www.samajalive.in
Sunday, December 14, 2025
19.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୁରୁଷ ଫୁଟବଲ ଦଳର କଲକତା ଗସ୍ତ 

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ଫୁଟବଲ ପୁରୁଷ ଦଳ ସୋମବାର କଲକତା ଗସ୍ତ କରିଛନ୍ତି । କଲକାତା ବିଶ୍ବବିଦ୍ୟାଳୟରରେ ନଭେମ୍ବର ୧ ରୁ ୮ ତାରିଖ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପୁରୁଷ ଫୁଟବଲ ଦଳ ଗସ୍ତ କରିଛି । ସାରଙ୍ଗଗଡର କନ୍ଧମାଳ ମହାବିଦ୍ୟାଳୟର ଧର୍ମେନ୍ଦ୍ର ପ୍ରଧାନ, କରପୁଟ ସରକାରୀ ମହାବିଦ୍ୟାଳୟର ପିଣ୍ଟୁ ବେଣିଆ, ଜଗନ୍ନାଥ ସିସା, ସିମିଳିଗୁଡା କଲେଜରୁ ସପନ ଜାନି, କୋଟପାଡ଼ କଲେଜରୁ ରବୀନ୍ଦ୍ର ମାଝି, ବାଲିଗୁଡା ଆଦିବାସୀ କଲେଜରୁ ଭାଗିରଥି ବାଘ, କୁଣ୍ଡରା ବି.ପି ଡିଗ୍ରୀ କଲେଜରୁ ଜଗନ୍ନାଥ ଗଡବା, ସୁନାବେଡ଼ା ଏରୋନୋଟିକ କଲେଜରୁ ସୁନିଲ ଖିଲା, ଲକ୍ଷ୍ମୀଧର ବଡନାୟକ, ମଧୁ ସୁଦାନ ବାଟଗରିଆ, ତ୍ରିଲୋଚନ ମାଝି, ଜୟପୁର ବିକ୍ରମଦେବ କଲେଜରୁ ପ୍ରଭାତ କୁମାର କୁଲଦୀପ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସନ୍ଦୀପ ଦାସ, ଭଞ୍ଜନଗର କେ ଏସ ୟୁ ବି କଲେଜରୁ ଅମନଜିତ୍ ବେହେରା, ଫିରିଙ୍ଗିଆ ପଞ୍ଚାୟତ ଡିଗ୍ରୀ କଲେଜରୁ ଧନେଶ୍ଵର ବେସ୍ରା, ବେଲାରସେନ୍ କହଁର, ଚନ୍ଦ୍ର ମୋହନ ପୂର୍ତ୍ତି, ରାୟଗଡ଼ା କଲେଜରୁ ପ୍ରକାଶ ମାଛଖଣ୍ଡ ରହିଥିବା ବେଳେ ମ୍ୟାନେଜର ଭାବେ ଭଞ୍ଜନଗର କେ ଏସ ୟୁ ବି କଲେଜର ଅଧ୍ୟାପକ ପବିତ୍ର ଶବର, କୋଚ୍ ଭାବେ ପି .ରମେଶ ଦଳରେ ଗସ୍ତ କରିଛନ୍ତି। କ୍ରୀଡା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ,ସମ୍ପାଦକ ପ୍ରଫେସର୍ ଗଣେଶ ସେଠୀ, ରାଜେଶ୍ ମହାନ୍ତି, ରବି ମିଶ୍ର, ଡି.ଆପ୍ପାରାଓ, ଗୌରୀ ଶଙ୍କର ପାତ୍ର, ଗୋପାଳ ପଣ୍ଡା, ସୁଧାଂଶୁ ପଣ୍ଡା, ଜେ.କାମେଶ୍ୱର ରାଓ ପ୍ରମୁଖ ଶୁଭେଛା ଜଣାଇଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories