www.samajalive.in
Monday, December 8, 2025
14.1 C
Bhubaneswar

ଆସନ୍ତାକାଲିଠୁ ମାଆ ଭଟ୍ଟାରିକାଙ୍କ ପୀଠରେ ଷୋଡ଼ଶଦିନାତ୍ମକ ଶାରଦୀୟ ପୂଜା ଆରମ୍ଭ

ବଡ଼ମ୍ବା: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମହାମାୟା ମାଆ ଭଟ୍ଟାରିକାଙ୍କ ମନ୍ଦିରରେ ଗୁରୁବାରଠାରୁ ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା ଯଥାରୀତି ଆରମ୍ଭ ହେଉଛି। ଚଲିତବର୍ଷ ମଳମାସ ରହିଥିବାରୁ ପୀଠରେ ପବିତ୍ର ଦଶହରାର ମହାଷ୍ଟମୀ ପର୍ବ ପର୍ଯ୍ୟନ୍ତ ପ୍ରାୟ ୪୪ଦିନଧରି ଏହି ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ ବୋଲି ପର୍ବ ପୂଜକ ଶିରିଶ ରଣାଙ୍କଠାରୁ ପ୍ରକାଶ। ପର୍ଶୁରାମ ପୀଠ ଭାବେ କ୍ଷାତ ଏହି ଶକ୍ତିପୀଠରେ ମା’ଙ୍କର ଆଶ୍ୱିନ ପର୍ବ କିଭଳି ଶାନ୍ତିଶୃଖଂଳାର ସହିତ ସମ୍ପନ୍ନ ହେବ ସେ ନେଇ ଦେବୋତ୍ତର ବିଭାଗ ତରଫରୁ ଆବଶ୍ୟକ ସମସ୍ତ ପ୍ରସ୍ତୁତି କରାଯାଉଥିବା ଏହାର ଅଧିକାରୀ ତଥା ବଡ଼ମ୍ବା ତହସିଲଦାର ଅନିଲକୁମାର ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ ବୁଧବାର ତ୍ରିପୁରାସୁନ୍ଦରୀ ମା ଭଟ୍ଟାରିକାଙ୍କ ପୀଠ ପରିଦର୍ଶନରେ ଯିବାସହିତ ସେବାୟତଙ୍କ ସହିତ ପର୍ବପାଳନ ନେଇ ଆଲୋଚନା କରିଥିଲେ। ସେହିଭଳି ଚଳିତ ମହାନଦୀ ବନ୍ୟାରେ ଏହିପୀଠ ପ୍ରଭାବିତ ହୋଇଥିବା ବେଳେ ମନ୍ଦିର ପରିସରର ମରାମତି ଏବଂ ମୁଖ୍ୟମନ୍ଦିର ରଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାନେଇ ତହସିଲଦାର ଆବଶ୍ୟକ ପଦକ୍ଷେପ ନେଇଥିବା ଜଣାଯାଇଛି। ଅପରପକ୍ଷରେ ଏବେ ବି କୋଭିଡ ଗାଇଡଲାଇନ ମୁତାବକ ଉତ୍ସବପାଳନ ତଥା ସର୍ବସାଧାରଣ ମନ୍ଦିର ପ୍ରବେଶନେଇ କଟକଣା ବଳବତ୍ତର ରହିଥିବାରୁ ପର୍ବ ପାଳନରେ ଏହାକୁ କଡ଼ାକଡ଼ି ପାଳନ କରାଯିବ ବୋଲି ପ୍ରଶାସନ ନିଷ୍ପତି ନେଇଥିବା ପ୍ରକାଶ। ଯଦିଓ ପୀଠ ରୀତିନୀତି ଅନୁଯାଇ ପର୍ବପୂଜା ଅନୁଷ୍ଠିତ ହେବ,ତେବେ ମା’ଙ୍କ ମାଉସୀ ମା ଘରୁ ଘଟ ଆଉ ଖର୍ପର ଆସିବା ସମୟରେ ପଟୁଆର କରାଯିବ ନାହିଁ ବୋଲି ପ୍ରଶାସନ ନିଷ୍ପତି ନେଇଛି। ସେହିଭଳି ସ୍ୱତନ୍ତ୍ର ତଥା ଦୁର୍ଲଭ ସୁନାବେଶ ପର୍ବ ଆରମ୍ଭରୁ କରାଯିବ ନାହିଁ ପ୍ରଶାସନ ନିଷ୍ପତି ନେବାରେ ଭଟ୍ଟାରିକା ଆଞ୍ଚଳିକ ଉନ୍ନୟନ ପରିଷଦ ଏବଂ ସେବାୟତ ମାନେ ପ୍ରଶାସନ ଏହାର ପୁନଃବିଚାର କରିବାକୁ ଅନୁରୋଧ କରିଥିଲେ। ଫଳରେ ଶାରଦୀୟ ପୂଜାର ଅନ୍ତିମ ନବଦିନାତ୍ମକ ପୂଜା ସମୟରେ ପବିତ୍ର ମହାଷ୍ଟମୀ ପର୍ବ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ଅକ୍ଟୋବର ମାସ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ସାତଦିନ ପାଇଁ ମା’ଙ୍କ ଠାରେ ସ୍ୱତନ୍ତ୍ର ସୁନାବେଶ ଲାଗି କରାଯିବ ବୋଲି ପ୍ରଶାସନ ନିଷ୍ପତି ନେଇଥିବା ପ୍ରକାଶ।

- Advertisement -

ଗୁରୁବାରଠାରୁ ଦେବୀଙ୍କ ସେବାସୀମାନେ ବ୍ରତରଖି ମା’ଙ୍କର ଏହି ପର୍ବପୂଜା ଶ୍ରଦ୍ଧା ଓ ଭକ୍ତି ସହକାରେ ଆରମ୍ଭ କରିବେ। ଏହି ଦିନ ଅପରାହ୍ନରେ ଭଟ୍ଟାରିକା ସନ୍ନିକଟ ଶଶାଙ୍ଗ ଗ୍ରାମସ୍ଥିତ ମାଉସୀ ମା ଘରୁ ଦେବୀଙ୍କ ପର୍ବ ଘଟ,ଆୟୁଧ ଖର୍ପର ଏବଂ ଢୋଲ ଆଦି ଯଥାରୀତି ପୂଜା ହୋଇ ମୂଳପୀଠକୁ ଆସିବ। ଘଣ୍ଟଘଣ୍ଟା ହରିବୋଲ ହୁଳହୁଳିସହ ପର୍ବପୂଜକ ଏବଂ କାଳେସୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦନ ହେବାରେ ପର୍ବଘଟ ମନ୍ଦିର ପ୍ରବେଶ ସହ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ପରମ୍ପରାନୁଯାଇ ଆରମ୍ଭ ହେବ। ମା’ଙ୍କର ଏହିପୂଜା ଲାଗି ସମସ୍ତ ପ୍ରାରମ୍ଭିକ ପ୍ରସ୍ତୁତି ସରିଥିବା ପର୍ବପୂଜକ ରଣା ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories