www.samajalive.in
Thursday, December 11, 2025
18.1 C
Bhubaneswar

ମୋ ବସରେ ଅଚାନକ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ: ଆଗ୍ରାହାଟରୁ ବାହାରି ମୋ ବସ କଟକ ଆସୁଥିବାବେଳେ ଅଘଟଣ। ହଠାତ ମୋ ବସରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଅଘଟଣ ପରେ ସମସ୍ତ ଯାତ୍ରୀ ବସ ଭିତରୁ ବାହାରି ଆସିଥିବାବେଳେ ସେମାନେ ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।

ଆଜି ଆଗ୍ରାହାଟରୁ ବାହାରି ମୋ ବସ କଟକ ଆସୁଥିବାବେଳେ ଜଗତପୁର ଥାନା ବିରୂପା ବ୍ୟାରେଜ ନିକଟରେ ଅଚାନକ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ହଠାତ ଗାଡ଼ିରେ ପ୍ରଚଣ୍ଡ ଶବ୍ଦ ହୋଇ ଧୂଆଁ ବାହାରିଥିଲା। ସେନସର ଗେଟ୍‌‌ ନ ଖୋଲିବାରୁ ଯାତ୍ରୀମାନେ ଝରକାବାଟେ ବାହାରିଥିଲେ। ତେବେ ସମସ୍ତ ଯାତ୍ରୀ ବସରୁ ବାହାରିଥିବା ଜଣାପଡ଼ିଛି। ଅପରପକ୍ଷରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱୀତ କରିଥିବାବେଳେ ମୋ ବସରେ ଲାଗିଥିବା ନିଆଁକୁ ଆୟତ୍ତ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories