ଚୌଦ୍ୱାର : ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପରିପ୍ରେକ୍ଷିରେ ଚୌଦ୍ୱାର ପୌରପାଳିକା ତରଫରୁ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧିଛକ ସ୍ଥିତ ପୌର ଟାଉନହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ପୌରପାଲିକାରେ କାର୍ଯ୍ୟରତ ସଫେଇ କର୍ମଚାରଙ୍କ ସଫେଇ କାର୍ଯ୍ୟଶୈଳୀର ପ୍ରଶଂସା କରି ଆସନ୍ତା ୧ତାରିଖରେ ହେବାକୁଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିବେଦନ କରିଥିଲେ। ବିଧାୟକଙ୍କ ପ୍ରତିନିଧି ବିଷ୍ଣୁ ଚରଣ ପରିଡା, ଡୁଡା ଟିମ ଲିଡର ଅକ୍ଷୟ କୁମାର ମିଶ୍ର, ମନିଟରିଙ୍ଗ ଏକ୍ସପର୍ଟ ନିହାର ରଞ୍ଜନ ନାୟକଙ୍କ ସମେତ ସମସ୍ତ କାଉନସିଲର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ପୌରପାଳିକାର ସ୍ୱଚ୍ଛତା ବିଶେଷଜ୍ଞ ପିୟୁଷ ସାହୁ ଓ ନୋଡାଲ ଅଫିସର ବିଚିତ୍ରାନନ୍ଦ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Popular Categories



