www.samajalive.in
Saturday, December 6, 2025
16.1 C
Bhubaneswar

ବଜାରକୁ ଆସିଲା ବଜାଜର ଭି-୧୫ ପାୱାର ଅପ ନୂଆ ମଡେଲ

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ନିଜର ସମସ୍ତ ମୋଟର ସାଇକେଲକୁ ଅପଡେଟ କରିବାରେ ଲାଗିଛି। କିଛି ବାଇକରେ ସୁରକ୍ଷାକୁ ନେଇ ବଦଳା ଯାଉଥିବାବେଳେ ଅନ୍ୟକିଛି ବାଇକର ଷ୍ଟାଇଲରେ ପରିବର୍ତ୍ତନ କରାଯାଉଛି। ବର୍ତ୍ତମାନ ବଜାଜ୍‍ ନିଜର ନୂଆ ମଡେଲ ବାଇକ ଭି-୧୫ର ବଜାର ପ୍ରବେଶ କରାଇଛି। ବଜାଜ୍‍ ଭି-୧୫ ପାୱାର ଅପ ୱାରିଏଣ୍ଟର ମୂଲ୍ୟ ୬୫,୭୦୦ ଟଙ୍କା ରହିଛି।
ଏହି ବାଇକର ନାମ ଅନୁସାରେ ହିଁ ଏଥିରେ ଅଧିକ ଶକ୍ତିଶାଳୀ ଓ ଏହା ବଜାଜ୍‍ ଭି-୧୫କୁ ପରିବର୍ତ୍ତନ କରିବ। ଏହି ବାଇକରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ। ବାଇକର ବାହାର ଏବଂ ରଙ୍ଗରେ ହିଁ ପରିବର୍ତ୍ତନ କରାଯାଇଛି। ଏହାବ୍ୟତୀତ ଐତିହାସିକ ଆଇଏନଏସ୍‍ ବିକ୍ରାନ୍ତ ଏୟାରକ୍ରାପ୍ଟର ଆକର୍ଷଣୀୟ ଭି ଲୋଗୋ ବାଇକରେ ଉପଲବ୍ଧ ରହିବ। ଏଥିରେ ୧୪୯.୫ସିସି ଏୟାରକୁଲ୍ଡ ଇଞ୍ଜିନ, ୫ସ୍ପିଡ ଗିୟର ବକ୍ସ ଆଦି ସୁବିଧା ରହିଛି। ବାଇକର ଏହି ନୂତନକରଣକୁ ସମସ୍ତେ ଗ୍ରହଣ କରିବେ ବୋଲି ଆଶା କରାଯାଉଥିବା କମ୍ପାନୀ କହିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories