www.samajalive.in
Wednesday, December 10, 2025
17.1 C
Bhubaneswar

ଆଇଆଇସିଙ୍କୁ କରୋନା, କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହେଲା ବଡ଼ମ୍ବା ଥାନା

ଆଠଗଡ : କଟକ ଜିଲ୍ଲା ଆଠଗଡ଼ ସବ୍‌ଡିଭିଜନ୍ ଅଧୀନ ବଡ଼ମ୍ବା ଥାନା କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷଣା ହୋଇଛି ।  ଥାନାର ଆଇଆଇସି କରୋନା ପଜିଟିଭ୍ ଚିହ୍ନଟ ପରେ ଥାନାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଆଇଆଇସିଙ୍କୁ ଜ୍ବର ହେଉଥିବା କାରଣରୁ ତାଙ୍କ ସ୍ବାବ୍ ଟେଷ୍ଟ କରାଯାଇଥିଲା ଏବଂ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ଏହାପରେ ଆଇଆଇସିଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଆଠଗଡ ଏସଡିପିଓ ଆଲୋକ ରଞ୍ଜନ ରାୟ।

ଆଇଆଇସି କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସମ୍ପୃକ୍ତ ଥାନାର ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ସବୁଠୁ ବଡ କଥା ହେଉଛି ଥାନାର ୭ ରୁ  ୮ କର୍ମଚାରୀଙ୍କୁ ଜ୍ବର ହେଉଥିବା ସୂଚନା ମିଳିଛି। ଏଣୁ ଥାନାରେ ଥିବା କାର୍ଯ୍ୟକରୁଥିବା ୨୨ ଜଣ କର୍ମଚାରୀଙ୍କ ସ୍ବାବ ନମୁନା ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଥାନାକୁ ଆସିଥିବା ଆଠଗଡ ଏସଡିପିଓ ଏବଂ ଦୁଇ ଡ୍ରାଇଭାରଙ୍କ ସମେତ ଗୁରୁଡ଼ିଝାଟିଆ ଓ ଖୁଣ୍ଟୁଣି ଥାନା କର୍ମଚାରୀଙ୍କ ମଧ୍ୟ ନମୂନା ପରୀକ୍ଷା ହେବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories