www.samajalive.in
Monday, December 15, 2025
17.1 C
Bhubaneswar

ଗାଁ ଗାଁରେ ଚାଷୀଙ୍କ ସପକ୍ଷରେ ସଭା କରିବ ନବନିର୍ମାଣ କୃଷକ ସଂଗଠନ

ବଡ଼ମ୍ବା: ୫ପାଳି ଶାସନରେ ରାଜ୍ୟର ନବୀନ ପଟ୍ଟନାୟକ ସରକାର ଚାଷୀ ଓ ଚାଷ କ୍ଷେତ୍ରପ୍ରତି ଚରମ ଅବହେଳା କରିଥିବା ନବନିର୍ମାଣ କୃଷକ ସଂଗଠନ ତରଫରୁ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଏବେ ସଂଗଠନ ଗାଁ ଗାଁରେ ସଭା କରିବ ତଥା ଚାଷୀକୂଳଙ୍କ ସୁରକ୍ଷାକୁ ଅଧିକ ତ୍ୱରାନିତ କରିବ ବୋଲି ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛି। ସଂଗଠନର ବଡ଼ମ୍ବା ଶାଖା ତରଫରୁ ଗଣମାଧ୍ୟମକୁ ପ୍ରଦାନ କରାଯାଇଥିବା ଇସ୍ତାହାର ଅନୁଯାୟୀ ମୁଖ୍ୟତଃ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା କରାଯିବା, ଗରିବଙ୍କ ପାଇଁ ଉଦ୍ଦିଷ୍ଟ ମାସିକ ଭତ୍ତାକୁ ୧୫ଶହ ଟଙ୍କାକୁ ବୃଦ୍ଧି କରାଯିବାକୁ ଦାବି କରାଯାଇଛି।

ସେହିଭଳି କୃଷିଭିତ୍ତିକ ବଡ଼ମ୍ବା ଚିନିଶିଳ୍ପ ବନ୍ଦ ରହିବା ଏବଂ ଜନସାଧାରଣଙ୍କ ବାରମ୍ବାର ଦାବି ସତ୍ୱେ ଏଦିଗରେ ରାଜ୍ୟ ସରକାର ନିରବ ରହିବା ଘଟଣାରେ ସଂଗଠନ ଆଶ୍ଚର୍ଯ୍ୟ ବ୍ୟକ୍ତ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଉପେକ୍ଷିତ କୃଷକ ସମାଜ ସରକାରଙ୍କୁ ଏନେଇ ଠିକଣା ଜବାବ ଦେବେ ବୋଲି ସଂଗଠନ ତରଫରୁ ଚେତାବନି ଦିଆଯାଇଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଏବଂ ଅନ୍ୟାନ୍ୟ ୮ଟି ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ମାସିକ ୨ହଜାର ଟଙ୍କାରୁ ଅଧିକ ରହିଥିବା ବେଳେ ଓଡ଼ିଶାରେ ମାତ୍ର ୫ଶହ ଟଙ୍କାରେ ସୀମିତ ରହିବା ଘଟଣାକୁ ସଂଗଠନ ନିନ୍ଦା କରିଛି।

- Advertisement -

ଜଣେ ସେବାନିବୃତ ପ୍ରଶାସନିକ ଅଧିକାରୀ ଦୈନିକ ହଜାର ହଜାର ଟଙ୍କାର ଭତ୍ତା ପାଉଥିବା ବେଳେ ମହଙ୍ଗା ଯୁଗରେ ଦୈନିକ ପ୍ରାୟ ୧୭ଟଙ୍କା ଭତ୍ତାରେ ଅନ୍ନ ଯୋଗାଉଥିବା ଜଣେ ବୃଦ୍ଧ ଚାଷୀ କିଭଳି ତାର ପରିବାର ଗୁଜୁରାଣ ମେଣ୍ଟାଇବ ସେନେଇ ସରକାର କେବେ ଚିନ୍ତା କରିଛନ୍ତି କି ବୋଲି ସଂଗଠନ ପ୍ରଶ୍ନ ଉଠାଇଛି। ସେହିଭଳି କାଳିଆ ଯୋଜନା ବାବଦରେ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କେହି ଜଣେହେଲେ ବି ଚାଷୀ ଏଥିରୁ ବଞ୍ଚିତ ହେବେନି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ବାର୍ଷିକ ୧୦ହଜାର ବଦଳରେ ୪ହଜାର ଟଙ୍କା କିସ୍ତି ଆକାରରେ ଦେବା ଏବଂ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ରହିବା ଘଟଣାକୁ ସଂଗଠନ ଲଜ୍ଜାକର ବୋଲି ଅଭିହିତ କରିଛି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଏବଂ କରୋନାର କଷାଘାତ ତଥା ମୂଲ୍ୟବୃଦ୍ଧି ବଜାରରେ ସଂଘର୍ଷ କରୁଥିବା ଚାଷୀକୂଳଙ୍କ ପ୍ରତି ସରକାର ଅଣଦେଖା କଲେ ଏହାର ଦୃଢ ଜବାବ ଚାଷୀକୂଳ ତଥା ଗରିବ ଜନସାଧାରଣ ନିର୍ବାଚନରେ ଦେବେ ବୋଲି ସଂଗଠନର ବଡ଼ମ୍ବା ଶାଖାର ବରିଷ୍ଠ ଉପଦେଷ୍ଟା ବିଚିତ୍ରାନନ୍ଦ ପଣ୍ଡା,ସଂଯୋଜକ ଗଦାଧର ବିଶ୍ୱାଳ, ସହସଂଯୋଜକ ବୈଷ୍ଣବଚରଣ ଜେନା, ଅନାଦିଚରଣ ଦାସ ପ୍ରମୁଖ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମକୁ ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories