www.samajalive.in
Monday, December 15, 2025
27.1 C
Bhubaneswar

ବଡ଼ମ୍ବା ଏବଂ ମାଣିଆବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଆଇସିୟୁ ୟୁନିଟ ଲୋକାର୍ପିତ

ବଡ଼ମ୍ବା : ବଡ଼ମ୍ବା ଏବଂ ମାଣିଆବନ୍ଧ ଏହି ଉଭୟ ଗୋଷ୍ଠି  ସ୍ୱାସ୍ଥ୍ୟକେନ୍ଦ୍ରରେ ଏକକ ଶଯ୍ୟା ବିଶିଷ୍ଟ ଅହରହ ନିରିକ୍ଷଣ କକ୍ଷ(ଆଇସିୟୁ ୟୁନିଟ)ର ଲୋକାର୍ପଣ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଏବଂ ଜିଲାପାଳ ଭବାନୀଶଙ୍କର ଚୟିନୀ ଯଥାକ୍ରମେ ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଧିବଦ୍ଧ ଭାବେ ଏହି ଦୁଇ ଆଇସିୟୁ ୟୁନିଟର ଲୋକାର୍ପଣ କରିଥିଲେ ।

ଗ୍ରାମାଞ୍ଚଳରେ ବିଶେଷକରି ନିଶ୍ୱାସପ୍ରଶ୍ୱାସ ନେବାରେ ଜଟିଳ ସମସ୍ୟା ଭୋଗୁଥିବା ଗୁରୁତର ଶ୍ୱାସ,ହୃଦ ରୋଗୀ ଏବଂ ନିମୋନିଆ ପୀଡ଼ିତ ରୋଗୀମାନେ ଏହି ଅତ୍ୟାଧୁନିକ ତଥା ଜୀବନ ରକ୍ଷାକାରୀ ସେବା ଦ୍ୱାରା ବିଶେଷ ଉପକୃତ ହୋଇପାରିବେ ବୋଲି ଅତିଥିମାନେ ଏହି ଅବସରରେ ମତପୋଷଣ କରିଥିଲେ । ସାଂସଦ ଏବଂ ବିଧାୟକଙ୍କ ଉଦ୍ୟମରେ ଲୋକସଭା ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନ ଏବଂ ଜିଲାପ୍ରଶାସନର ସହଯୋଗରେ ବଡ଼ମ୍ବା,ମାଣିଆବନ୍ଧ ସମେତ କାନପୁର ତଥା ନରସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୫୨ଲକ୍ଷ ଟଙ୍କା ବ୍ୟୟରେ ଏଭଳି ଆଇସିୟୁ ୟୁନିଟ ସ୍ଥାପିତ ହୋଇଥିବା ଜଣାଯାଇଛି । ମହାମାରୀ କୋଭିଡକୁ ଦୃଷ୍ଟିରେ ରଖି ପ୍ରଥମକରି ଗ୍ରାମାଞ୍ଚଳରେ ମୂଲ୍ୟବାନ ଭେଣ୍ଟିଲେଟର ଲଗାଯାଇ ଏଭଳି ବ୍ୟବସ୍ଥା କରାଯାଇଥିବା ପ୍ରକାଶ ।

- Advertisement -

ସ୍ଥାନୀୟ ମୁଖ୍ୟ ଚକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଢେକ ଏବଂ ମାଣିଆବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ଉଦୟଜ୍ୟୋତି ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ,ଜିଲା କୋଭିଡ ପରିଚଳନା ମୁଖ୍ୟ ଡାକ୍ତର ଉମେଶଚନ୍ଦ୍ର ରାୟ,ବ୍ଲକ ଅଧ୍ୟକ୍ଷା ଅନସୂୟା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ,ପୂର୍ବତନ ଜିଲାପରିଷଦ ରଘୁପତି ମହାନ୍ତି,ସମାଜସେବୀ ରବିନ୍ଦ୍ରକୁମାର ସାହୁ,ନିଜିଗଡ଼ ବଡ଼ମ୍ବା ସରପଞ୍ଚ ସୁଧାଂଶୁକିଶୋର ମହାନ୍ତି,ସମିତିସଭ୍ୟ ମୁରଲୀଧର ମହାପାତ୍ର,ସାଂସଦ ପତିନିଧି ସରୋଜକୁମାର ପଟ୍ଟନାୟକଙ୍କ ସମେତ ବଡ଼ମ୍ବା ତଥା ମାଣିଆବନ୍ଧର ବହୁ ବୁଦ୍ଧିଜୀବୀ,ନିର୍ବାଚିତ ଜନପ୍ରତିନିଧି ଏବଂ ରାଜନୈତିକ ନେତୃବୃନ୍ଦ ଯୋଗଦେଇଥିଲେ ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories