www.samajalive.in
Sunday, December 14, 2025
17.1 C
Bhubaneswar

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପାଇଁ ତାଲିମ ଶିବିର

ବଲାଙ୍ଗିର:ସ୍ଥାନୀୟ ପିପି ଏକାଡେମୀରେ ସମଗ୍ର ଶିକ୍ଷା ବଲାଙ୍ଗିର ଆନୁକୁଲ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ନିବେଶୀ ଶିକ୍ଷା ମାଧ୍ୟମରେ ଶୈକ୍ଷିକ ତଥା ତଥ୍ୟ ଭିତ୍ତିକ ଶିକ୍ଷା ଦେବା ପାଇଁ ସମସ୍ତ ବ୍ଲକର ବିଶେଷ ଆବଶ୍ୟକତା ଥିବା ମତପ୍ରକାଶ ପାଇଛି। ଶିଶୁମାନଙ୍କ ପାଇଁ ନିଯୁକ୍ତି ପାଇଥିବା ବ୍ଲକ ସାଧନକର୍ମୀମାନଙ୍କୁ ନେଇ ୩ ଦିନିଆ ଶୈକ୍ଷିକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ଉଦଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିନୁ ସୁନ୍ଦର ପାଢୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ କେଶବ ଚନ୍ଦ୍ର ମେହେର ମୁଖ୍ୟଅତିଥି ଓ ଅନ୍ତର୍ନିବେଶୀ ଜିଲା ସଂଯୋଜକ, ସମଗ୍ର ଶିକ୍ଷା ପ୍ରଶାନ୍ତ ସରାଫ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ତାଲିମ ଶିବିରର ସାଧନ କର୍ମୀ ଭାବେ ପ୍ରଜ୍ଞା ପରିମିତା ବହିଦାର, ଦିବ୍ୟକାନ୍ତ ମେହେର ଓ ଭାରତୀ ପଟ୍ଟନାୟକ ଯୋଗଦେଇ ଜାତୀୟ ଶିକ୍ଷାନୀତି -୨୦୨୦, ଭାଷା, ଗଣିତ ଓ ଇଂରାଜି ଉପରେ ସାଧାରଣ ଛାତ୍ରଛାତ୍ରୀମାନଙ୍କ ସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଏକ ଶ୍ରେଣୀ ପ୍ରକୋଷ୍ଠରେ ଅନ୍ତର୍ନିବେଶୀ ଶିକ୍ଷା ମାଧ୍ୟମରେ କିଭଳି ଶିକ୍ଷାଦାନ ଦିଆଯାଇ ପାରିବ ସେ ଉପରେ ତାଲିମ ଦେଇଥିଲେ।

 

- Advertisement -

ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ ଓ ଲୋକନାଥ ସୁନା ଯୋଗଦେଇ ତାଲିମର ବିଷୟବସ୍ତୁ ଛାତ୍ରଛାତ୍ରୀମାନଙ୍କ ପାଖରେ ଠିକ୍ ଭାବରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ବଙ୍ଗୋମୁଣ୍ଡା ବ୍ଲକ ସାଧନକର୍ମୀ ଲକ୍ଷ୍ମୀକାନ୍ତ ଷଡଙ୍ଗୀ ସଂଯୋଜନା କରିଥିବା ବେଳେ ଆଗଲପୁର ବ୍ଲକ ସାଧନକର୍ମୀ ନବ କିଶୋର ସାମଲ ତାଲିମ କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ। ଶେଷରେ ପୁଇଁନ୍ତଲା ବ୍ଲକ ସାଧନକର୍ମୀ ଅଳକା ଦାଶ ଧନ୍ୟବାଦ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories