ବଲାଙ୍ଗିର: ବଲାଙ୍ଗିର ଜିଲାରେ ରୋଗୀ ଚାଲାଣ ରାକେଟ ଠାବ କରାଯାଇଛି। ଘରୋଇ ହସ୍ପିଟାଲକୁ ରୋଗୀ ଚାଲାଣ ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଅଟକ ରଖିଛି। ରାୟପୁରର ଘରୋଇ ହସ୍ପିଟାଲକୁ ରୋଗୀମାନଙ୍କୁ ନିଆଯାଉଥିବାବେଳେ ପୁଲିସ ରୋଗୀ ଚାଲାଣ ରାକେଟକୁ ଧରିଥିଲା। ପୁଇଁତଳା ଆଠଗାଁ ଅଞ୍ଚଳର ୧୦ରୋଗୀଙ୍କୁ ରାୟପୁର ନିଆଯାଉଥିଲା। ରୋଗୀ ଘରୋଇ ହସ୍ପିଟାଲକୁ ରୋଗୀ ଚାଲାଣ ଅଭିଯୋଗରେ ବରଗଡ଼଼ ଜିଲାର ଜଣେ ମହିଳାଙ୍କୁ ଅଟକ ରଖି କଟକ ସଦର ଏସଡିପିଓ ଜେରା କରିଥିବା ଜଣାପଡ଼ିଛି। ବିଏସକେୱାଇ କାର୍ଡ ଆଳରେ ରୋଗୀଙ୍କ ଟଙ୍କା ଆତ୍ମସାତ କରିବାକୁ ଉଦ୍ୟମ ହୋଇଥିବା ସୂଚନା ମିଳିଛି।
Popular Categories



