www.samajalive.in
Sunday, December 14, 2025
19.1 C
Bhubaneswar

ଦେଶର ଏଭଳି ସହର ଯେଉଁଠି ଶ୍ରମିକଙ୍କୁ ମିଳୁଛି ହୀରା, କ୍ଷଣିକରେ ପାଲଟୁଛନ୍ତି କୋଟିପତି

ଇନ୍ଦୋର: ଶୀର୍ଷକଟି ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ। ଭାରତରେ ଏଭଳି ସହର ରହିଛି, ଯେଉଁଠି ଶ୍ରମିକଙ୍କୁ ମିଳୁଛି ହୀରା। କ୍ଷଣିକ ମଧ୍ୟରେ ସେମାନେ ପାଲଟି ଯାଉଛନ୍ତି କୋଟିପତି। ଏହି ସହରଟି ହେଉଛି ମଧ୍ୟପ୍ରଦେଶର ‘ପନ୍ନା’। ପନ୍ନା ଜିଲାର ପନ୍ନା ସହର ହୀରାର ସହର ଭାବେ ପରିଚିତ। ଏହି ସହରର ଶ୍ରମିକ ଧୀରେ ଧୀରେ କୋଟିପତି ହେବାରେ ଲାଗିଛନ୍ତି ଏବଂ ସେମାନଙ୍କ ଜୀବନଶୈଳୀ ପରିବର୍ତ୍ତନ ହେଉଛି। ନିକଟରେ ହୀରା କାର୍ଯ୍ୟାଳୟ ପ୍ରାଙ୍ଗଣରେ ହୋଇଥିବା ଏକ ନିଲାମ କାର୍ଯ୍ୟକ୍ରମରେ ୨ ଜଣ ଶ୍ରମିକଙ୍କ ହୀରା ୨ କୋଟି ୫୫  ଲକ୍ଷ ଟଙ୍କାରେ ବିକ୍ରି ହୋଇଛି।

ସୂଚନାଯୋଗ୍ୟ, ହୀରା ପାଇଁ ପନ୍ନା ସହର ବିଶ୍ଵରେ ବେଶ୍‌ ଖ୍ୟାତି ଅର୍ଜନ କରିଛି। ଏଠାରେ ହୀରା ଖଣି ରହିଛି। ଲୋକମାନେ ପ୍ରଶାସନଠାରୁ ୮ବର୍ଗ ମିଟର ଅଞ୍ଚଳକୁ ଲିଜରେ ଆଣି ଖନନ କରିଥାଆନ୍ତି। ସେଥିରୁ ହୀରା ବାହାର କରନ୍ତି। ସେମାନଙ୍କୁ ଯେଉଁ ହୀରା ମିଳେ ତାହାକୁ ନିଲାମ କରାଯାଏ ଏବଂ ନିଲାମ ଅର୍ଥର ୧୨% ସେମାନେ ସରକାରଙ୍କୁ ଟିକସ ବାବଦରେ ଦେଇଥାନ୍ତି। ଏହି କ୍ରମ​‌ରେ ପନ୍ନା ଜିଲାର ୨ ଜଣ ଶ୍ରମିକ ଖନନ ସମୟରେ କିଛି ହୀରା ପାଇଥିଲେ। ନିକଟରେ ଅନୁଷ୍ଠିତ ହୀରା ନିଲାମରେ ୩୧୬ କ୍ୟାରେଟ୍ସ ଓଜନର ହୀରା ରଖାଯାଇଥିଲା। ଏଥିରେ ୧୮୭.୧ କ୍ୟାରେଟ୍‌ ଓଜନର ହୀରା ୨ କୋଟି ୪୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ସେଥିମଧ୍ୟରୁ ଜଣେ ଶ୍ରମିକଙ୍କ ହୀରା ୧ କୋଟି ୧୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲାବେଳେ ଅନ୍ୟ ଜଣେ ଶ୍ରମିକଙ୍କ ହୀରା ୭୨ ଲକ୍ଷ ୬୧ ହଜାର ଟଙ୍କାରେ ନିଲାମ ହୋଇଛି।

- Advertisement -

ପନ୍ନାରେ ହୋଇଥିବା ଏହି ନିଲାମରେ ମୁମ୍ବଇ, ସୁରଟ୍‌, ଦିଲ୍ଲୀ ଏବଂ ଅନ୍ୟାନ୍ୟ ସ୍ଥାନର ୫୦ରୁ ଅଧିକ ହୀରା ବ୍ୟବସାୟୀ ଅଂଶଗ୍ରହଣ କରିଥିଲେ। ପନ୍ନାର ହୀରା ଅଧିକାରୀ ଏମ.ଏନ. ପାଣ୍ଡିଆନ କହିଛନ୍ତି ଯେ, ହୀରା ମାଲିକମାନଙ୍କୁ ସେମାନଙ୍କ ପ୍ରକୃତ ମୂଲ୍ୟ ମିଳିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories