BJD Bijuli 480×75 Mob

ତେଜିଲା ଆଠଗଡକୁ ଜିଲ୍ଲା ଦାବି, ପ୍ରତିକାତ୍ମକ ଧାରଣା ଆରମ୍ଭ

BJD Bijuli 480×75 Mob

ଆଠଗଡ : ଆଠଗଡକୁ ଜିଲ୍ଲା ଘୋଷଣା କରିବା ଦାବି ଏବେ ତେଜିବାରେ ଲାଗିଛି । ବିଭିନ୍ନ ବର୍ଗର ଲୋକ ଏବଂ ସଂଗଠନ ଆଠଗଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଦାବି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିକାତ୍ମକ ଧାରଣା ଆରମ୍ଭ ହୋଇଛି । ଏହି ଧାରଣାରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଆଇନଜୀବୀ ଯୋଗଦାନ କରିଥିଲେ । ଧାରଣାସ୍ଥଳରେ ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆନୁଷ୍ଠାନିକ ଏବଂ ସର୍ବସମ୍ମତକ୍ରମେ ଗଠନ କରାଯାଇଥିଲା। ଆଇନଜୀବୀ ପ୍ରାଣକୃଷ୍ଣ ଦାଶ କମିଟିର ଅଧ୍ୟକ୍ଷ ମନୋନୀତ ହୋଇଥିବାବେଳେ କମିଟିର ସଂଯୋଜକ ଆଇନଜୀବୀ ଫଣିଭୂଷଣ ରଥ, ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଓ ବିଚିତ୍ରାନନ୍ଦ ସେଠୀ, ଆବାହକ ଲଲାଟେନ୍ଦୁ ସେନାପତି ସଂପାଦକ ଭାବେ ଓକିଲ ସଂଘ ସଭାପତି ଜଗଦାନନ୍ଦ ତ୍ରିପାଠୀ, ସଂଗଠନର ସଂପାଦକ ଇଂ ପ୍ରିୟବ୍ରତ ଦାସ, ଯୁଗ୍ମ ସଂପାଦକ ଭାବେ ବିଜୟ କୁମାର ପରିଡା ମନୋନୀତ ହୋଇଥିଲେ। ସେହିପରି କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଆଇନଜୀବୀ ଗୋପରଞ୍ଜନ ପ୍ରଧାନ, ଶ୍ରୀନିବାସ ଦାସ, ବିମ୍ବାଧର ରାଉତ, ପ୍ରକାଶ କୁମାର ସେଠୀ, ସରୋଜ କୁମାର ପଟ୍ଟନାୟକ, ପଦାରବିନ୍ଦ ଜେନା, ମାନସ ରଞ୍ଜନ ପଟ୍ଟନାୟକ ଓ ଗଙ୍ଗାଧର ନାଏକ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି । ଆଠଗଡଠାରୁ ଭୌଗୋଳିକ କ୍ଷେତ୍ର ଓ ଅନ୍ୟାନ୍ୟ ମାପଦଣ୍ଡ କମ୍‌‌ ଥାଇ ଜିଲ୍ଲା ଘୋଷିତ ହୋଇଥିବାରୁ ଆଠଗଡକୁ ଏଥିପାଇଁ ଅଣଦେଖା କରାଯାଇଥିବାରୁ କମିଟିର କର୍ମକର୍ତ୍ତା କ୍ଷୋଭ ପ୍ରକାଶ କରିବା ସହିତ ଆଠଗଡକୁ ତୁରନ୍ତ ନୂତନ ଜିଲ୍ଲା ଭାବେ ଘୋଷଣା କରିବାକୁ ଦାବି କରିଥିଲେ। ଏହି ପ୍ରତିକାତ୍ମକ ଧାରଣା ଜିଲ୍ଲା ଘୋଷଣା ନହେବା ପର୍ଯ୍ୟନ୍ତ ପ୍ରତିଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ସଂଯୋଜକ ଶ୍ରୀ ରଥ ପ୍ରକାଶ କରିଛନ୍ତି।

Comments are closed.