www.samajalive.in
Saturday, December 6, 2025
15.1 C
Bhubaneswar

ଦୃତଗତିରେ ବଢୁଛି ବୈତରଣୀ ଓ ସାଳନ୍ଦୀ ନଦୀ

ତଳିଆ ଅଞ୍ଚଳରେ ପଶିଲା ବନ୍ୟାପାଣି
କୂଳରେ ଥିବା ମଟରବୋଟ ବୁଡିଲା
ଶହଶହ ଏକର ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟାପାଣି

ଆରଡି: ବୈତରଣୀ ନଦୀର ଉପର ମୁଣ୍ଡରେ ଜଳସ୍ତର କମୁଥିବା ବେଳେ ତଳମୁଣ୍ଡ ଅର୍ଥାତ ଆରଡି ଅଞ୍ଚଳରେ ଦୃତଗତିରେ ବଢୁଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର। ଏପରିକି ବନ୍ୟାଜଳ ଶୁକ୍ରବାର ଅପରାହ୍ଣ ସୁଦ୍ଧା ବିଭିନ୍ନ ଏସକେପ ଓ ମାହାରା ଦେଇ ତଳିଆ ଅଞ୍ଚଳରେ ପ୍ରବେଶ କରିଥିଲା। ଫଳରେ ଶୀତଳପୁର, ମୁଆଁ, ବୋଡକ ଆଦି ଗାଁର ଅନେକ ସ୍ଥାନରେ ବନ୍ୟାଜଳ ଲହଡି ଭାଙ୍ଗିଥିଲା।

- Advertisement -

ବିଶେଷକରି ସମୁଦ୍ର ଜୁଆରୀଆ ରହିଥିବାରୁ ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ଠିକ ଭାବେ ନୁଷ୍କାସିତ ହୋଇନପାରି ବନ୍ୟାଜଳ ବିଭିନ୍ନ ସ୍ଥାନରେ ଲହଡି ଭାଙ୍ଗୁଛି। ସେହିପରି ଗତ ୨ଦିନ ହେଲା ଆରଡି-ମତୋ ରାସ୍ତାର ଡିହସାହି ଛକ ନିକଟରେ ୩ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତରେ ନାନା ଅସୁବିଧା ଦେଖା ଦେଇଛି। ଏପରିକି ମତୋ ଅଞ୍ଚଳ ସମେତ ୮/୯ଖଣ୍ଡର ଗାଁ ଲୋକ ଅଣ୍ଟାଏପାଣିରେ ପଶି ଯାତାୟତ କରୁଛନ୍ତି। ଅନ୍ୟପଟେ ଶୁକ୍ରବାର ବୈତରଣୀ ନଦୀର ବନ୍ୟାଜଳ ଅଧିକ ପ୍ରବାହିତ ହେଉଥିବାରୁ କୂଳରେ ଲଙ୍ଗର ପକାଇ ରହିଥିବା ଏକ ମଟରବୋଟ ମୁଆଁ ନିକଟରେ ବୁଡି ଯାଇଥିଲା। ତାହାସହ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ଆଦି ପଞ୍ଚାୟତର ଅନେକ ସ୍ଥାନରେ ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories