www.samajalive.in
Saturday, December 6, 2025
23.1 C
Bhubaneswar

ବାଗେଶ୍ୱର ବାବାଙ୍କୁ ହତ୍ୟା ଧମକ: ମାମଲା ରୁଜୁ

ବରେଲି: ବାଗେଶ୍ୱର ଧାମର ବାବା ବାଗେଶ୍ୱର ତଥା ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ପୁଣି ଥରେ ହତ୍ୟା ଧମକ ଦିଆଯାଇଛି। ବାବାଙ୍କୁ ଶରୀରରୁ ମୁଣ୍ଡ ଅଲଗା କରିବାକୁ ଫେସବୁକ ମାଧ୍ୟମରେ ଏହି ଧମକ ମିଳିଛି। ଏହି ଧମକ ମିଳିବା ପରେ ହିନ୍ଦୁ ସଂଗଠନର ଶତାଧିକ କର୍ମୀମାନେ ବରେଲିର ଅମ୍ବାଲା କୋଟୱାଲୀରେ ଏକାଠି ହୋଇ ଅଭିଯୋଗ କରିବା ସହ ମାମଲା ରୁଜୁ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ସନାତନ ଧର୍ମ ଗୁରୁ ପଣ୍ଡିତ ଧିରେନ୍ଦ କୃଷ୍ଣ ଶାସ୍ତ୍ରୀଙ୍କ ଫଟୋକୁ ଅଶ୍ଳୀଳ ଭାବରେ ଉପସ୍ଥାପନ କରି ସୋସିଆଲ ମିଡ଼ିଆରେ ପ୍ରସାରିତ କରାଯାଇଛି। ଏକ ଭିଡ଼ିଓ ଜାରି କରି ବାବାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଉଛି। ଏହାଦ୍ୱାରା ହିନ୍ଦୁଙ୍କ ଭାବାବେଗରେ ଆଘାତ ଦେଇଛି। ଏହାସହିତ ହିନ୍ଦୁ ସମାଜର ସଂଗଠନଗୁଡିକ ମଧ୍ୟରେ କଠୋରାଘାତ ଲାଗିଛି। ଅଭିଯୋଗ ପରେ ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି ଅଭିଯୋଗକୁ ଆଧାର କରି ଯାଞ୍ଚ କରାଯିବ। ଏହି ମାମଲାରେ ସଲମାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରାଯାଇଛି।

କରଞ୍ଜିଆ ଟିକେଟ୍ ପାଇଁ ଆଶାୟୀ ଅଧିକ : ବଢୁଛି ଅସନ୍ତୋଷ, କାହାମୁଣ୍ଡରେ ସୁନା କଳସ ଢାଳିଵେ ବିଜେଡି ସୁପ୍ରିମୋ

- Advertisement -

ରାଷ୍ଟ୍ରୟ ବଜରଙ୍ଗ ଦଳର ଅମ୍ବାଲାର ଅଧ୍ୟକ୍ଷ କହିଛନ୍ତି ଯେ ଫେଜ୍‌‌ ରାଜା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଫଟୋ ଫେସବୁକରେ ଅପଲୋଡ କରି ତାଙ୍କ ମୁଣ୍ଡ ଶରୀରରୁ ଅଲଗା କରିବା ପାଇଁ ଧମକ ଦେଇଛି। ଏଭଳି ପୋଷ୍ଟ ଦ୍ୱାରା ସହରରେ ଶାନ୍ତି ଭଙ୍ଗ ହୋଇପାରେ। ଏହି ପୋଷ୍ଟରେ ସଲମାନ ନାମକ ଜଣେ ବ୍ୟକ୍ତି ଅଶ୍ଳୀଳ ଭାଷାରେ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ମାମଲା ରୁଜୁ ପରେ ପୁଲିସ ସଲମାନଙ୍କୁ ଗିରଫ କରିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories