www.samajalive.in
Sunday, December 14, 2025
26.1 C
Bhubaneswar

ଧଳାପଥର ଫାଣ୍ଡିରେ ଆମ ପୁଲିସ, ଜନତା ବନ୍ଧୁତା କାର୍ଯ୍ୟକ୍ରମ

କଳାପଥର(ବାଙ୍କୀ ) : ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଫାଣ୍ଡି ପକ୍ଷରୁ ଧଳାପଥର, ଗେଡିଆପଲ୍ଲୀ ଏବଂ ମାନିବନ୍ଧ ଗ୍ରାମ ପଂଚାୟତର ଜନତା ଓ ପୁଲିସର ବନ୍ଧୁତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବେଗୁନିଆ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ଅଧକ୍ଷତାରେ ଆୟୋଜିତ କାଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଏସଡିପିଓ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନ ସାଧାରଣ ଏବଂ ପୁଲିସର ଦୂରତ୍ୱ ନିକଟତର ହେବା ସହିତ ନିଜ ଅଂଚଳର ସୁବିଧା ଅସୁବିଧା ଜାଣିବା ଜଣେଇବା ଏହି କାଯ୍ୟକ୍ରମର ମୂଳ ମନ୍ତ୍ର। ଅନ୍ୟ ମାନଙ୍କ ମଧ୍ୟରେ ଏସ ଆଇ ମାଧବାନନ୍ଦ ବସ୍ତିଆ, ଧଳାପଥର ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ମଲ୍ଲିକ ଉପସ୍ଥିତ ଥିଲେ। ଧଳାପଥର ସରପଞ୍ଚ ନାରାୟଣ ସାହୁ, ଗେଡିଆପଲ୍ଲୀ ସରପଞ୍ଚ କବିତା ମଞ୍ଜରୀ ତ୍ରିପାଠୀ, ମାନିବନ୍ଧ ସରପଞ୍ଚ ସୁନନ୍ଦା ବରାଳ, ସମାଜସେବୀ ଧୀରେନ୍ଦ୍ର କୁମାର ସାହୁ, ସରପଞ୍ଚ ଅର୍ଜୁନ ବେହେରା, ସୁରଜ ପ୍ରସାଦ ସୁବୁଦ୍ଧି, ଶିକ୍ଷାବୀତ ମାଧବ ଚନ୍ଦ୍ର ଦାସ, ସନ୍ତୋଷ ତ୍ରିପାଠୀ, ସମାଜସେବୀ ରତ୍ନାକର ମହାପାତ୍ର, ଠଣାପଲ୍ଲୀ ଗ୍ରାମ ୧୪ ଜଣିଆ କମିଟି ସଭାପତି ଫକିର ଚରଣ ପ୍ରଧାନ, ପୂର୍ବତନ ସମିତିସଭ୍ୟ ମାୟାଧର କରଣ ପ୍ରମୁଖ ଯୋଗଦେଇ ପୁଲିସ ଓ ଜନତା ସାହାଯ୍ୟ ସହଯୋଗ ଦ୍ବାରା ସମସ୍ୟା ସମାଧାନର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁସୂଦନ ମହାପାତ୍ର, ଧଳାପଥର ଗ୍ରାମର ରାଜ୍ୟପାଳ ପୁରସ୍କୃତ ଶିକ୍ଷୟତ୍ରୀ ରତ୍ନପ୍ରଭା ସାହୁ ଏକ କବିତା ପାଠ କରି ଆମ ପୁଲିସ ଓଜନତା ବନ୍ଧୁତା ଉପରେ ସୂଚନା ପ୍ରଦାନ କରିଥିଲେ। ଉପସ୍ଥିତ ଜନତାଙ୍କ ସମେତ ଥାନା ଅଧିକାରୀ, ଶିକ୍ଷୟତ୍ରୀ ରତ୍ନ ପ୍ରଭା ସାହୁଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଶେଷରେ ଫାଣ୍ଡି ଅଂଚଳରେ ଚୋରି, ରାହାଜାନି, ଚୋରା ମଦ କାରବାର, ଦ୍ରୁତ ଗାଡି ଚାଳନା, ହାଇୱା ଗାଡି ଚଳାଚଳ ରାତ୍ରି ରେ ଯାତାୟାତ କରିବା ଉପରେ ରୋକ ଲଗାଇବା ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories