www.samajalive.in
Wednesday, December 10, 2025
14.1 C
Bhubaneswar

ଜାତିସଂଘ ପରିବେଶ ମୁଖ୍ୟ ଏରିକ୍‍ ସୋଲେମ୍‍ଙ୍କ ଇସ୍ତଫା

ନାଇରୋବି : ବିପୁଳ ପରିମାଣର ଗସ୍ତ ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇ ପ୍ରସ୍ତୁତ ଅଡିଟ୍‍ ରିପୋର୍ଟ ବାହାରିବା ପରେ ଜାତିସଂଘ ପରିବେଶ ବିଭାଗ ମୁଖ୍ୟ ଏରିକ୍‍ ସୋଲେମ୍‍ ତାଙ୍କର ପଦରୁ ଇସ୍ତଫା ଦେଇଛନ୍ତି। ନରୱେର ପୂର୍ବତନ ପରିବେଶମନ୍ତ୍ରୀ ସୋଲେମ୍‍ ୨୦୧୬ ମସିହାରୁ ନାଇରୋବି ଭିତ୍ତିକ ପରିବେଶ କାର୍ଯ୍ୟକ୍ରମର ମୁଖ୍ୟଭାବେ ଅବସ୍ଥାପିତ ହୋଇଥିଲେ। ଜାତିସଂଘର ଅଡିଟ୍‍ ରିପୋର୍ଟରୁ ଜଣାପଡ଼ିଛି ଯେ ସୋଲେମ୍‍ ତାଙ୍କ ଗସ୍ତରେ ୫ ଲକ୍ଷ ଆମେରିକୀୟ ଡଲାର ଖର୍ଚ୍ଚ କରିଛନ୍ତି। ଏହି ବିଶ୍ୱ ସଂଗଠନ ସ୍ୱଳ୍ପ ବଜେଟ୍‍ ତଥା ଖର୍ଚ୍ଚକାଟ ଉପରେ ଗୁରୁତ୍ୱ ଦେଇଥିବା ବେଳେ ଏହାକୁ ଅଯଥା ଖର୍ଚ୍ଚ ବୋଲି ରିପୋର୍ଟରେ କୁହାଯାଇଛି।
ସୋଲେମ୍‍ଙ୍କର ବିଶ୍ୱଭ୍ରମଣକୁ ଆକ୍ଷେପ କରି କୁହାଯାଇଛି ଯେ ପରିବେଶ ପ୍ରତି ତାଙ୍କର ସାମାନ୍ୟ ଚିନ୍ତା ମଧ୍ୟ ନଥିଲା। ଆକାଶମାର୍ଗରେ ଯାତ୍ରା ଯୋଗୁଁ କାର୍ବନ୍‍ ନିର୍ଗମନକୁ ହ୍ରାସ କରାଇବା ଦିଗରେ ସେ କୌଣସି ପଦକ୍ଷେପ ନେଇ ନାହାନ୍ତି। ସୋଲେମ୍‍ ଗତକାଲି ଏକ ବିବୃତ୍ତିରେ କହିଛନ୍ତି ସେ ତାଙ୍କର ଗସ୍ତ ଖର୍ଚ୍ଚ ଉପରେ ଚୂଡ଼ାନ୍ତ ଅଡିଟ୍‍ ରିପୋର୍ଟ ପାଇସାରିଛନ୍ତି ଏବଂ ଗଭୀର ଭାବେ ଚିନ୍ତା କରିବା ପରେ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଜାତିସଂଘ ମୁଖପାତ୍ର ଷ୍ଟିଫାନେ ଡୁଜାରିକ୍‍ କହିଛନ୍ତି ଯେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories