www.samajalive.in
Friday, December 5, 2025
20.1 C
Bhubaneswar

ପାକିସ୍ଥାନକୁ ଧକ୍କା: ବିଦେଶ ମନ୍ତ୍ରୀ କ୍ୟୁରେଶୀଙ୍କୁ ଭେଟିବାକୁ ମନା କଲେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ

ବେଜିଂ: ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏକ ସାକ୍ଷାତକାରରେ ଚୀନକୁ ନିଜର ବନ୍ଧୁବୋଲି କହିଛନ୍ତି । ମାତ୍ର ଏପରି ଲାଗୁଛି ଏହି ପୁରୁଣା ବନ୍ଧୁ ପାକିସ୍ଥାନକୁ ମଧ୍ୟ ଅଣଦେଖା କରିବା ଆରମ୍ଭ କରିଛି । ବେଜିଂରେ ଗୁରୁବାର ରାତିରେ ପହଞ୍ଚିଥିବା ପାକ୍ ବିଦେଶ ମନ୍ତ୍ରୀ ମହମ୍ମଦ କ୍ୟୁରେସୀଙ୍କୁ ସାକ୍ଷାତ ନିମନ୍ତେ ସମୟ ଦେଇ ନାହାନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ ।

କ୍ୟୁରେସୀ ଚୀନ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଗୁରୁବାର ପହଞ୍ଚିଥିଲେ ହେଁ ତାଙ୍କୁ ଭେଟିବାକୁ ଜିନପିଙ୍ଗ ସ୍ପଷ୍ଟ ମନା କରି ଦେଇଛନ୍ତି । କୁହାଯାଉଛି ଜିନପିଙ୍ଗ ପାକିସ୍ଥାନ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିଲା ଓ ଏ ସମ୍ପର୍କରେ କ୍ୟୁରେସୀ ଚୂଡ଼ାନ୍ତ କରିବା ନିମନ୍ତେ ଜିନପିଙ୍ଗଙ୍କୁ ଭେଟିବାକୁ ଚୀନ ଯାଇଥିଲେ । ଏପରି ଏକ ସମୟରେ କ୍ୟୁରେସୀ ଚୀନରେ ପହଞ୍ଚିଛନ୍ତି ଯେଉଁ ସମୟ ସାରା ବିଶ୍ବ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

- Advertisement -

ପାକ୍ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କ୍ୟୁରେସୀଙ୍କ ଚୀନ ଯାତ୍ରାକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ ବୋଲି କୁହାଯାଇଛି । ମାତ୍ର ସାଉଦୀ ଆରବର ନିକଟତର ହେବା ନିମନ୍ତେ ପାକିସ୍ଥାନର ବ୍ୟଗ୍ରତା ଯୋଗୁଁ ଚୀନ ରାଷ୍ଟ୍ରପତି ଏପରି ପଦକ୍ଷେପ ଗ୍ରହଣ କରିଥିବା ମନେ କରାଯାଉଛି । କ୍ୟୁରେସୀଙ୍କୁ ଭେଟିବା ପାଇଁ ଜିନପିଙ୍ଗ କାହିଁକି ମନାକଲେ ତାହା ସ୍ପଷ୍ଟ ହୋଇନାହିଁ । ଚୀନ ଅଭିମୁଖେ ବାହାରିବା ପୂର୍ବରୁ କ୍ୟୁରେସୀ ଏକ ଭିଡ଼ିଓ ବାର୍ତାରେ କହିଥିଲେ  ଯେ ଏହି ଗସ୍ତ ଚୀନର ସୈନ୍ୟ ଓ ରାଜନୈତିକ ନେତୃତ୍ବକୁ ପ୍ରତିଫଳିତ କରିବ । ମାତ୍ର ଚୀନ ରାଷ୍ଟ୍ରପତି ତାଙ୍କୁ ଭେଟିବାକୁ ମନା କରିବା ପରେ ପାକିସ୍ଥାନ ନିଜ ଦେଶରେ ଅଡ଼ୁଆରେ ପଡ଼ିଛି ।

ଚୀନରୁ କରଜ ନେଇ ସାଉଦୀ ଋଣ ପରିଶୋଧ କରିଛି ପାକିସ୍ଥାନ

କିଛିଦିନ ତଳେ ସାଉଦୀ ଆରବ ସରକାର ପାକିସ୍ଥାନ ପ୍ରତି ନିଜ ମନୋଭାବ କଠୋର କରିଛନ୍ତି । ପାକ ବିଦେଶ ମନ୍ତ୍ରୀ କ୍ୟୁରେସୀଙ୍କ ମନ୍ତବ୍ୟ ଓ ଇସଲାମୀୟ ଦେଶ ସମୂହକୁ ବିଭାଜନ କରାଯିବା ନେଇ ନିଜର ଆଭିମୁଖ୍ୟକୁ ନେଇ ସାଉଦୀ ସରକାର ପାକିସ୍ଥାନକୁ ଦେଇଥିବା ଋଣ ତୁରନ୍ତ ପରିଶୋଧ କରିବାକୁ ନିର୍ଦେଶ ଦେଇଥିଲେ । ଇମ୍ରାନ ସରକାର ଚୀନରୁ ୧ ବିଲିଅନ ଡ଼ଲାର କରଜ ନେଇ ସାଉଦୀ ସରକାରଙ୍କୁ ଋଣ ପରିଶୋଧ କରିଛନ୍ତି । ଏହା ବଦଳରେ  ଗିଲଗିଟ୍ ଓ ବେଲୁଚିସ୍ଥାନର କିଛି ଅଞ୍ଚଳ ଦେବାକୁ ପାକିସ୍ଥାନ ନିକଟରେ ଚୀନ ସର୍ତ ରଖିଥିଲା ।

ପାକ୍ ଜେନେରାଲଙ୍କୁ ଭେଟିବାକୁ ସାଉଦୀ ଅରାଜି

ଏକପକ୍ଷରେ ଚୀନ ରାଷ୍ଟ୍ରପତି ପାକିସ୍ଥାନ ବିଦେଶ ମନ୍ତ୍ରୀ କ୍ୟୁରେସୀଙ୍କୁ ଭେଟିବାକୁ ମନା କରିଥିବାବେଳେ ସାଉଦୀ ସରକାର ପାକିସ୍ଥାନ ସୈନ୍ୟବାହିନୀ ମୁଖ୍ୟ ଜେନେରାଲ ବାଜୱାଙ୍କୁ ବି ଭେଟିବାକୁ ମନା କରିଛି । ଜେନରାଲ ବାଜୱା ଆଇଏସଆଇର ମୁଖ୍ୟଙ୍କୁ ନେଇ ସୋମବାର ସାଉଦୀ ଆରବରେ ପହଞ୍ଚିଥିଲେ ମଧ୍ୟ ସେଠି ସାଉଦୀ ପ୍ରିନ୍ସ ତାଙ୍କୁ ଭେଟିବାକୁ ମନା କରିଥିଲେ। ଖଲିଜ୍ ଟାଇମ୍ସ ସୂତ୍ରରୁ ପ୍ରକାଶିତ ଖବର ଅନୁସାରେ ବାଜୱା ସାଉଦୀ ଯୁବରାଜଙ୍କୁ ଭେଟିବାକୁ ଅନେକବାର ଅନୁରୋଧ କରିବା ସତ୍ବେ ଯୁବରାଜ ଏଥିପାଇଁ ସମୟ ଦେବାକୁ ମନା କରିଦେଇଥିଲେ ।

ପାକିସ୍ଥାନର ବରିଷ୍ଠ ସାମ୍ବାଦିକ ସାହିଦ ମେଟଲା ନିଜର ଭିଡ଼ିଓ ଶୋ ‘ନ୍ୟୁଜ ୱାନ’ରେ ଦାବି କରିଛନ୍ତି ଯେ ସାଉଦୀ ଆରବ ପାକିସ୍ଥାନକୁ ସିଧାସଳଖ ଭାରତ ବିରୋଧରେ ଚୀନକୁ ସମର୍ଥନ ଦେବା ବନ୍ଦ ନ କଲେ କୌଣସି ଆଲୋଚନା ହେବ ନାହିଁବୋଲି ସ୍ପଷ୍ଟ କହି ଦେଇଛନ୍ତି । କ୍ୟୁରେସି ଓଆଇସି (ଅର୍ଗାନାଇଜେସନ ଅଫ୍ ଇସଲାମିକ୍ କୋଅପରେସନ)କୁ କାଶ୍ମୀର ପ୍ରସଙ୍ଗରେ ବିଦେଶମନ୍ତ୍ରୀଙ୍କ ବୈଠକ ଡ଼କାଯିବା ପାଇଁ ଅନେକବାର ଦାବି କରିଛନ୍ତି । ବର୍ତମାନ ସମୟରେ ଓଆଇସିର ମୁଖ୍ୟ ପଦରେ ଥିବା ସାଉଦୀ ଆରବ ଏହାପ୍ରତି କର୍ଣପାତ କରିନାହିଁ । ଏହାକୁ ନେଇ ସାଉଦୀ ସହ ପାକିସ୍ଥାନ ସମ୍ପର୍କ ତିକ୍ତ ହୋଇଛି ଏବଂ ଏହାକୁ ଦୂର କରିବା ପାଇଁ ଜେନେରାଲ ବାଜୱା ସାଉଦୀ ଗସ୍ତ କରିଥିଲେ ବୋଲି ସୂଚନା ମିଳିଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories