ବଲାଙ୍ଗିର:ସ୍ଥାନୀୟ ରୁଗୁଡିପଡା ଛକରେ ଶିବଦତ୍ତ ବଗର୍ତ୍ତିଙ୍କ ତେଜରାତି ଦୋକାନରେ ଅଗ୍ନିକାଣ୍ଡ ଘଟି ଦୋକାନଟି ଜଳି ଯାଇଛି। ସୋମବାର ରାତି ପ୍ରାୟ ସାଢେ ୩ଟା ସମୟରେ କୌଣସି କାରଣରୁ ଦୋକାନରେ ନିଆଁ ଲାଗିଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଦୋକାନରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଦୋକାନରେ ଥିବା ୨ଟି ଫ୍ରିଜ୍ ଓ ଅନ୍ୟ ସାମଗ୍ରୀ ଜଳି ଯାଇଥିବା ଦେଖିବାକୁ ମିଳିଥିଲା। ସର୍ଟ ସର୍କିଟ ଯୋଗୁଁ ଉକ୍ତ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସହକାରୀ ଅଗ୍ନିଶମ ଅଧିକାରୀ ପଞ୍ଚାନନ ବେହେରାଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାରେ ସାମିଲ ଥିଲେ।
Popular Categories



