www.samajalive.in
Sunday, December 14, 2025
19.1 C
Bhubaneswar

ବଜାଜ୍ ଆଲିଆଞ୍ଜ ଲାଇଫ୍ ପକ୍ଷରୁ ଓଡ଼ିଶାରେ ବୀମା ପରାମର୍ଶଦାତାଙ୍କ ସଶକ୍ତୀକରଣ

ଡେସ୍କ: ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନି ବଜାଜ ଆଲିଆଞ୍ଜ ଲାଇଫ୍ ଇନସ୍ୟୁରାନ୍ସ ଭାରତ ଏବଂ ଓଡ଼ିଶାରେ ଜୀବନ ବୀମାକୁ ଏକ ବହୁମୁଖୀ ନିବେଶ ବିକଳ୍ପ ଭାବେ ସଚେତନ ଏବଂ ସରଳ କରିବା ପାଇଁ ବୀମା ପରାମର୍ଶଦାତାର ନେଟୱାର୍କକୁ ଉପଯୋଗ କରୁଛି। ସମଗ୍ର ଓଡ଼ିଶାରେ ୮୫୦୦ରୁ ଅଧିକ ଏଜେଣ୍ଟ ଏବଂ ୩୮ଟି କାର୍ଯ୍ୟାଳୟ ସହିତ ଦୃଢ଼ ଉପସ୍ଥିତି ରଖିଥିବା ବଜାଜ ଆଲିଆଞ୍ଜ ଲାଇଫ୍ ଏହି ଅଂଚଳରେ ବୀମା ଉପଲବ୍ଧତା ବୃଦ୍ଧି ପାଇଁ ସମର୍ପିତ। ବୀମା ଏଜେଟ୍ ଭାବରେ ପରିଚିତ ଆଇସିମାନେ ଗ୍ରାହକମାନଙ୍କ ସହିତ କ‌ଥାବାର୍ତା କରିବା ଏବଂ ସେମାନଙ୍କ ଜୀବନ ଲକ୍ଷ୍ୟ ସହିତ ଜଡ଼ିତ ଆର୍ଥକ ନିଷ୍ପତି ନେବାରେ ସେମାନଙ୍କୁ ସାହାଯ୍ୟ କରିବାରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରୁଛନ୍ତି।

ଆର୍ଥକ ନିରାପତ୍ତା ପାଇଁ ଜୀବନ ବୀମାର ଗୁରୁତ୍ଵ ବିଷୟରେ ବଢୁଥିବା ସଚେତନତା ସତ୍ତ୍ବେ ଓଡ଼ିଶା ସମେତ ସମଗ୍ର ଭାରତରେ ଏହାକୁ ବ୍ୟାପକ କରିବାରେ ଏକ ବଡ଼ ବ୍ୟବଧାନ ରହିଛି। ଭାରତୀୟ ବୀମା ନିୟାମକ ବିକାଶ କର୍ତ୍ତୃପକ୍ଷଙ୍କ ୨୦୨୨-୨୩ର ବାର୍ଷିକ ରିପୋର୍ଟରୁ ଜଣାପଡିଛି ଯେ ଦେଶରେ ଜୀବନ ବୀମା ସାନ୍ଦ୍ରତା ୩ ପ୍ରତିଶତ ରହିଛି। ବିଶେଷ କରି ଅବହେଳିତ ଅଂଚଳରେ ଏହାର ଯଥେଷ୍ଟ ଅବ୍ୟବହୃତ ସମ୍ଭାବନା ରହିଛି । ଜର୍ଣାଲ ଅଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଜାନୁଆରୀ-ମାର୍ଚ ୨୦୨୩) ଏହା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଜାତୀୟ ସ୍ତରରେ ବିକ୍ରି ହେଉଥିବା ମୋଟ ପଲିସିର ପ୍ରାୟ ୪.୭୧% ଓଡ଼ିଶାରେ ବିକ୍ରି ହେଉଛି। ପରିବାରର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖିବାରେ ବୀମାର ଗୁରୁତ୍ଵପୂର୍ଣ ଭୂମିକା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ରହିଥିବା ଜରୁରୀ ଆବଶ୍ୟକ‌ତା ଉପରେ ଏହା ଆଲୋକପାତ କରୁଛି।

- Advertisement -

ବଜାଜ ଆଲିଆଞ୍ଜ ଲାଇଫ ଏଜେଂଟମାନଙ୍କ ବ୍ୟାପକ ନେଟୱାର୍କ ସହିତ ଏହି ବ୍ୟବଧାନକୁ ଦୂର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏକ ଦୃଢ଼ ଦିବିଧ ମାଧ୍ୟମର ଦିତରଣ ବ୍ୟବସ୍ଥା, ଏକ ବିବିଧ ଏବଂ ଅଭିନବ ଉତ୍ପାଦ ବର୍ଗମାଳା ଏବଂ ଏକ ଚମତ୍କାର ଜିଜିଟାଲ ବ୍ୟବସ୍ଥା ରଖିଥିବା ଏହି କମ୍ପାନି ଓଡ଼ିଶା ଏବଂ ସମଗ୍ର ଭାରତରେ ଜୀବନ ବୀମା ପହଂଚାଇବାକୁ ତ୍ବରାନ୍ବିତ କରିବା ପାଇଁ ଗୁରୁତ୍ବପୂର୍ଣ ଭାବେ ପ୍ରସ୍ତୁତ ରହିଛି।

ଦେଶ ତଥା ଓଡ଼ିଶାରେ ବୀମା ସାନ୍ଦ୍ରତାରେ ଏଜେନ୍‌ମାନଙ୍କ ଗୁରୁତ୍ଵପୂର୍ଣ ଭୂମିକା ସମ୍ପର୍କରେ ବଳାକ ଆଲିଆଞ୍ଜ ଲାଇଫର ମୁଖ୍ୟ ଏଜେନ୍ସି ଅଧ୍ବକାରୀ ସମୀର ଯୋଶୀ କହିଛନ୍ତି ଯେ, ‘ଜୀବନ ବୀମାକୁ ପ୍ରାୟତଃ ଜଟିଳ ଭାବରେ ବିବେଚନା କରାଯାଏ ଏବଂ ଗ୍ରାହକମାନେ ସେମାନଙ୍କ ନିର୍ଦ୍ଦିଷ୍ଟ ଜୀବନ ଲକ୍ଷ୍ୟ ଆଧାରରେ ସଠିକ୍ ନିବେଶ ଚୟନ କରିବାରେ ମାର୍ଗଦର୍ଶନ କରିବା ପାଇଁ ଏଭଳି ଲୋକଙ୍କୁ ପସନ୍ଦ କରନ୍ତି ଯାହାଙ୍କ ଉପରେ ତାଙ୍କର ବିଶ୍ଵାସ ରହିଛି। ଏହି ପରିପ୍ରେକ୍ଷୀରେ ବୀମା ପରାମର୍ଶଦାତା କିମ୍ବା ଏଜେଟ୍ରମାନେ ଅପରିହାର୍ଯ୍ୟ ଅଟନ୍ତି ସେମାନେ ଗ୍ରାହକଙ୍କ ଆବଶ୍ୟକତାକୁ ବୁଝନ୍ତି ଏବଂ ଉପଯୁକ୍ତ ପରାମର୍ଶ ପ୍ରଦାନ କରନ୍ତି। ତେଣୁ ଗ୍ରାହକମାନଙ୍କୁ ସେମାନଙ୍କ ଜୀବନ ଲକ୍ଷ୍ୟକୁ ନିରବଚ୍ଛିନ୍ନ ଭାବରେ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ଆବଶ୍ୟକ ଜ୍ଞାନ, ଅଭିନବ ଉତ୍ପାଦ ଏବଂ ପ୍ରକ୍ରିୟା ସହିତ ଆମ ଏଜେଂଟମାନଙ୍କୁ ସଶକ୍ତ କରିବା ଆମ ପାଇଁ ଗୁରୁତ୍ଵପୂର୍ଣ ଉଭୟ ଗ୍ରାହକ ଏବଂ ଏଜେଂଟମାନଙ୍କ ପାଇଁ ଲାଭଦାୟକ ଏକ ଅନୁକୂଳ ପରିବେଶ ସ୍ଥାପନ ପାଇଁ ଆମର ପ୍ରୟାସ ଦ୍ଵାରା ଆମେ ଉଭୟ ଜାତୀୟ ସ୍ତରରେ ଏବଂ ଓଡ଼ିଶାରେ ବୀମା ଉପଲବ୍ଧତା ବୃଦ୍ଧି କରିପାରିବୁ ବୋଲି ମୋର ବିଶ୍ଵାସ ରହିଛି।”

