www.samajalive.in
Saturday, December 6, 2025
15.1 C
Bhubaneswar

ଜଗତେ କେବଳ ଜନେ ହସିବେ : ବାବୁ ସିଂ

ଭୁବନେଶ୍ଵର : ବିଧାନସଭା ମୌସୁମୀ ଅଧିବେଶନରେ କଂଗ୍ରେସ ବିଜେପି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି । ଗୁରୁବାର କଂଗ୍ରେସ ବିଧାୟକମାନେ ଚିଠି ଦେବା ସହ ମୋହନ ମାଝୀଙ୍କ ସରକାର ବିରୋଧରେ ଅନାସ୍ଥା ଆଣିଛନ୍ତି । ତେବେ ଏହି ଅନାସ୍ଥା ପ୍ରସ୍ତାବ ନେଇ କଟାକ୍ଷ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ। ସେ କହିଛନ୍ତି ଜଗତେ କେବଳ ଜନେ ହସିବେ। ଅନାସ୍ଥା ଆଣିବାକୁ ହେଲେ ପାଖାପାଖି ସଂଖ୍ୟା ରହିବା କଥା। ଏକ ଦଶମାଂଶ ସଂଖ୍ୟା ଥାଇ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି , ତେଣୁ କିଛି ପ୍ରଭାବ ପଡିବନି।
ଅନ୍ୟପଟେ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ କଟାକ୍ଷ କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ବିଜେଡି ଓ କଂଗ୍ରେସ ଭିତରେ ସିଲ୍‌ଭର୍‌ ମେଡାଲ ପାଇଁ ଲଢେଇ ଲାଗିଛି। ଅନାସ୍ଥାର କୌଣସି ପ୍ରଭାବ ସରକାରଙ୍କ ଉପରେ ପଡିବ ନାହିଁ। ଅନାସ୍ଥା ଆଣିଲେ କଂଗ୍ରେସ ଲୋକହଂସା ହେବ। ସଂଖ୍ୟା ନଥାଇ ଅନାସ୍ଥା ଆଣିବା , କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ କଂଗ୍ରେସର ଏକ ଷ୍ଟଣ୍ଟ ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories