www.samajalive.in
Saturday, December 6, 2025
26.1 C
Bhubaneswar

ସିନ୍ଧୁ, ପ୍ରଣୟ ପରାସ୍ତ; କ୍ୱାର୍ଟରରେ ଶ୍ରୀକାନ୍ତ

ଟୋକିଓ : ଏଠାରେ ଚାଲିଥିବା ଜାପାନ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ଭାରତର ପିଭି ସିନ୍ଧୁ ଓ ଏଚ.ଏସ.ପ୍ରଣୟ ସିଙ୍ଗଲ୍‍ସ ଇଭେଣ୍ଟରୁ ବିଦାୟ ନେଇଥିବାବେଳେ କିଦାମ୍ବି ଶ୍ରୀକାନ୍ତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
ଗୁରୁବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ ପ୍ରିକ୍ୱାର୍ଟର ମ୍ୟାଚରେ ୭ମ ସିଡ୍‍ ଶ୍ରୀକାନ୍ତ ୨୧-୧୫, ୨୧-୧୪ ଗେମରେ ହଂକଂର ଭିନସେଣ୍ଟ୍‍ ୱଙ୍ଗ୍‍ଙ୍କୁ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲରେ ଶ୍ରୀକାନ୍ତ ଦକ୍ଷିଣ କୋରିଆର ଲି ଡୋଙ୍ଗ୍‍ କିଉନ୍‍ଙ୍କୁ ଭେଟିବେ। ତେବେ ପୁରୁଷ ସିଙ୍ଗଲ୍‍ସର ଅନ୍ୟ ଏକ ପ୍ରିକ୍ୱାର୍ଟରରେ ଭାରତର ଏଚ.ଏସ.ପ୍ରଣୟ ୧୪-୨୧, ୧୭-୨୧ ଗେମରେ ଇଣ୍ଡୋନେସିଆର ଆନ୍ଥୋନୀ ଜିନ୍‍ତିଙ୍ଗ୍‍ଙ୍କଠାରୁ ହାରିଯାଇଛନ୍ତି। ଅପରପକ୍ଷରେ ଗୁରୁବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସର ଏକ ପ୍ରିକ୍ୱାର୍ଟର ମ୍ୟାଚରେ ବିଶ୍ୱର ୧୪ ନମ୍ବର ଖେଳାଳି ଚୀନର ଗାଓ ଫାଙ୍ଗ୍‍ଜି ସିଧାସଳଖ ୨୧-୧୮, ୨୧-୧୯ ଗେମରେ ୩ୟ ସିଡ୍‍ ମାନ୍ୟତାପ୍ରାପ୍ତ ସିନ୍ଧୁଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୫୫ ମିନିଟ ଧରି ଚାଲିଥିଲା। ସିନ୍ଧୁ ପ୍ରଥମ ଗେମରେ ଏକଦା ୨-୮ ପଏଣ୍ଟରେ ପଛୁଆ ରହିଥିଲେ ସୁଦ୍ଧା ଏହି ବ୍ୟବଧାନକୁ ହ୍ରାସ କରିବା ସହ ୧୭-୧୪ରେ ଆଗେଇ ଯାଇଥିଲେ। ତେବେ ସିନ୍ଧୁଙ୍କ ଏକାଧିକ ତ୍ରୁଟିରୁ ଫାଇଦା ଉଠାଇ ଫାଙ୍ଗ୍‍ଜି ଏହି ଗେମକୁ ୨୧-୧୮ରେ ଜିତିଥିଲେ। ଦ୍ୱିତୀୟ ଗେମରେ ଫାଙ୍ଗ୍‍ଜି ଏକଦା ୨୦-୧୫ ପଏଣ୍ଟରେ ଆଗୁଆ ରହିଥିଲେ। ସିନ୍ଧୁ ଲଢୁଆ ପ୍ରଦର୍ଶନ କରି ୪ଟି ଗେମ ପଏଣ୍ଟ ବଞ୍ଚାଇଥିଲେ ସୁଦ୍ଧା ଫାଙ୍ଗ୍‍ଜି ଶେଷରେ ୨୧-୧୯ରେ ବିଜୟୀ ହୋଇ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି। ବିଗତ ଏକ ବର୍ଷ ମଧ୍ୟରେ ସିନ୍ଧୁ ପ୍ରଥମ ଥର କୌଣସି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି।
ପୁରୁଷ ଡବଲ୍‍ସର କ୍ୱାର୍ଟର ଫାଇନାଲରେ ଭାରତୀୟ ଯୋଡି ମନୁ ଅତ୍ରି ଓ ସୁମିତ ରେଡ୍ଡି ୧୮-୨୧, ୨୧-୧୬, ୧୨-୨୧ ଗେମରେ ଚୀନର ହି ଜିତିଙ୍ଗ୍‍ ଓ ତାନ୍‍ କ୍ୱିଆଙ୍ଗ୍‍ଙ୍କଠାରୁ ପରାସ୍ତ ହୋଇଥିବାବେଳେ ମିକ୍ସଡ ଡବଲ୍‍ସ ପ୍ରିକ୍ୱାର୍ଟରରେ ମାଲେସିଆର ଚାନ୍‍ ପେଙ୍ଗ୍‍ ସୁନ୍‍ ଓ ଲିଉ ୟିଙ୍ଗ୍‍ ଘୋ ୨୧-୧୬, ୨୧-୧୬ ଗେମରେ ଭାରତର ପ୍ରଣବ ଚୋପ୍ରା ଓ ସିକ୍କି ରେଡ୍ଡିଙ୍କୁ ହରାଇଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories