ବୌଦ୍ଧ : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟର ଅସ୍ୱାନ ହଲରେ ସୋମବାର ଦୂର୍ନୀତି ନିବାରଣ ସଚେତନତା ପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୂର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁନୀତି ବିରୋଧରେ ଶପଥ ପାଠ କରାଇଥିଲେ। ଜିଲାପାଳ ନୁସିଂହ ଚରଣ ସ୍ୱାଇଁଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ. ସଂଘମିତ୍ରା ପଣ୍ଡା, ଡେପୁଟି କଲେକଟର ଶ୍ୱାଶତ ପ୍ରଧାନ, ଜିଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରା, ଡେପୁଟି କଲେକ୍ଟର ବୁନା ପ୍ରଧାନ, ସହକାରୀ ଜିଲାପାଳ ଚାନ୍ଦନି ମେହେର , ସହକାରୀ ଜିଲାପାଳ କୁମୁନ୍ଦ ଚନ୍ଦ୍ର ଦଳବେହେରା ଏବଂ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ବହୁ ଅଧିକାରୀ ସାମିଲ ଥିଲେ।
Popular Categories