ବଜାଜ ଆଲିଆଞ୍ଜ ଲାଇଫର ଏଜେନ୍ସି ଚ୍ୟାନେଲ ଦେଶର ଅନ୍ୟତମ ବୃହତମ ଚ୍ୟାନେଲ ଏବଂ ୧୦୦% ଡିଜିଟାଲ ଏଜେନ୍ସି ଚ୍ୟାନେଲ ଭାବେ କାର୍ଯ୍ୟ କରୁଛି। ଏଜେଣ୍ଟମାନେ କମ୍ପାନିରେ ସାମିଲ ହେବା ପରଠାରୁ ହିଁ ଯେଭଳି ପ୍ରଯୁକ୍ତିର ଲାଭ ଉଠାଇପାରିବେ ତାହାକୁ ଏହି ଡିଜିଟାଲ ଆଭିମୁଖ୍ୟ ସୁନିଶ୍ଚିତ କରୁଛି। ଏହାବ୍ୟତୀତ ଉପକରଣ, ସମ୍ବଳ, ପ୍ରୋତ୍ସାହନ ଏବଂ ସ୍ଵୀକୃତି କାର୍ଯ୍ୟକ୍ରମ ମାଧ୍ୟମରେ ଏଜେଟ୍‌ମାନେ ସେମାନଙ୍କର ଅଗ୍ରଗତିକୁ ଜାଣିପାରିବେ ଏବଂ ଏକ ପ୍ରତିଯୋଗିତାମୂଳକ ଶିଳ୍ପରେ ଉତ୍କର୍ଷ ହାସଲ କରିପାରିବେ। ବଜାଜ ଆଲିଆଞ୍ଜ ଲାଇଫ୍ ଇନସ୍ୟୁରାନ୍ତି ଏକ ସମୃଦ୍ଧ ବ୍ୟବସ୍ଥା ସୃଷ୍ଟି କରିଛି ଯାହା ଏହାର ଏଜେଟ୍ମାନଙ୍କୁ ଉଭୟ ବୃତିଗତ ଏବଂ ଆର୍ଥିକ ଭାବେ ବିକଶିତ ହେବାକୁ ସଶକ୍ତ କରୁଛି କମ୍ପାନି ବିଭିନ୍ନ ପଦକ୍ଷେପ ଏବଂ ପ୍ରଯୁକ୍ତି ପ୍ଲାଟଫର୍ମ ମାଧ୍ୟମରେ ପ୍ରାରମ୍ଭିକ ଏଜେଟ୍ ପ୍ରଶିକ୍ଷଣକୁ ପ୍ରାଥମିକତା ଦେଉଛି ଯାହା ଏଜେଟ୍ମାନଙ୍କ ପସନ୍ଦର ଅଂଶୀଦାର ଭାବେ ନିଜ ଖ୍ୟାତିକୁ ସୁଦୃଢ଼ କରିପାରିଛି।

ଜାନୁଆରୀ ୩୧, ୨୦୨୪ ସୁଦ୍ଧା ବଜାଜ ଆଲିଆଞ୍ଜ ଲାଇଫ୍ ୧୬, ୭୯୦ କୋଟି ଟଙ୍କାର ମୋଟ ପ୍ରିମିୟମ୍ (ଜିଡବ୍ଲ୍ୟୁପି) ହାସଲ କରିଛି ଏବଂ ଏହାର ଅପରିଚାଳନା ଅଧୀନ ସଂପତି (ଏୟୁଏମ୍) ଏହି ଅବଧୂରେ ଏକ ଲକ୍ଷ କୋଟି ଟଙ୍କାର ମାଇଲଖୁଟ ଅତିକ୍ରମ କରି ୧,୦୬,୮୫୮ କୋଟି ଟଙ୍କାରେ ପହଂଚିଛି। ୫୧୩ଟି ଶାଖା, ୧,୪୫,୦ରୁ ଅଧିକ ଏଜେଟ୍ ଏବଂ ୮୨ଟି ସଂସ୍ଥାଗତ ଅଂଶୀଦାରଙ୍କୁ ନେଇ ଗଠିତ ଏହାର ବ୍ୟାପକ ବିତରଣ ନେଟୱାର୍କ ମାଧ୍ୟମରେ କମ୍ପାନି ଦେଶବ୍ୟାପୀ ଏକ ଦୃଢ଼ ଉପସ୍ଥିତି ରଖୁଛି । ଗ୍ରାହକମାନେ ହ୍ଵାଟ୍‌ସଆପ୍ ଏବଂ କମ୍ପାନିର ଉତ୍ସର୍ଗୀକୃତ୍ ଆପ୍ ସମେତ ବିଭିନ୍ନ ଡିଜିଟାଲ ସେବା ମାଧ୍ୟମରେ କମ୍ପାନି ସହିତ ଯୋଗାଯୋଗ କରିପାରିବେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories