www.samajalive.in
Monday, December 15, 2025
15.1 C
Bhubaneswar

ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣା, ବନପାଳ ଗିରଫ

ବଡ଼ମ୍ବା: ବଡ଼ମ୍ବା ବନାଞ୍ଚଳରୁ ମାଟିତଳୁ ହାତୀ କଙ୍କାଳ ମିଳିବା ଘଟଣାର ଦୀର୍ଘ ପ୍ରାୟ ୨ମାସ ପରେ ଏଥିରେ ସଂପୃକ୍ତ ବନାଞ୍ଚଳ ଅନ୍ତର୍ଗତ ଗୋପପୁର ସେକ୍ସନର ଅଭିଯୁକ୍ତ ପୂର୍ବତନ ବନପାଳଙ୍କୁ ଶେଷରେ ଆଜି ଜେଲ ଯିବାକୁ ପଡ଼ିଛି। ଘଟଣା ପରଠୁ ଦୀର୍ଘପ୍ରାୟ ଦେଢମାସ ଧରି ଫେରାର ଥିବା ଏହି ବନପାଳ ପ୍ରଦୀପ ପରିଡ଼ାଙ୍କୁ ସୋମବାର ଖୁଣ୍ଟୁଣୀରୁ ଗିରଫ କରାଯାଇଛି ବୋଲି ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି। ମଙ୍ଗଳବାର ଅଭିଯୁକ୍ତ ବନପାଳଙ୍କୁ ବଡ଼ମ୍ବା କୋର୍ଟରେ ହାଜର କରାଯାଇଥିଲା। ସ୍ଥାନୀୟ ଜୁଡିସିଆଲ ମାଜିଷ୍ଟ୍ରେଟ ତାଙ୍କର ଜାମିନ ଆବେଦନର ଶୁଣାଣୀ କରିବାସହ ଏହାର ନିର୍ଦେଶ ଆସନ୍ତା କାଲି ଅର୍ଥାତ୍ ବୁଧବାରକୁ ଧାର୍ଯ୍ୟ କରିଥିବା ଜଣାଯାଇଛି। ଫଳରେ ଅଭିଯୁକ୍ତ ବନପାଳଙ୍କୁ ଆଜି ଜେଲ ହାଜତକୁ ପଠାଇଦିଆଯାଇଛି।

ସୂଚନାଥାଉକି ଏସଟିଏଫ୍ ଦ୍ୱାରା ଗତ ଜୁନ ୨ ତାରିଖରେ ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ସଂପୃକ୍ତ ଗୋପପୁର ସେକ୍ସନ ଚନ୍ଦ୍ରଗିରୀ ସଂରକ୍ଷିତ ଜଙ୍ଗଲପାଖରୁ ମାଟିତଳେ ପୋତା ଦିଆଯାଇଥିବା ଏକ ଦନ୍ତା ହାତୀର କଙ୍କାଳ ଜବତ୍ କରାଯାଇଥିଲା। ଏହି ଘଟଣାର ପରେ ପରେ ଆଉ ଦୁଇଟି ହାତୀର କଙ୍କାଳ ସଂପୃକ୍ତ ସେକ୍ସନ ଅନ୍ତର୍ଗତ ବନାଞ୍ଚଳରୁ ଜୁନ ୩ ଏବଂ ୧୪ ତାରିଖରେ ମାଟିତଳୁ ଜବତ୍ ହେବାରେ ଘଟଣାକୁନେଇ ଖୋଳତାଡ଼ ଜୋର ଧରିଥିଲା। ତେବେ ଏହି ସମୟରେ ଅଭିଯୁକ୍ତ ବନପାଳ ଫେରାର ହୋଇଯିବା ନେଇ ତାଙ୍କର ଏସବୁ ଘଟଣାରେ ସଂପୃକ୍ତି ଥିବା ବିଭାଗୀୟ ସନ୍ଦେହ ଘନିଭୁତ ହୋଇଥିଲା। ଫଳରେ ସଂପୃକ୍ତ ବନପାଳଙ୍କୁ ପ୍ରଥମେ ଚାକିରୀରୁ ନିଲମ୍ବନ ଏବଂ ପରେ ଗିରଫ କରାଯାଇଛି। ତେବେ ଏହି ଘଟଣାରେ ଅଭିଯୁକ୍ତ ସନ୍ଦେହ କରାଯାଉଥିବା ଆଉ ଜଣେ ବନପାଳ ଏବେ ବି ଫେରାର ଥିବା ବେଳେ ଦୁଇ ହାତୀ ଜଗୁଆଳି,ଦୁଇଜଣ ବନରକ୍ଷୀ ପୂର୍ବରୁ ଗିରଫ ହୋଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories