ଡିଜିଟାଲ ସାକ୍ଷରତା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ଚୌଦ୍ୱାର : ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ତରଫରୁ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ବାଣୀପଦା ପଞ୍ଚାୟତରେ ଏକ ଡିଜିଟାଲ ସାକ୍ଷରତା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । କଟକ ଜନ ଶିକ୍ଷଣ ସଂସ୍ଥାନ ସହଯୋଗିତାରେ ଆରମ୍ଭ କରାଯାଇଥିବା ଏହି କେନ୍ଦ୍ରକୁ ବିଆଇପିଏଫର ସିଇଓ ଶୈଫାଳିକା ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜନ ଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶିକା ଅନୀମା ଦାସ, ବିଆଇପିଏଫ ଉପ ସଭାପତି ଧର୍ମେଶ ଗୋହେଲ, ଇମ୍ଫାର ଡିଜିଏମ୍ ଧୃବ ଚରଣ ରାଉତ, ଫାଉଣ୍ଡେସନ୍ ଅଧିକାରୀ ଆଶୀଷ ଦାସ, ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋତ୍ସାରାଣୀ ସୁବୁଦ୍ଧିରାୟ, ସ୍ଥାନୀୟ ସରପଞ୍ଚ ଦିଲ୍ଲିପ କୁମାର ଭୋଇ, ସମିତି ସଭ୍ୟ ସୁରେନ୍ଦ୍ର କୁମାର ସାମଲ, ସମାଜସେବୀ ତୀର୍ଥାନନ୍ଦ ସୁବୁଦ୍ଧିରାୟ, ଲକ୍ଷ୍ମଣ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ଏଥି ସହିତ ବ୍ରହ୍ମପୁର ପଞ୍ଚାୟତରେ ମଧ୍ୟ ଏକ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା ଜଣାପଡ଼ିଛି । ଏହି କେନ୍ଦ୍ର ଦୁଇଟି ମାଧ୍ୟମରେ ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନଙ୍କୁ କମ୍ପ୍ୟୁଟର ଓ ଡିଜିଟାଲ ସିଷ୍ଟମ ସମ୍ପର୍କରେ ତାଲିମ ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଆଇପିଏଫ ତରଫରୁ ପ୍ରୟାସ କରାଯାଉଛି ବୋଲି ସିଇଓ ଶ୍ରୀମତୀ ପଣ୍ଡା ସୂଚନା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷଣ ନେବାପାଇଁ ସ୍ଥିରିକୃତ ହୋଇଥିବା ଅଞ୍ଚଳର ୧୨୦ ଜଣ ଯୁବକ ଯୁବତୀ ଉତ୍ସବରେ ଯୋଗ ଦେଇଥିଲେ । ଚୌଦ୍ୱାର ଆଖପାଖ ଗ୍ରାମାଞ୍ଚଳରେ ଆର୍ଥିକ ଓ ସାମାଜିକ ବିକାଶ ଲକ୍ଷ୍ୟରେ ବିଆଇପିଏଫ ସଂଗଠନ ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟ ସମ୍ପାଦନ କରୁଥିବାରୁ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶିକା ଏହାର କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ଆଗକୁ ବଢ଼ିବାରେ ସହୟକ ହେବ ବୋଲି ପ୍ରକାଶ କରିଥିଲେ । ଇମ୍ଫାର ଚନ୍ଦ୍ରଶେଖର ମହାପାତ୍ର, ଶୁଭଶ୍ରୀ ନାୟକ,ପିଙ୍କି ସାହୁ, ଅର୍ଚ୍ଚନା ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.