www.samajalive.in
Monday, December 15, 2025
26.1 C
Bhubaneswar

ଅନାସ୍ଥା ନେଇ ବିଜେଡିର ସହଯୋଗ ଲୋଡିଲା କଂଗ୍ରେସ; ୫ଟାରେ ନିଷ୍ପତ୍ତି

ଭୁବନେଶ୍ୱର: ମୋହନ ମାଝୀଙ୍କ ଦେଢ ବର୍ଷର ସରକାର ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । ଏହି ଅନାସ୍ଥା ପ୍ରସ୍ତାବ ନେଇ ୧୫ ଜଣ ବିଧାୟକଙ୍କ ସମର୍ଥନ ଥିବା ନେଇ କଂଗ୍ରେସ ନେତାମାନେ ଦାବି କରିଛନ୍ତି । ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା ମିଳିଛି । ଅନ୍ୟପଟେ ବିରୋଧୀ ବିଜେଡିର ସହଯୋଗ ଲୋଡିଛି କଂଗ୍ରେସ । ବିଜେଡି ଏହି ଅନାସ୍ଥାକୁ ସମର୍ଥନ କରୁ ବୋଲି କଂଗ୍ରେସ ଚାହୁଁଛି । ଏଥିପାଇଁ ବିଜେଡି ବିଧାୟକଙ୍କ ସହ ଆଲୋଚନା କରିବାକୁ କଂଗ୍ରେସ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାମ୍ବରକୁ ଯାଇଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ବିଜେଡି ଆଜି ସନ୍ଧ୍ୟା ୫ଟାରେ ବିଜେଡିର ବୈଠକ ଅଛି । ଆମେ ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଛୁ । ଆଲୋଚନା କରି ସେମାନେ ନିଷ୍ପତ୍ତି ଜଣାଇବେ ବୋଲି  ସୂଚନା ଦେଇଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories