www.samajalive.in
Monday, December 8, 2025
24.1 C
Bhubaneswar

ପବିତ୍ର ବଡଓଷାରେ ପଞ୍ଚାନନ ବେଶରେ ଦର୍ଶନ ଦେଲେ ଆଖଣ୍ଡଳମଣି

ଆରଡି : ପବିତ୍ର ବଡଓଷା ଓ ପଞ୍ଚୁକବ୍ରତ ଅବସରରେ ବୁଧବାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇଥିଲା। ଏହି ବେଶ ଦର୍ଶନ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଣିତ ଶ୍ରଦ୍ଧାଳୁଭକ୍ତଙ୍କ ପୀଠରେ ଭିଡ ଜମିଥିଲା । ପବିତ୍ର ବଡଓଷା ନୀତିକାନ୍ତିକୁ ଦୃଷ୍ଟିରେ ରଖି ବୁଧବାର ଦୈନନ୍ଦିନ ନୀତିକାନ୍ତିରେ ସାମାନ୍ୟ ପରିବର୍ତ୍ତନ କରାଯାଇ ଭୋର ୪ଟାରେ ପହଡ ଖୋଲାଯିବା ସହିତ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି ଆଦି ସମସ୍ତ ସକାଳ ଧୂପ ୫ଟା ସୁଧା ସାରିବା ପରେ ନୂତନବସ୍ତ୍ର, ଚନ୍ଦନ, ଫୁଲ ଆଦିରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ସାହଣ ମେଲା କରାଯାଇଥିଲା। ପରେ ସମସ୍ତ ସକାଳ ନୀତିକାନ୍ତି ଓ ଶ୍ରଦ୍ଧାଳୁଭକ୍ତମାନଙ୍କର ପୂଜାର୍ଚ୍ଚନା ଦିବା ୧ଟା ସୁଧା ସରିବା ପରେ କିଲୋକିଲୋ ରୂପା ଅଳଙ୍କାର, ଫୁଲର ଟାହିଆ ଓ ବିଭିନ୍ନ ଅଳଙ୍କାର ଲାଗିକରାଯାଇ ବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇଥିଲା। ବିଶେଷକରି ଶ୍ରଦ୍ଧାଳୁଭକ୍ତମାନଙ୍କର ଦର୍ଶନ ନିମନ୍ତେ ଅପରାହ୍ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁର୍ନବାର ସାହଣମେଲା କରାଯାଇଥିଲା। ଶ୍ରଦ୍ଧାଳୁ ଭକ୍ତମାନଙ୍କତ ହରିବୋଲ ହୁଳହୁଳି ସାଙ୍ଗକୁ ସଂକିର୍ତ୍ତନ ମଣ୍ଡଳିଙ୍କ ନାମସଂକିର୍ତ୍ତନରେ ସମଗ୍ର ପୀଠ ଉତ୍ସବମୁଖର ହୋଇ ଉଠିଥିଲା। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆସନ୍ତା ୨୩ ଅର୍ଥାତ ଶୁକ୍ରବାର ଦିନ ମନ୍ଦିରର ରାହସପୂର୍ଣ୍ଣମୀ ନୀତି ଅନୁଷ୍ଠିତ ହେବା ସହିତ ଅପରାହ୍ଣରେ ପ୍ରସିଦ୍ଧ ହରଗୈାରୀ ବେଶ ଅନୁଷ୍ଠିତ ହେବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories