ବଡ଼ମ୍ବା: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ପରୀକ୍ଷାରେ ବଡ଼ମ୍ବା ଡିଏଭି ପବ୍ଲିକ ସ୍କୁଲର ଶତପ୍ରତିଶତ ଛାତଛାତ୍ରୀ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଅବସରର ସ୍କୁଲ ପରିସରରେ ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଅନୁଷ୍ଠିତ ଏକ ଉତ୍ସବରେ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କ ଶୁଭେଛା ଜ୍ଞାପନ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପକୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ଅଧ୍ୟକ୍ଷ ତଥା ଖଡ଼ଗପୁର ଆଇଆଇଟିର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ବଳରାମ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଗୁରୁଜନଙ୍କ ଆଶିର୍ବାଦ, କଠିନ ଅଧ୍ୟବସାୟ ଏବଂ ସମୟାନୁବର୍ତ୍ତିତା ଦ୍ୱାରା ବିଦ୍ୟାର୍ଥୀଙ୍କୁ ସଫଳତା ମିଳିଥାଏ ବୋଲି ମୁଖ୍ୟଅତିଥି ଡ.ସାହୁପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଦଶମଶ୍ରେଣୀ ପରୀକ୍ଷାରେ ଶତକଡ଼ା ୯୦ରୁ ଅଧିକ ନମ୍ବର ରଖି ସଫଳତା ଅର୍ଜନ କରିଥିବା ଶ୍ରେଷ୍ଠ ୫ଜଣ ଛାତ୍ରଛାତ୍ରୀଙ୍କୁ ପରିଚାଳନା କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସୂଚନା ଅନୁଯାଇ ଅନୁଷ୍ଠିତ ୧୦ମ ଶ୍ରେଣୀ ପରୀକ୍ଷାରେ ବିଦ୍ୟାଳୟର ଛାତ୍ର ଅମୀୟକୁମାର ବେହେରା ସମୁଦାୟ ୯୭.୬% ନମ୍ବର ରଖି ପ୍ରଥମସ୍ଥାନ ଅଧିକାର କରିଛନ୍ତି। ସେହିଭଳି ଛାତ୍ରୀ ଶ୍ୱେତପଦ୍ମିନୀ ପ୍ରହରାଜ ୯୭% ନମ୍ବର ରଖି ଦ୍ୱିତୀୟ,ଛାତ୍ର ଆଶୁତୋଷ ପାଢୀ ୯୩.୬% ନମ୍ବର ରଖି ତୃତୀୟ,ଛାତ୍ରୀ ସାଇସ୍ୱେତା ପଣ୍ଡା ୯୩.୪% ନମ୍ବର ରଖି ଚତୁର୍ଥ ଏବଂ ଛାତ୍ର ରୀତେଶ ରଞ୍ଜନ ଭୋଇ ସମୁଦାୟ ୯୩% ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଶିକ୍ଷକ ଅମୀୟ ଦାସ, ଶିକ୍ଷୟିତ୍ରୀ ସରୋଜିନୀ ପଣ୍ଡା ଏବଂ ମୋନାଲିସା ଧଳ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।



