ଚାପମୁକ୍ତ ଆୟୁଷ୍ମାନ୍
ମୁମ୍ବଇ: ୨୦୧୨ରେ ସିନେକ୍ୟାରିୟର ଆରମ୍ଭ କରିଥିବା ଆୟୁଷ୍ମାନ୍ ଖୁରାନା ଏବେ ଜଣେ ଆଗଧାଡ଼ିର କଳାକାର। ଏଇ କିଛିଦିନ ତଳେ ଦବଙ୍ଗ ଖାନ୍ ସଲମାନ୍ ମଧ୍ୟ ଏକ ସାକ୍ଷାତକାର୍ରେ କହିଥିଲେ, ନାବଗତଙ୍କ ମଧ୍ୟରେ ଆୟୁଷ୍ମାନ୍ ତାଙ୍କର ସବୁଠୁ ପ୍ରିୟ କଳାକାର। ତାଙ୍କ ଅଭିନୀତ ସମସ୍ତ ଚଳଚ୍ଚିତ୍ର ସେ ଅତିକମ୍ରେ ୧୦ ଥର ଦେଖିଥିବେ। ଏ ଖବର ଆୟୁଷ୍ମାନ୍ଙ୍କ କାନରେ ପଡ଼ିବା ପରେ କହିଥିଲେ, ସୁଲତାନ୍ଙ୍କୁ ମୋର ଧନ୍ୟବାଦ। ଏବେ ଅନୁଭବ କରୁଛି ମୁଁ ସଫଳ ହୋଇଗଲିଣି। ଯେ କୌଣସି ଚଳଚ୍ଚିତ୍ର ପାଇଁ ଚୁକ୍ତି କରିବା ପୂର୍ବରୁ ଆୟୁଷ୍ମାନ୍ ପ୍ରଥମେ ନିର୍ଦେଶକ ଓ ପ୍ରଯୋଜକଙ୍କୁ କହନ୍ତି, ସାର୍ ମୋତେ କାମ କଲାବେଳେ ଚାପରେ ରଖିବେନି। ଚଳଚ୍ଚିତ୍ର ଦର୍ଶକଙ୍କୁ ପସନ୍ଦ ଆସୁ, ଏହା ଉପରେ ପ୍ରାଧାନ୍ୟ ଦିଆଯିବା ଦରକାର। ଚଳଚ୍ଚିତ୍ର ଯେ ୧୦୦କୋଟି କ୍ଲବ୍ରେ ସାମିଲ ହେଉ, ଏ ଧାରଣାରୁ ଦୂରେଇ ରହିବାକୁ ଆୟୁଷ୍ମାନ୍ ପସନ୍ଦ କରନ୍ତି। ମାନସିକ ଚାପରେ କାମ କଲେ ତାହାର ପରିଣାମ ଆଦୌ ଭଲ ହୋଇନଥାଏ ବୋଲି କହିଛନ୍ତି ଡ୍ରିମ୍ ଗାର୍ଲ କଳାକାର ଆୟୁଷ୍ମାନ୍।
Comments are closed.