ବାହାନଗା ରେଳ ଦୁର୍ଘଟଣା ନେଇ ଥାନାରେ ଏତଲା, ଡିଏସପି ରଞ୍ଜିତ ନାୟକଙ୍କୁ ତଦନ୍ତ ଦାୟିତ୍ବ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ନେଇ ଥାନାରେ ଏତଲା ଦାୟର କରାଯାଇଛି। ବାଲେଶ୍ବର ଜିଆରପି ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି। ବାଲେଶ୍ବର ଜିଆରପି ଥାନାରେ ଏସଆଇ ପପୁ ନାୟକଙ୍କ ପକ୍ଷରୁ ଏତଲା ଦାୟର କରାଯାଇଛି। ରେଲୱେର ଦାୟିତ୍ବ ହୀନତା ପାଇଁ ବାହାନଗାରେ ରେଳ ଦୁର୍ଘଟଣା ଘଟିଥିବା ଏତଲାରେ ଉଲ୍ଲେଖ କରାଯାଇଛି। ଏତଲା ଆଧାରରେ ବାଲେଶ୍ବର ଜିଆରପି ଥାନାରେ ମାମଲା ରୁଜୁ ହୋଇଛ। ଆଇପିସି ଦଫା ୩୩୭, ୩୩୮, ୩୦୪-କ, ୩୪ରେ ମାମଲା ରୁଜୁ ହୋଇଛି। ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମାମଲା ରୁଜୁ କରାଯାଇଛି। ଏ ସଂକ୍ରାନ୍ତରେ ମାମଲା ରୁଜୁ ପରେ ଡିଏସପି ରଞ୍ଜିତ ନାୟକଙ୍କୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଛି।

kalyan agarbati

Comments are closed.