www.samajalive.in
Saturday, December 6, 2025
19.1 C
Bhubaneswar

ଏନ୍‍ଏସ୍‍ଜି ସଦସ୍ୟତା ପାଇଁ ଭାରତକୁ ଆମେରିକାର ସମର୍ଥନ

ୱାଶିଂଟନ : ଆଣବିକ ସାମଗ୍ରୀ ଯୋଗାଇବା ନେଇ ସମସ୍ତ ଯୋଗ୍ୟତା ଥିବା ସତ୍ତ୍ବେ ଭାରତ ଏଯାବତ୍‍ ପରମାଣୁ ଯୋଗାଣକାରୀ ରାଷ୍ଟ୍ର ସମୂହ (ଏନ୍‍ଏସ୍‍ଜି) ମଧ୍ୟରେ ସ୍ଥାନ ପାଇପାରି ନାହିଁ। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଚୀନ୍‍ ଭିଟୋ କ୍ଷମତା ପ୍ରୟୋଗ କରି ଭାରତକୁ ଏହି ସୁଯୋଗରୁ ବଞ୍ଚିତ କରିଛି; କିନ୍ତୁ ଏ ଦିଗରେ ଆମେରିକା ଭାରତକୁ ସମର୍ଥନ କରିଛି। ପରମାଣୁ କ୍ଷମତା ସମ୍ପନ୍ନ ଭାରତ ନିକଟରେ ସମସ୍ତ ଯୋଗ୍ୟତା ରହିଥିବାରୁ ଏହାକୁ ଏନ୍‍ଏସ୍‍ଜିରେ ସାମିଲ କରିବା ଲାଗି ଆମେରିକା ସମସ୍ତ ସହଯୋଗ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଗୁରୁବାର ସ୍ପଷ୍ଟ କରିଛି।
ବିଶ୍ୱରେ ପାରମାଣୁ କାରବାରକୁ ନିୟନ୍ତ୍ରଣ କରୁଥିବା ୪୮ସଦସ୍ୟ ବିଶିଷ୍ଟ ଏନ୍‍ଏସ୍‍ଜିରେ ସ୍ଥାନଲାଭ ନିମନ୍ତେ ଭାରତ ଉଦ୍ୟମ କରିଆସୁଛି। ଭାରତକୁ ବହୁ ପାଶ୍ଚାତ୍ୟ ଦେଶ ସମର୍ଥନ କରୁଛନ୍ତି; ମାତ୍ର ଚୀନ୍‍ କ୍ରମାଗତ ଭାବେ ଏ ଦିଗରେ ପ୍ରତିବନ୍ଧକ ସାଜିଛି। ସଦସ୍ୟତା ପାଇଁ ଆବେଦନକାରୀ ରାଷ୍ଟ୍ରକୁ ପରମାଣୁ ନିରସ୍ତ୍ରୀକରଣ ଚୁକ୍ତି (ଏନ୍‍ପିଟି) ସ୍ୱାକ୍ଷର କରିବାକୁ ହେବ ବୋଲି ଚୀନ କହୁଛି। ଭାରତ ଏନ୍‍ପିଟିରେ ସ୍ୱାକ୍ଷର କରି ନଥିବାରୁ ଏନ୍‍ଏସ୍‍ଜିରେ ସାମିଲ ହୋଇପାରୁ ନାହିଁ। ଦକ୍ଷିଣ ଏବଂ କେନ୍ଦ୍ରୀୟ ଏସିଆ ପାଇଁ ଆମେରିକାର ମୁଖ୍ୟ ସହକାରୀ ବୈଦେଶିକ ସଚିବ ଆଲିସ ୱେଲ୍ସ କହିଛନ୍ତି, ଚୀନ୍‍ର ଭିଟୋକୁ ଭିତ୍ତି କରି ଆମେରିକା ଭାରତ ପ୍ରତି ଏହାର ସହଯୋଗ ସୀମିତ କରିବ ନାହିଁ। ରଣକୌଶଳ ଭିତ୍ତିକ ବାଣିଜ୍ୟ ପ୍ରାଧିକରଣ (ଏସ୍‍ଏଟି-୧) ମାନ୍ୟତା ମଞ୍ଜୁର ପୂର୍ବକ ସେ କହିଛନ୍ତି, ଭାରତକୁ ଆମେରିକା ଏହାର ଘନିଷ୍ଠ ସହଯୋଗୀ ତାଲିକାରେ ରଖିଛି। ୨୦୦୮ ଅକ୍ଟୋବର ୮ରେ ତତ୍‍କାଳୀନ ଆମେରିକା ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‍ ସ୍ୱାକ୍ଷର କରିଥିବା ଆମେରିକା-ଭାରତ ପରମାଣୁ କାରବାର ରାଜିନାମାକୁ ଇତିମଧ୍ୟରେ ୧୦ ବର୍ଷ ପୂର୍ତ୍ତି ହୋଇଥିବାବେଳେ ଆଗାମୀ ଦିନରେ ଏହା କାର୍ଯ୍ୟକାରୀ ହେବା ନେଇ ୱେଲ୍ସ ଆଶାବ୍ୟକ୍ତ କରିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories