପରାଧିକ ମାମଲା ଛାନବିନ୍‍ କଲେ ସହରରେ କେତେ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି ତାହା ସ୍ପଷ୍ଟ ଜଣାପଡ଼ିଛି। ସୂଚନା ଅନୁସାରେ ବଲାଙ୍ଗିର ସହରରେ ବିଗତ କିଛି ମାସ ଭିତରେ ହୋଇଥିବା ପ୍ରାୟ ସମସ୍ତ ଲୁଟ ଘଟଣାରେ ପିସ୍ତଲ ବ୍ୟବହାର ହୋଇଥିବା ଦେଖିବାକୁ ମିଳୁଛି। କିଛି ଦିନ ତଳେ ଏକ ବିଦେଶୀ ମଦ ଦୋକାନ ସାମ୍ନାରେ ହୋଇଥିବା ଗଣ୍ଡଗୋଳରେ ମଧ୍ୟ ଜଣେ ଯୁବକ ପିସ୍ତଲ ଦେଖାଉଥିଲେ। ସେପ୍ଟେମ୍ବର ୧୩ ଓ ଜାନୁୟାରୀ ମାସରେ ହୋଇଥିବା ଦୁଇଟି ଲୁଟ ଘଟଣାରେ ମଧ୍ୟ ବନ୍ଧୁକ ମୁନରେ ଲୁଟ ହୋଇଥିଲା। କିଛି ଦିନ ତଳେ ପୁଲିସ ଏହି ଲୁଟ ଘଟଣାର ପର୍ଦ୍ଦାଫାସ କରିଥିଲା। ଏହି ଘଟଣାରେ ବ୍ୟବହୃତ ହୋଇଥିବା ଏକ ବନ୍ଧୁକ ମୁଖ୍ୟ ଅଭିଯୁକ୍ତ ବଣ୍ଟି ପାଖରୁ ପୁଲିସ ଜବତ କରିଥିବା ସ୍ପଷ୍ଟ କରିଛି। ଏକାଧିକ ମାମଲାରେ ପୁଲିସ ବନ୍ଧୁକ ଅଭିଯୁକ୍ତଙ୍କ ଠାରୁ ଜବତ କରୁଥିବା ବେଳେ ଅନେକ ଘଟଣାରେ ବ୍ୟବହୃତ ହୋଇଥିବା ବନ୍ଧୁକର ଟେର ପାଇନି ପୁଲିସ। ଏହି ବିଷୟରୁ ଏହା ସ୍ପଷ୍ଟ ହେଉଛି ଯେ ସହରରେ ବନ୍ଧୁକ କାରବାର ଜୋରସୋରରେ ଚାଲିଛି। ରାୟପୁର, ସମ୍ବଲପୁର, ଝାରସୁଗୁଡା ଓ ବ୍ରହ୍ମପୁର ଅଞ୍ଚଳରୁ ବଲାଙ୍ଗିରକୁ ବନ୍ଧୁକ ଚାଲାଣ ହେଉଥିବା ବେଳେ କମ ଦାମରେ ବି ମିଳି ଯାଉଥିବା ଅଭିଯୋଗ ହୋଇଛି। କିନ୍ତୁ ଏବିଷୟରେ ପୁଲିସ ଜାଣିଠୁ କିନ୍ତୁ ଠୋସ୍‍ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।
ଜାନୁୟାରୀ ମାସରେ ହୋଇଥିବା ଏୟାରଟେଲ ଦୋକାନୀଙ୍କୁ ଲୁଟ ଘଟଣାରେ ଦୁଇ ଜଣ ବିହାରୀ ଲୁଟେରାଙ୍କ ସଂପୃକ୍ତିକୁ ସାମ୍ନାକୁ ଆଣିଛି ଟାଉନ ପୁଲିସ। ଲୁଟ କରିବା ପରେ ଏହି ବିହାରୀ ଲୁଟେରାମାନେ ସହର ଛାଡି ଫେରାର ମାରିଥିଲେ। ଫଳରେ ଏହି ଘଟଣାରେ ପୁଲିସକୁ ସଫଳତା ମିଳିବା ପାଇଁ ଦୀର୍ଘ ୯ମାସ ଲାଗିଥିଲା। କେବଳ ଏହି ଘଟଣା ନୁହଁ, ଏହିଭଳି ଅନେକ ଅପରାଧିକ କାର୍ଯ୍ୟ କଳାପରେ ରାଜ୍ୟ ବାହାର ଅପରାଧିଙ୍କ ସଂପୃକ୍ତି ରହୁଛି। ପୂର୍ବରୁ ହୋଇଥିବା ଅନେକ ଲୁଟ ଘଟଣାରେ ବିହାର, ଝାଡଖଣ୍ଡ, ଛତିଶଗଡର ଲୁଟେରାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇସାରିଛି। ଏମିତିରେ ସହର ଭିତରେ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ରାଜ୍ୟ ବାହାରୁ ଯୁବକମାନେ ଆସି ଅପରାଧ ଘଟାଇ ପୁଣି ନିଜ ରାଜ୍ୟକୁ ବିନା ଦ୍ୱିଧାରେ ଫେରିଯାଉଛନ୍ତି। କିଛି ଦିନ ନୀରବ ରହିବା ପରେ ସେମାନେ ସହରକୁ ପୁଣି ଫେରୁଛନ୍ତି। ଫଳରେ ପୁଲିସ ନଜରରୁ ନିଜକୁ ବଞ୍ଚାଇବାରେ ଏହି ଅପରାଧିମାନେ ସଫଳ ହେଉଥିବା ଜଣାପଡ଼ିଛି। ଲୁଟ, ବନ୍ଧୁକ ଭଳି ନିଶା କାରବାରରେ ମଧ୍ୟ ଅଣଓଡିଆଙ୍କ ସଂପୃକ୍ତି ବଢୁଛି। ସହରରେ ପୁଣି ଶାନ୍ତି ଫେରାଇବା ଦିଗରେ ପୁଲିସ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଅନ୍ୟପକ୍ଷରେ ବଲାଙ୍ଗିରରେ ବିହାରୀ ଲୁଟେରାଙ୍କ ସଂପୃକ୍ତି ଓ ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଥିବା ନେଇ ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories