www.samajalive.in
Sunday, December 7, 2025
26.1 C
Bhubaneswar

ଆୟୁଷ୍ମାନ ଭାରତର ସଂଶୋଧିତ ପ୍ୟାକେଜ ୨.୦ ଲାଗୁ କରିବା ପାଇଁ ବିଭିନ୍ନ ରାଜ୍ୟ ଆଗ୍ରହୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମହତକାଙ୍‌କ୍ଷୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସ୍ବାସ୍ଥ ଲାଭ ପ୍ୟାକେଜ(HBP 2.0) ସଂଶୋଧିତ କରାଯାଇଛି। ଖୁବ୍ ଶୀଘ୍ର ଦେଶର ବିଭିନ୍ନ ରାଜ୍ୟରେ ଲାଗୁ କରାଯିବ। ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ପ୍ରାଧିକରଣ ଯାହାକି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି। ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ, ନାଗାଲ୍ୟାଣ୍ଡରେ ସଫଳତା ସହ ଏଚବିପି ୨.୦ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହା ସହ ଅନ୍ୟ କେତେକ ରାଜ୍ୟରେ ଏହି ସଂଶୋଧିତ ପ୍ୟାକେଜ ଲାଗୁ କରିବାକୁ ଆଗ୍ରହ ପ୍ରକାଶ କରିଛି। ସ୍ବାସ୍ଥ୍ୟ ୧.୦ରୁ ଖୁବ୍ ସୁବିଧା ଜନକ ଭାବେ ଅନେକ ଲୋକ ସ୍ବାସ୍ଥ ଲାଭ ପ୍ୟାକେଜ ୨.୦କୁ ଆସି ପାରିଛନ୍ତି। ଅନ୍ୟ ରାଜ୍ୟର ଲୋକ ମାନେ ସେହିପରି ୨.୦କୁ ସହଜରେ ଆସିପାରିବେ ବୋଲି ଆଜି ଏନଏଚଏ ପକ୍ଷରୁ କୁହାଯାଇଛି।

ଏନଏଚଏ ସହ ଏସଏଚଏଏସ୍ କୁ ମିଶାଇ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଯାହା ଦ୍ବାରା ଏହା ସୁନିଶ୍ଚିତ ହୋଇ ପାରିବ ଯେ, ଏଚବିପି ୧.୦ ଅପେକ୍ଷା ଏଚବିପି ୨.୦ ଅତି ସହଜ ଭାବରେ ଏବଂ ବିନା କୌଣସି ସମସ୍ୟାରେ ରାଜ୍ୟ ଗୁଡିକରେ କାର୍ଯ୍ୟକାରୀ କରାଯାଇପାରିବ। ଆଗାମୀ କିଛି ମାସରେ ସମସ୍ତ ରାଜ୍ୟରେ ଏଚବିପି ୨.୦ ଲାଗୁ ହେବ ବୋଲି ଆଶା କରାଯାଉଛି।

- Advertisement -

ଏନଏଚଏ ପକ୍ଷରୁ କୁହାଯାଇଛି ଯେ, ଏଚବିପି ୨.୦ ହେଉଛି ଅନକୋଲୋଜି(Oncology)ର ସଂଶୋଧିତ ପ୍ୟାକେଜ। କର୍କଟ ରୋଗରୁ ଉପଶମ ବା ଲାଭ ପାଇବା ପାଇଁ ଏହାକୁ ସଂଶୋଧିତ କରାଯାଇଛି। ବିଶ୍ବ ସ୍ବାସ୍ଥ ସଙ୍ଗଠନ(WHO)ର ସହଯୋଗରେ ଏନଏଚଏ ପକ୍ଷରୁ ଏଚବିପି ସହିତ ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଜାତୀୟ ବର୍ଗିକରଣ(ICHI) ଏବଂ ଇଣ୍ଟରନ୍ୟାସନାଲ କ୍ଲାସିଫିକେଶନ ଅଫ୍ ଡିଜିଜ(ICD 11) ସହିତ ଡବ୍ଲ୍ୟୁଓ କୋଡିଂ ସଂଯୋଗ କରାଯାଇଛି।

ଆୟୁଷ୍ମାନ ଭାରତ(PMJAY)କୁ ଗତ ବର୍ଷ ସିପ୍ଟେମ୍ବରରେ ସଂଶୋଧିତ କରାଯାଇ ସ୍ବାସ୍ଥ ଲାଭ ପ୍ୟାକେଜ(HBP 2.0) କରାଯାଇଥିଲା। ଏଥିରେ ୨୭୦ଟି ପ୍ୟାକେଜ ଦରରେ ବୃଦ୍ଧି କରାଯାଇଛି, ୨୩୭ ନୂଆ ପ୍ୟାକେଜ ଯୋଡା ଯାଇଛି ଏବଂ ୨୧୮ଟି ସ୍ତରୀକୃତ ପ୍ୟାକେଜକୁ ଗ୍ରହଣ କରାଯାଇଛି। ୪୬୯ଟି ପ୍ୟାକେଜର ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ସଂଶୋଧିତ ପ୍ୟାକେଜର ମୁଖ୍ୟ ଆକର୍ଷଣ ହେଉଛି, ଚିକିତ୍ସାର ସମୟ ସୀମାକୁ ଅପରିବର୍ତ୍ତନ ରଖାଯାଇ ୫୫୪ଟି ପ୍ୟାକେଜକୁ ବନ୍ଦ କରାଯାଇଛି। ଏହା ସହ ୫୭ଟି ପ୍ୟାକେଜ ଦର ହ୍ରାସ କରାଯାଇଛି।

ଏଚବିପି ୧.୦ରେ ପିଏମଜେଏୱାଇ (PMJAY)ର ୧,୩୯୩ ଚିକିତ୍ସା ପ୍ୟାକେଜ ଥିଲା। ଯେଉଁଥିରେ ୧,୦୮୩ ସର୍ଜିକଲ, ୩୦୯ ମେଡିକଲ ଏବଂ ଗୋଟିଏ ଅନିର୍ଦ୍ଦିଷ୍ଟ ପ୍ୟାକେଜ ଥିଲା। କିନ୍ତୁ ଏଚବିପି ୨.୦ ଯୋଜନାରେ ୧,୫୭୮ ପ୍ରକ୍ରିୟା ସହ ୮୭୨ଟି ଚିକିତ୍ସା ପ୍ୟାକେଜ ରହିଛି। ଯେଉଁଥିରୁ ୬୧୨ ସର୍ଜିକଲ ପ୍ୟାକେଜରୁ ୧୦୫୨ ପ୍ରକ୍ରିୟା ଏବଂ ୨୬୦ଟି ମେଡିକାଲ ପ୍ୟାକେଜ ୫୨୬ଟି ଚିକିତ୍ସା ପାକେଜ୍ ସାମିଲ ରହିଛି।

ଜାତୀୟ ସ୍ବାସ୍ଥ୍ୟ ପ୍ରଧିକରଣର ଦୃଢ ବିଶ୍ବାସ ଯେ, ଏଚବିପି ୨.୦ରେ ଅଧିକରୁ ଅଧିକ ଘରୋଇ ହସ୍ପିଟାଲକୁ ତାଲିକାଭୁକ୍ତ କରିବା ସହ ଅଧିକରୁ ଅଧିକ ଗରିବ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟସୁବିଧା ଯୋଗାଇ ଦେବେ ଏବଂ ସେମାନେ ସ୍ବାସ୍ଥ୍ୟସୁବିଧା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ବିବେଚିତ ହେବେ। ସାର୍ବଜନୀନ ସ୍ବାସ୍ଥ୍ୟ ସୁବିଧାର ବ୍ୟାପକତା ପାଇଁ ଭାରତ ରଖିଥିବା ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ବରିଷ୍ଠ ପଦକ୍ଷେପ ହେବ ବୋଲି ରାଷ୍ଟ୍ରୟୀ ସ୍ବାସ୍ଥ୍ୟ କରଣ ପକ୍ଷରୁ କୁହାଯାଇଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories