www.samajalive.in
Tuesday, December 9, 2025
15.1 C
Bhubaneswar

ବଡ଼ସାହିରେ ବନ୍ୟା ପରବର୍ତ୍ତୀ ସ୍ଥିତି ସୁଧାରିବାକୁ ପ୍ରଶାସନର ତତ୍ପରତା, ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଏବଂ ପଲିଥିନ ବଣ୍ଟନ

ବଡ଼ସାହି : ଲଘୁଚାପ ଜନିତ ଭାରି ବର୍ଷା ଓ ବନ୍ୟା ଫଳରେ ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକର ୩୧ଟି ଗ୍ରାମ ପ୍ରଭାବିତ ହୋଇଛି। ସରକାରୀ ରିପୋର୍ଟ ଅନୁଯାୟୀ ବ୍ଲକର ଶାଳଗାଁ, ମାନଗୋବିନ୍ଦପୁର, ପଟିସାରୀ, ଭୀମିଦା, ଛେଳିଆ(କ), ମାଣତ୍ରୀ, ଚନ୍ଦନପୁର, ଯୋଗୀନୂଆଗାଁ, ପ୍ରତାପପୁର, ମାଧପୁର, ବଳଭଦ୍ରପୁର, କେନ୍ଦୁଡ଼ିହା, କୋଚିଳାଖୁଣ୍ଟା, ଦୁର୍ଗାାପୁର, ବଡ଼ସାହି, ଶିଆଳିଘାଟି ଓ ପାଉଁଶିଆ ୧୭ଟି ପଞ୍ଚାୟତର ୪୦ହଜାର ୧୪୩ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀରେ ବନ୍ୟାର ୩ୟ ଦିନରେ ବନ୍ୟାଜଳ ହ୍ରାସ ପାଇ କେବଳ ନଦୀରେ ପ୍ରଭାହିତ ହେଉଥିବାରୁ ପାଣିଘେରରେ ଥିବା ଜନସାଧାରଣ ବାହାରକୁ ବାହାରିଛନ୍ତି। ପ୍ରଶାସନ ପକ୍ଷରୁ ଶୁକ୍ରବାର ଉତ୍ତରପାଳ, ତେନ୍ତୁଳିଗାଁ ଓ ଜଡ଼ିଦା ଆଦି ୩ଟି ଆଶ୍ରୟସ୍ଥଳୀରେ ଥିବା ୭୪୬ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଛି। ରାଜସ୍ୱ ବିଭାଗ ପକ୍ଷରୁ ଆଂଶିକ/ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ପରିବାରକୁ ଚିହ୍ନଟ କରାଯିବା ପରେ ସମ୍ପୃକ୍ତ ରାଜସ୍ୱ ନୀରିକ୍ଷକ ସେମାନଙ୍କୁ ପଲିଥିନ ପ୍ରଦାନ କରିଛନ୍ତି।

ସେହିପରି ବ୍ଲକର ୭ହଜାର ୨ଶହ ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ନେଇ ପ୍ରାଣୀଧନ ବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ କରିଛନ୍ତି। ବନ୍ୟା ପ୍ରଭାବିତ ଚାରଣ ଭୂଇଁ ପାଣିକାଦୁଅ ମାଡ଼ିଥିବାରୁ ତୁରନ୍ତ ଗୋଖାଦ୍ୟ ପ୍ରଦାନ ପାଇଁ ଦୁଗ୍ଧଚାଷୀ ଦାବି କରିଛନ୍ତି। ସେହିପରି ୪ହଜାର ୯୯୦ହେକ୍ଟର ଜମିରେ ଧାନ ଓ ଅଣଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି ବୋଲି କୃଷିବିଭାଗ ପକ୍ଷରୁ ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରାଯାଇଛି। ଯାହାକି ମୟୂରଭଞ୍ଜ ଜିଲାର ଅନ୍ୟ ବ୍ଲକ ତୁଳନାରେ ସର୍ବାଧିକ। ବଡ଼ସାହି ତହସିଲଦାର ଓ ବିଡ଼ିଓଙ୍କ ନେତୃତ୍ୱରେ ବନ୍ୟା ପ୍ରଭାବିତ ସ୍ଥିତି ସୁଧାରିବା ପାଇଁ ତ୍ୱରିତ କାର୍ଯ୍ୟକ୍ରମ ପରିଚାଳିତ ହୋଇଛି। ବନ୍ୟାଜଳ କମିଥିବାରୁ ନିୟୋଜିତ ଓଡ୍ରାଫ ଟିମ ସନ୍ଧ୍ୟାରେ ଫେରିଯାଇଛନ୍ତି। ସେହିପରି ବୁଧବାର ଠାରୁ ଗଙ୍ଗାହାର ନଦୀ ବନ୍ୟାଜଳରେ ନିଖୋଜ ଥିବା ମହିଳା ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର ହୋଇପାରିନାହାନ୍ତି। ସରକାରୀ ଭାବେ ତାଙ୍କୁ ଠାବ ପାଇଁ ନିୟୋଜିତ ଦମକଳ ତଥା ଓଡ୍ରାଫ ଟିମ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ବାଧ୍ୟ ହୋଇଛନ୍ତି। ନିଖୋଜ ମହିଳା ଓ ତାଙ୍କ ସହିତ ବଡ଼ସାହି ଡ଼ାକ୍ତରଖାନା ଯାଇଥିବା ପରିବାର ସମସ୍ତ ସଦସ୍ୟଙ୍କର କୋଭିଡ଼ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଏଣୁ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ଏନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରୁଛନ୍ତି।

- Advertisement -

ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ, ଗ୍ରାମ୍ୟ ଜଳ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଉଠାଜଳସେଚନ, ଜଳସେଚନ ଓ ବିଦ୍ୟୁତ ବିଭାଗ ନିଜ ନିଜ କ୍ଷୟକ୍ଷତି ଆକଳନ ସହିତ ରିପୋର୍ଟ ସଂଗ୍ରହ କରି ପରବର୍ତ୍ତୀ ସୁଧାର ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ବୁଢ଼ାବଳଙ୍ଗ ବନ୍ୟାଜଳରେ ନାଖରା ଠାରେ ବିଏସଏନଏଲର କେବୁଲ ଭସାଇ ନେଇଥିବାରୁ ୪ଦିନ ଧରି ବ୍ଲକର ପୂର୍ବଭାଗ ତଥା ମାଣତ୍ରୀ ଅଞ୍ଚଳରେ ବ୍ରଡ଼ବ୍ୟାଣ୍ଡ ସେବା ବ୍ୟାହାତ ହୋଇଛି। ଉଦବୃତ୍ତ ବନ୍ୟାଜଳ ପାଇଁ ବ୍ଲକରେ ଯୋଗାଯୋଗ ବିଚ୍ଛିନ୍ନ ଥିବା ସମସ୍ତ ରାସ୍ତା ସନ୍ଧ୍ୟାବେଳକୁ ସ୍ୱାଭାବିକ ହୋଇଛି। ଉଭୟ ନଦୀର ବିଭିନ୍ନ ସ୍ଥାନରେ ବନ୍ଧ ଗୁଡ଼ିକରେ ଘାଇ ତଥା ଦୁର୍ବଳ ସ୍ଥାନ ଗୁଡ଼ିକୁ ତୁରନ୍ତ ଚିହ୍ନଟ କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ନଦୀସଂଲଗ୍ନ ଗ୍ରାମବାସୀ ଦାବି କରିଛନ୍ତି। ଶାସକ ଓ ବିରୋଧି ଦଳର ବହୁ ନେତା, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ଓ ବ୍ୟକ୍ତିବିଶେଷ ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ଓ ତମ୍ଭୁ ବଣ୍ଟନ କରିଥିବା ଦେଖିବାକୁ ମିଳିଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories