ବାହାନଗା ରେଳ ଦୁର୍ଘଟଣା : ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଡେସ୍କ : ବାହାନଗା ରେଳ ଦୁର୍ଘଟଣା ମାମଲାରେ ସିବିଆଇ, ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି । ସିବିଆଇ ସ୍ବତନ୍ତ୍ର କୋର୍ଟଙ୍କ ଅନୁମତି ମିଳିବା ପରେ ୩ ଅଭିଯୁକ୍ତଙ୍କୁ ଶୁକ୍ରବାର ରାତିରେ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଛି । ସେମାନଙ୍କଠାରୁ ତଥ୍ୟ ହାସଲ କରିବା ପାଇଁ ସିବିଆଇ ପଚରା ଉଚୁରା କରିବ।
ଆଜି ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ସିବିଆଇ ୩ ଅଭିଯୁକ୍ତ ସିନିଅର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଥିଲା।

prayash

ଗିରଫ ପରେ ଏମାନଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ ଆବେଦନ କରିଥିଲା। କିନ୍ତୁ ଅଦାଲତ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ ସ୍ବତନ୍ତ୍ର କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

Comments are closed.