www.samajalive.in
Monday, December 15, 2025
17.1 C
Bhubaneswar

ନିଲାମ ହେଲାନାହିଁ ମାଣତ୍ରୀ ଜାଗର ମେଳା ପଡ଼ିଆ

ବଡ଼ସାହି : ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ମାଣତ୍ରୀ ବାବା କଖାରୁଆ ବୈଦନାଥଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ଜାଗର ମେଳାର ପଡ଼ିଆ ପାଇଁ କେହି ନିଲାମ ନେଲେନାହିଁ। ଗତବର୍ଷର ପଟ୍ଟାଦାର ସଞ୍ଜୟ ପଣ୍ଡା ୧୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରେ ନିଲାମ ନେଇଥିବା ବେଳେ ଚଳିତବର୍ଷ ନିଲାମର ଧାର୍ଯ୍ୟ ଦର ୧୩ଲକ୍ଷ ୪୩ହଜାର ୭୬୦ଟଙ୍କା ରହିଥିଲା। ତେବେ ନିଲାମ ପାଇଁ ଧାର୍ଯ୍ୟ ତିନି-ତିନିଟି ତାରିଖରେ ମଧ୍ୟ କେହି ମେଳାପଡ଼ିଆ ପରିଚାଳନା ପାଇଁ ଆଗ୍ରହ ପ୍ରକାଶ ନକରିବାରୁ ମାଣତ୍ରୀ ଗ୍ରାମ ପଞ୍ଚାୟତର ଜରୁରୀ ବୈଠକ ବସିଥିଲା। ସରକାରୀ କାର୍ଯ୍ୟଭାର ଅଧିକ ଥିବା ତଥା କର୍ମଚାରୀ ଅଭାବ ପାଇଁ ପଞ୍ଚାୟତ ନିଜେ ପରିଚାଳନା ଦାୟିତ୍ୱ ନେବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲା। ଆପୋଷ ବୁଝାବଣା ଭିତ୍ତିରେ ବନ୍ଦ ଲଫାପାରେ ସାନି ନିଲାମ ପାଇଁ ସର୍ବସମ୍ମତି ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ଆସନ୍ତା ୧୬ତାରିଖରେ ପୂର୍ବାହ୍ନ ୧୧ଟା ପୂର୍ବରୁ ଆଗ୍ରହୀ ବ୍ୟକ୍ତି ବିଶେଷ ନିଲାମ ନେବାକୁ ଥିବା ଧାର୍ଯ୍ୟ ମୂଲ୍ୟ ଲେଖି ବନ୍ଦ ଲଫାପାରେ ଜଉମୁଦ ବାକ୍ସରେ ପକାଇବେ। ମଧ୍ୟାହ୍ନରେ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ଲଫାପା ଗୁଡ଼ିକ ଖୋଲାଯାଇ ସର୍ବୋଚ୍ଚ ମୂଲ୍ୟ ପ୍ରଦାନକାରୀଙ୍କୁ ମେଳା ପରିଚାଳନା ଦାୟିତ୍ୱ ପ୍ରଦାନ କରାଯିବ ବୋଲି ପଞ୍ଚାୟତ ପକ୍ଷରୁ ଶନିବାର ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି। ତେବେ ସର୍ବନିମ୍ନ ୧୦ଲକ୍ଷ ଟଙ୍କାରୁ ଏହି ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସରପଞ୍ଚ ମହାଦେବା ସିଂ କହିଛନ୍ତି। ଅନ୍ୟପକ୍ଷରେ ଶିବରାତ୍ରି ୨୧ତାରିଖରେ ଥିବାରୁ ସ୍ୱଳ୍ପ ସମୟ ଦିଆଯାଇଥିବାରୁ ଦୋକାନୀଙ୍କୁ ସ୍ଥାନ ଆବଣ୍ଟନରେ ବିଭ୍ରାଟ ଦେଖାଦେବ ବୋଲି କିଛି ନିଲାମ ଆଗ୍ରହୀ କହିଛନ୍ତି।

ସୂଚନା ଥାଉ କି, ମେଳା ପଡ଼ିଆ ନିଲାମ ଅର୍ଥ ଗ୍ରାମ ପଞ୍ଚାୟତ ଓ ଦେବତ୍ତୋର ବିଭାଗ ଯଥାକ୍ରମେ ୩୦ ଓ ୭୦ ପ୍ରତିଶତ ଅର୍ଥ ନେଇଥାନ୍ତି। ଏହି ଅର୍ଥରୁ ମନ୍ଦିର ଓ ମେଳା ପଡ଼ିଆ ଉନ୍ନତିରେ ଖର୍ଚ୍ଚ ମଧ୍ୟ ହୋଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories