www.samajalive.in
Sunday, December 7, 2025
13.1 C
Bhubaneswar

କରୋନା କାଳରେ ଥକିପଡିନି ‘ଆକାଶବାଣୀ ବଲାଙ୍ଗିର’, ଶ୍ରୋତାଙ୍କୁ ବାନ୍ଧି ରଖିବା ପାଇଁ ନୂତନ କାର୍ଯ୍ୟକ୍ରମ

ବଲାଙ୍ଗିର: ଦୀର୍ଘ ୭ ମାସର କରୋନା କାଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହେଲେ ଏଭଳି ଏକ ଅନୁଷ୍ଠାନ ରହିଛି ଯିଏ କରୋନା କାଳରେ ଥକି ପଡିନି। ବରଂ ଏହା ବିରୋଧରେ ଜନ ସଚେତନତା ସୃଷ୍ଟି କରିବା ସହ ନିଜ ଉଦ୍ୟମରେ ଲଢେଇ ଜାରି ରଖିଛି। ୧୫ ଜଣ କର୍ମଚାରୀଙ୍କ ମଧ୍ୟରୁ ୭ ଜଣ କୋଭିଡ ପଜିଟିଭ ବାହାରିବା ପରେ ବି ଅଚଳାବସ୍ଥାକୁ ଏଡାଇ ନିଜ ଉଦ୍ୟମରେ ମୁଣ୍ଡ ଟେକି ଅପହଞ୍ଚ ଇଲାକରେ ଖବର ପରିବେଷଣ ଓ ସୂଚନା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଆକାଶବାଣୀ ବଲାଙ୍ଗିର।
ଆକାଶବାଣୀ ବଲାଙ୍ଗିର ତାର ସ୍ଥାପନା ୧୯୯୩ ମସିହା ଡିସେମ୍ବର ୨୯ ତାରିଖରୁ ଆଜି ପର୍ଯ୍ୟନ୍ତ ଏ ଅଞ୍ଚଳର ଜନସାଧାରଣଙ୍କ ଶିକ୍ଷା, ସୂଚନା, ମନୋରଂଜନ ସହ କଳା, ସାହିତ୍ୟ, ସଂସ୍କୃତି, ଲୋକଗୀତ, ଐତିହ ଆଦିର ପ୍ରଚାର ପ୍ରସାର ଦିଗରେ ଉଦ୍ୟମ ଜାରି ରଖିଛି। କୋଭିଡ-୧୯ ମହାମାରୀ ଯୋଗୁଁ ସମସ୍ତେ ପ୍ରଭାବିତ ହୋଇଥିବା ବେଳେ ଆକାଶବାଣୀ ବଲାଙ୍ଗିର ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛି। ୪ ଜଣ କାର୍ଯ୍ୟକ୍ରମ ଅଧିକାରୀ ଓ ୩ ଜଣ ପ୍ରସାରଣ ଅଧିକାରୀ ରହିବା ସ୍ଥାନରେ ମାତ୍ର ଜଣେ ଲେଖାଏଁ କାର୍ଯ୍ୟକ୍ରମ ଓ ପ୍ରସାରଣ ଅଧିକାରୀ ଏହି କେନ୍ଦ୍ରରେ ରହିଛନ୍ତି। ଲକ୍ ଡାଉନ ଘୋଷଣା ପୂର୍ବରୁ ଯୁବବାଣୀ, ଗୃହଲକ୍ଷ୍ମୀ, କିଶାନବାଣୀ, ଦେଶର ହାଲ ଆଦି କାର୍ଯ୍ୟକ୍ରମରେ ବିଭିନ୍ନ ସମୟରେ କୋଭିଡ-୧୯ ସମ୍ପର୍କିତ ଆବଶ୍ୟକୀୟ ଜରୁରୀ ସୂଚନା ଦିଆଯାଇଥିଲା। ତେବେ ଦେଶରହାଲ କାର୍ଯ୍ୟକ୍ରମରେ ଡା. ମଞ୍ଜୁବାଲା ପଣ୍ଡାଙ୍କ ସହ କରୋନା ଭାଇରସ ବିଷୟବସ୍ତୁ ଉପରେ ଆଞ୍ଚଳିକ ଭାଷାରେ ଆଲୋଚନା ଖୁବ ପ୍ରଶଂସିତ ହୋଇଥିଲା ବେଳେ ପରେ ଜିଲା ପ୍ରଶାସନ ସେହି ଅଡିଓକୁ ନିଜ ୱେବ ସାଇଟ୍‌ରେ ଅପଲୋଡ କରିଥିଲା। ମାର୍ଚ୍ଚ ୩୧ରୁ ଆରମ୍ଭ କରି ପ୍ରତ୍ୟେକ ଦିନ ଘଣ୍ଟାଏ ପାଇଁ କରୋନା ମୁକାବିଲା ରାଉଣ୍ଡଅପ୍‌ର ୩୫ଟି ଅଧ୍ୟାୟ ପ୍ରଚାର କରାଯାଇଥିବା କେନ୍ଦ୍ର ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ପଣ୍ଡା ସୂଚନା ଦେଇଛନ୍ତି। ତେବେ ସେଥିରେ ଜିଲାର ବିଭିନ୍ନ ଅଧିକାରୀଙ୍କଠୁ ଆରମ୍ଭ କରି ଜନ ପ୍ରତିନିଧି, ସାମ୍ବାଦିକ, ଜନସାଧାରଣ, ବୁଦ୍ଧିଜୀବୀ, ସଚେତନ ନାଗରିକ, ଯୁବକ ଯୁବତୀଙ୍କ ସମେତ ରାଜ୍ୟ ବାହାରେ ଥିବା ବଲାଙ୍ଗିର-ସୋନପୁର ଜିଲାର ଲୋକଙ୍କୁ ଫୋନ ଯୋଗେ ମତାମତ ନିଆଯାଇଥିଲା। କୋଭିଡ-୧୯ ନିୟମାବଳୀ ସମ୍ପର୍କରେ ସଚେତନତା କରାଯାଇଥିଲା। କେବଳ ସେତିକି ନୁହେଁ ଲକ୍ ଡାଉନ ସମୟରେ ଆକାଶବାଣୀ ବଲାଙ୍ଗିର କେନ୍ଦ୍ର ଚାଷୀମାନଙ୍କ ପାଇଁ ନୂତନ କିଶାନବାଣୀ କାର୍ଯ୍ୟକ୍ରମ ଫୋନ ଜରିଆରେ ପ୍ରସ୍ତୁତ କରିଛି। ତେବେ ଏସବୁ ଭିତରେ ସ୍ଥାନୀୟ ସାମୟିକ ଉପସ୍ଥାପକ/ଉପସ୍ଥାପିକାଙ୍କୁ ଆର୍ଥିକ ସହାୟତା ନିମନ୍ତେ କେନ୍ଦ୍ରସ୍ତରରେ ପ୍ରସ୍ତୁତ କରାଯାଇଥିଲା। ଗତ ସେପ୍ଟେମ୍ବର ମାସରେ ବଲାଙ୍ଗିର କେନ୍ଦ୍ରର ୧୫ ଜଣ କର୍ମଚାରୀଙ୍କ ମଧ୍ୟରୁ ୭ ଜଣଙ୍କ କୋଭିଡ ପଜିଟିଭ ବାହାରିଥିବା ବେଳେ କେନ୍ଦ୍ର ସ୍ତରରେ ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ନୂତନ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିଲା। ତେବେ ଦଶହରାକୁ ଆଖି ଆଗରେ ରଖି କିଛି ସ୍ୱତନ୍ତ୍ର ନିଜସ୍ୱ ନୂତନ କାର୍ଯ୍ୟକ୍ରମ ପ୍ରସ୍ତୁତି କରି କାର୍ଯ୍ୟକ୍ରମ ମଧ୍ୟ ପ୍ରଚାର କରୁଥିବା ପ୍ରସାରଣ ଅଧିକାରୀ ଦେବଦତ୍ତ ଭୋଇ ସୂଚନା ଦେଇଛନ୍ତି। ଜୟ ମା ଦୁର୍ଗା, ବିଶେଷ ଦଶହରା କାର୍ଯ୍ୟକ୍ରମ, କିଶାନବାଣୀରେ ସଂଗୀତ ବିଚିତ୍ରା, ଭାଇ ଜିଉଁନ୍ତିଆ ଯାହାକୁ ଉକିଆ କଳାକେନ୍ଦ୍ର ବୁର୍ଡାର କଳାକାରମାନେ ପରିବେଷଣ କରିଛନ୍ତି। ତେବେ ଶ୍ରୋତାଙ୍କୁ ବାନ୍ଧି ରଖିବା ପାଇଁ ମୋ ଗାଁ, ପଞ୍ଚାୟତ ହାଲଚାଲ, ଜନମତ, ଆପଣଙ୍କ ପସନ୍ଦ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଖୁବଶୀଘ୍ର ଏହାର ପ୍ରସାରଣ ହେବ ବୋଲି ଜଣାପଡିଛି।
ତେବେ ଏସବୁ ଭିତରେ ଏତେ ବାଧାବିଘ୍ନ ସତ୍ତେ୍ୱ ଏହି ଅନୁଷ୍ଠାନ ଦ୍ୱାରା ସ୍ଥାନୀୟ କଳାକାର, ଗୀତିକାର, ଲେଖକ, କବି, ଉପସ୍ଥାପକ, ଉପସ୍ଥାପିକା ତଥା କର୍ମଚାରୀମାନେ କାର୍ଯ୍ୟ କରି ଆର୍ଥିକ ସହାୟତା ପ୍ରଦାନ କରିବା ଏକ ବଡ ଚ୍ୟାଲେଞ୍ଜ ବୋଲି କେନ୍ଦ୍ର ନିର୍ଦ୍ଦେଶକ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଛନ୍ତି। ଆକାଶବାଣୀ କେନ୍ଦ୍ରରେ କୋଭିଡ-୧୯କୁ ସମ୍ପୁର୍ଣ୍ଣ ଭାବେ ପାଳନ କରାଯିବା ସହ ନିୟମିତ ସାନିଟାଇଜ କରାଯାଉଛି ବୋଲି ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories