www.samajalive.in
Monday, December 15, 2025
14.1 C
Bhubaneswar

ଡଙ୍ଗାବୁଡ଼ି ଘଟଣା : ନିଖୋଜଥିବା ଯୁବ ଇଂଜିନିୟରଙ୍କ ମୃତଦେହ ଉଦ୍ଧାର

ବଡମ୍ବା : କଟକ ଜିଲା ବଡ଼ମ୍ବା ଥାନା ଅନ୍ତର୍ଗତ ଭଟ୍ଟାରିକା ପୀଠ ନିକଟସ୍ଥ ମହାନଦୀରେ ଶୁକ୍ରବାର ଡଙ୍ଗାବୁଡ଼ି ଘଟଣାରେ ନିଖୋଜଥିବା ଯୁବ ଇଂଜିନିୟର ସୁନୀଲ କୁମାର ସାହୁଙ୍କ ମୃତଦେହ ଶନିବାର ମହାନଦୀରୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ବଡମ୍ବା ଭଟ୍ଟାରିକା ପୀଠସ୍ଥ ମହାନଦୀରେ ଡଙ୍ଗାବୁଡି ଜଣେ ଯୁବ ଇଂଜିନିୟର ନିଖୋଜ ହୋଇଯାଇଥିବା ବେଳେ ତାଙ୍କର ଅନ୍ୟ ଦୁଇ ଜଣ ସାଥୀ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ନିଖୋଜ ଥିବା ବ୍ୟକ୍ତି ଜଗତସିଂହପୁରର ଏନଜେନ ଗ୍ଲୋବାଲ ସଲ୍ୟୁସନ ପ୍ରାଇଭେଟ କମ୍ପାନୀର ଡେପୁଟି ମ୍ୟାନେଜର ସୁନୀଲ କୁମାର ସାହୁ ବୋଲି ଜଣାପଡିଥିଲା। ଡଙ୍ଗାବୁଡି ଖବରପାଇ ବଡମ୍ବା ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସନ୍ଧ୍ୟା ପର୍ଯ୍ୟନ୍ତ ନିଖୋଜଥିବା ବ୍ୟକ୍ତିଙ୍କୁ ଖୋଜା ଖୋଜି କରିଥିଲେ। କିନ୍ତୁ ନିଖୋଜ ବ୍ୟକ୍ତିଙ୍କର କୌଣସି ଖୋଜ ଖବର ପାଇନଥିଲେ। ଅନ୍ଧାର ହୋଇଯିବାରୁ ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ଧାର କାର୍ଯ୍ୟ ବନ୍ଦ କରିଥିଲେ। ଆସନ୍ତାକାଲି ସକାଳେ ଓଡ୍ରାଫ ଟିମ ସହାୟତାରେ ପୁଣିଥରେ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଥିଲା।

- Advertisement -

ଜଗତସିଂହପୁରର ଏନଜେନ ଗ୍ଲୋବାଲ ସଲ୍ୟୁସନ ପ୍ରାଇଭେଟ କମ୍ପାନୀର ୩୫ ଜଣ କମଚାରୀ ଶୁକ୍ରବାର ପିକନିକ୍ ପାଇଁ ଭଟ୍ଟାରିକା ଆସିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଡିପିଏମ ସୁନୀଲ ସାହୁ,ଅଞ୍ଜନ କୁମାର ନାୟକ ଏବଂ ସୁପରଭାଇଜର ନବକିଶୋର ମହାନ୍ତି ସମସ୍ତଙ୍କ ବାରଣ ସତ୍ତେ ନଦୀକୂଳରେ ଥିବା ଏକ ହୁଲିଆ ଡଙ୍ଗାକୁ ନିଜେ ନିଜେ ଚଳାଇ ନଦୀ ଭିତରକୁ ଯାଇଥିଲେ। ମହାନଦୀର ଗଭୀର ଜଳରାଶି ଏବଂ ପ୍ରଖର ସ୍ରୋତରେ ଉକ୍ତ ଡଙ୍ଗାଟି ଭାରସାମ୍ୟ ହରାଇ ହଠାତ ବୁଡିଯାଇଥିଲା। ପହଁରି ପହଁରି ସୁପରଭାଇଜର ନବକିଶୋର ମହାନ୍ତି ଏବଂ ଅଞ୍ଜନ କୁମାର ନାୟକ କୌଣସିମତେ ଜୀବନ ରକ୍ଷାକରି କୂଳକୁ ଆସିଯାଇଥିବା ବେଳେ ଡିପିଏମ ସୁନୀଲ ସାହୁ ପ୍ରଖର ଜଳସ୍ରୋତରେ ଭାସିଯାଇଥିଲେ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories