ଲକ୍ଷାଧିକ ଟଙ୍କାର ନକଲି ମଦ ଓ ଗଞ୍ଜେଇ ଜବତ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ଉଠାଣୀନୂଆଗାଁ ଗ୍ରାମରୁ ବୁଧବାର ସକାଳେ ଅବକାରୀ ବିଭାଗ ବିପୁଳ ପରିମାଣର ନକଲି ବିଦେଶୀ ମଦ, ବିଭିନ୍ନ ବ୍ରାଣ୍ଡର ମଦ ବୋତଲ, ଖାଲି ବୋତଲ, ଠିପି, ଲେବଲ, ସିଲ, ଖୋଳ, ସ୍ପିରିଟ, ଥିନର. ଅନ୍ୟାନ୍ୟ ମଦ ତିଆରି ସାମଗ୍ରୀ ତଥା ଉପକରଣ ଓ ଗଞ୍ଜେଇ ଜବତ କରିଛି । ଉଠାଣୀନୂଆଗାଁ ଗ୍ରାମର ସୁନୀଲ ପୃଷ୍ଟି ଓ ସୁବାସ ପୃଷ୍ଟିଙ୍କ ଘରେ କେହି ନଥିବା ବେଳେ ତାଲା ପଡ଼ିଥିଲା । ସେଠାରେ ନକଲି ମଦ ତିଆରି ହେଉଥିବା ନେଇ ଜିଲା ଅବକାରୀ ଅଧୀକ୍ଷକ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଚଢ଼ାଉ ପାଇଁ ନିର୍ଦେଶ ଦେଇଥିଲେ । ତଦନୁଯାୟୀ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଗୃହକର୍ତ୍ତା ଦୁଇ ଭାଇଙ୍କ ସମେତ ପରିବାର ସଦସ୍ୟ ଫେରାର ରହିଛନ୍ତି। ଜବତ ସାମଗ୍ରୀ ବେତନଟୀ ଅବକାରୀ କାର୍ଯ୍ୟାଳୟକୁ ନିଆଯାଇ ଅଧିକ ତଦନ୍ତ ଜାରି ରହିଛି । ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ବିଭାଗ ଆକଳନ କରିଛି ।

Comments are closed.