www.samajalive.in
Sunday, December 14, 2025
19.1 C
Bhubaneswar

ଟିଟିଲାଗଡ଼ରେ ମଣ୍ଡି ପ୍ରହସନ

ଟିଟିଲାଗଡ଼ : ଚଳିତ ବର୍ଷ ପ୍ରାରମ୍ଭରୁ ଟିଟିଲାଗଡ ବ୍ଲକରେ ସରକାରଙ୍କ ମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ କଳୁଷିତ ହୋଇଥିବା ଯୁବ କଂଗ୍ରେସ ଅଭିଯୋଗ କରିଛି। ଗତ ପ୍ରାୟ ୧୫ ଦିନ ହେଲା ବାନ୍ଧୁପଲା ଧାନ ମଣ୍ଡିରେ ଧାନ କ୍ରୟ ବନ୍ଦ ରହିଥିବା ବେଳେ ବଲାଙ୍ଗୀର ଜିଲାପାଳ ଏଥିପାଇଁ ସମ୍ପୂର୍ଣ୍ଣ ଭାବରେ ଦାୟୀ ବୋଲି  ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଆଇନଜୀବୀ ତଥା ବିରେନ୍ଦ୍ର ବାଗ, ବରିଷ୍ଠ କଂଗ୍ରେସ ନେତା ନିତ୍ୟାନନ୍ଦ ମାଝୀ ଅଭିଯୋଗ କରିଛନ୍ତି। ମଣ୍ଡିରେ ଧାନ ବିକ୍ରୀ ବନ୍ଦ ରହିଥିବାନେଇ ଚାଷୀଙ୍କ ଅଭିଯୋଗ ପରେ ଉଭୟ ନେତା ଶନିବାର ମଣ୍ଡି ପରିଦର୍ଶନ କରିଥିଲେ।

ଅଭିଯୋଗ ଅନୁଯାୟୀ,  ଗତ ଡିସେମ୍ବର ୧୮ ତାରିଖ ଠାରୁ ଚାଷୀ ସେମାନଙ୍କ ଅମଳ ବାନ୍ଧୁପଲା ମଣ୍ଡିକୁ ଆଣି ଥିବା ବେଳେ ପ୍ରଶାସନର ଅସହଯୋଗ ଯୋଗୁଁ କଟନି ଛଟନି ବିବାଦ ଆରମ୍ଭ ହୋଇ ବିକ୍ରୟ ହୋଇନପାରି ପଡିରହିଥିଲା। ଚାଷୀଙ୍କ ଧାନ ବର୍ଷାରେ ମଣ୍ଡିରେ ଖୋଲା ଆକାଶ ତଳେ ତିନ୍ତୁଥିବା ନେଇ ‘ସମାଜ’ରେ ଖବର ପ୍ରକାଶନ ପରେ ଡିସେମ୍ବର ୨୭ରେ ଧାନ ଉଠିଥିଲା। ତାପରେ ପୁଣି ମଣ୍ଡିରେ ଧାନ କ୍ରୟ ବନ୍ଦ କରିଦିଆଯାଇଥିଲା।

- Advertisement -

ସମ୍ପ୍ରତି ଚାଷୀ ମଣ୍ଡିକୁ ଧାନ ଆଣି ପ୍ରାୟ ୧୦ ଦିନ ହେଲା ଜଗିବସିଥିବା ବେଳେ ଅଦ୍ୟାବଧି ଧାନ କ୍ରୟ କରାଯାଇନଥିବା ଅଭିଯୋଗ ହୋଇଛି। ଏନେଇ ଚାଷୀଙ୍କ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ଧାନ ବସ୍ତା ଖୋଲା ଆକାଶ ତଳେ ପଡି ରହିଛି। ଏନେଇ ଚାଷୀ ଟିଟିଲାଗଡ ଉପଜିଲାପାଳଙ୍କୁ ସାକ୍ଷାତ କରି ଜଣାଇଥିଲେ ମଧ୍ୟ କିଛିପଦକ୍ଷପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଟୁକୁନୀ ସାହୁଙ୍କ ନିର୍ବାଚନ ମଣ୍ଡଳୀ ତଥା ଦାଦନ ପ୍ରବଣ ଟିଟିଲାଗଡ ଅଞ୍ଚଳରେ ଚାଷୀଙ୍କ ପ୍ରତି ଅଧିକାରୀଙ୍କ ତୁଚ୍ଛ ବ୍ୟବହାର ଖୁବ ବାଧୁଛି ବୋଲି ମଣ୍ଡିରେ ଧାନ ଜଗି ବସିଥିବା ଚାଷୀ କହିଛନ୍ତି। ସରକାରୀ ସ୍ତରରେ ୧୭ ପ୍ରତିଶତ ଆର୍ଦ୍ରତା ସ୍ୱିକୃତି ଥିବା ବେଳେ ୧୩ ପ୍ରତିଶତ ଆର୍ଦ୍ରତା ନେଇ ୪ରୁ ୧୦ କେଜି ପର୍ଯ୍ୟନ୍ତ କଟନି କରାଯାଉଛି। କଟନି ପାଇଁ ଅରାଜି ହେଲେ ଦିନଦିନ ଧରି ଧାନ କ୍ରୟ କରାଯାଉନାହିଁ। ଏନେଇ ବିତସ୍ପୃହ ହୋଇ ସରକାରୀ ଦର କ୍ୱିଣ୍ଟାଲ ପ୍ରତି ୧୮୩୫ ଟଙ୍କା ରହିଥିବା ବେଳେ ଆମେ ୧୨୦୦ ଟଙ୍କାରେ ଦଲାଲ ହାତରେ ଧାନ ଦେବାକୁ ବାଧ୍ୟ ହେଉଛୁ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ବର୍ଷତମାମ ମାଟି କାଦୁଅରେ କଷଣରତ ଚାଷୀବର୍ଗଙ୍କ ପ୍ରତି ଏଭଳି ଅବିଚାରକୁ ଆଉ ବରଦାସ୍ତ କରାଯିବ ନାହିଁ ଏବଂ ଯୁବ କଂଗ୍ରେସ ଆଗାମୀ ଦିନରେ ରାଜରାସ୍ତାରେ ଏହାର ଜବାବ ଦେବ ବୋଲି ଯୁବ କଂଗ୍ରେସ ନେତା ବାଗ ଚେତାବନି ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories