www.samajalive.in
Saturday, December 6, 2025
23.1 C
Bhubaneswar

ଧଳାପଥର ଫାଣ୍ଡିରେ ଆମ ପୁଲିସ, ଜନତା ବନ୍ଧୁତା କାର୍ଯ୍ୟକ୍ରମ

କଳାପଥର(ବାଙ୍କୀ ) : ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଫାଣ୍ଡି ପକ୍ଷରୁ ଧଳାପଥର, ଗେଡିଆପଲ୍ଲୀ ଏବଂ ମାନିବନ୍ଧ ଗ୍ରାମ ପଂଚାୟତର ଜନତା ଓ ପୁଲିସର ବନ୍ଧୁତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବେଗୁନିଆ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ଅଧକ୍ଷତାରେ ଆୟୋଜିତ କାଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଏସଡିପିଓ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନ ସାଧାରଣ ଏବଂ ପୁଲିସର ଦୂରତ୍ୱ ନିକଟତର ହେବା ସହିତ ନିଜ ଅଂଚଳର ସୁବିଧା ଅସୁବିଧା ଜାଣିବା ଜଣେଇବା ଏହି କାଯ୍ୟକ୍ରମର ମୂଳ ମନ୍ତ୍ର। ଅନ୍ୟ ମାନଙ୍କ ମଧ୍ୟରେ ଏସ ଆଇ ମାଧବାନନ୍ଦ ବସ୍ତିଆ, ଧଳାପଥର ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ମଲ୍ଲିକ ଉପସ୍ଥିତ ଥିଲେ। ଧଳାପଥର ସରପଞ୍ଚ ନାରାୟଣ ସାହୁ, ଗେଡିଆପଲ୍ଲୀ ସରପଞ୍ଚ କବିତା ମଞ୍ଜରୀ ତ୍ରିପାଠୀ, ମାନିବନ୍ଧ ସରପଞ୍ଚ ସୁନନ୍ଦା ବରାଳ, ସମାଜସେବୀ ଧୀରେନ୍ଦ୍ର କୁମାର ସାହୁ, ସରପଞ୍ଚ ଅର୍ଜୁନ ବେହେରା, ସୁରଜ ପ୍ରସାଦ ସୁବୁଦ୍ଧି, ଶିକ୍ଷାବୀତ ମାଧବ ଚନ୍ଦ୍ର ଦାସ, ସନ୍ତୋଷ ତ୍ରିପାଠୀ, ସମାଜସେବୀ ରତ୍ନାକର ମହାପାତ୍ର, ଠଣାପଲ୍ଲୀ ଗ୍ରାମ ୧୪ ଜଣିଆ କମିଟି ସଭାପତି ଫକିର ଚରଣ ପ୍ରଧାନ, ପୂର୍ବତନ ସମିତିସଭ୍ୟ ମାୟାଧର କରଣ ପ୍ରମୁଖ ଯୋଗଦେଇ ପୁଲିସ ଓ ଜନତା ସାହାଯ୍ୟ ସହଯୋଗ ଦ୍ବାରା ସମସ୍ୟା ସମାଧାନର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁସୂଦନ ମହାପାତ୍ର, ଧଳାପଥର ଗ୍ରାମର ରାଜ୍ୟପାଳ ପୁରସ୍କୃତ ଶିକ୍ଷୟତ୍ରୀ ରତ୍ନପ୍ରଭା ସାହୁ ଏକ କବିତା ପାଠ କରି ଆମ ପୁଲିସ ଓଜନତା ବନ୍ଧୁତା ଉପରେ ସୂଚନା ପ୍ରଦାନ କରିଥିଲେ। ଉପସ୍ଥିତ ଜନତାଙ୍କ ସମେତ ଥାନା ଅଧିକାରୀ, ଶିକ୍ଷୟତ୍ରୀ ରତ୍ନ ପ୍ରଭା ସାହୁଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଶେଷରେ ଫାଣ୍ଡି ଅଂଚଳରେ ଚୋରି, ରାହାଜାନି, ଚୋରା ମଦ କାରବାର, ଦ୍ରୁତ ଗାଡି ଚାଳନା, ହାଇୱା ଗାଡି ଚଳାଚଳ ରାତ୍ରି ରେ ଯାତାୟାତ କରିବା ଉପରେ ରୋକ ଲଗାଇବା ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories