bjd gruha runa

ମୂଳସ୍ତରରୁ ଅସୁସ୍ଥତାର ଚିକିତ୍ସା କରୁଛି ଆୟୁର୍ବେଦ

BJD Bijuli 480×75 Mob

ଭୁବନେଶ୍ୱର: କୋଭିଡ-୧୯ର ଦ୍ୱିତୀୟ ଲହର ପରବର୍ତ୍ତୀ ସମୟରେ ଆମ ସମସ୍ତଙ୍କ ପାଇଁ ଗତ କିଛିମାସ ଅତ୍ୟନ୍ତ କଷ୍ଟକର ହୋଇପଡିଛି। ଅନେକ ଲୋକ କୋଭିଡରୁ ସୁସ୍ଥ ହୋଇସାରିଛନ୍ତି, କିନ୍ତୁ ଶ୍ୱାସପ୍ରଶ୍ୱାସରେ ସମସ୍ୟା, ବିଭିନ୍ନ ଅଙ୍ଗରେ ଦୁର୍ବଳତା, ହଜମ ଜନିତ ସମସ୍ୟା, ମାନସିକ ଚାପ, ଅବସାଦ, ନିମ୍ନ ରୋଗ ପ୍ରତିରୋଧ ଶକ୍ତି ଏବଂ ସାମର୍ଥ୍ୟ ଓ ଶକ୍ତିର ଅଭାବ ଭଳି କୋଭିଡ ପରବର୍ତ୍ତୀ ପ୍ରଭାବଗୁଡିକ ସହିତ ମୁକାବିଲା କରୁଛନ୍ତି। ଜଣେ କୋଭିଡରୁ ଆରୋଗ୍ୟ ଲାଭ କରିବାର ୨-୩ ମାସ ପରେ ମଧ୍ୟ କୋଭିଡ ପରବର୍ତ୍ତୀ ପ୍ରଭାବ ଅନୁଭବ କରିପାରିବେ। ମୁଣ୍ଡବିନ୍ଧା, କେଶ ଝଡିବା, ବାନ୍ତି ଲାଗିବା, କଫ, ଶରୀର ବିନ୍ଧା ଏବଂ ଛାତି ଧଡଧଡ ହେବା ଆଦି କେତେକ ସାଧାରଣରେ ପରିଲକ୍ଷିତ ହେଉଥିବା ଲକ୍ଷଣ ଅଟେ। ଆୟୁର୍ବେଦ ମୂଳସ୍ତରରୁ ଏହିସବୁ ସମସ୍ୟାଗୁଡିକର ଚିକିତ୍ସା କରିପାରିବ। କାରଣ ଆୟୁର୍ବେଦ ବିଶ୍ୱର ଅନ୍ୟତମ ପ୍ରାଚୀନ ପୂର୍ଣ୍ଣାଙ୍ଗ ଚିକିତ୍ସା ପଦ୍ଧତି ଏବଂ ଏହା ଭାରତରେ ୩୦୦୦ ବର୍ଷରୁ ଅଧିକ ସମୟ ପୂର୍ବେ ବିକଶିତ ହୋଇଥିଲା। ଆୟୁର୍ବେଦ ମୂଳ ସ୍ତରରୁ କାର୍ଯ୍ୟ କରିଥାଏ ଏବଂ ଦୀର୍ଘକାଳୀନ ଆଶ୍ୱସ୍ତି ପ୍ରଦାନକରେ।
ସ୍ୱାସ୍ଥ୍ୟଗତ ଚିନ୍ତା ଯେତେବେଳେ ଆମ ପାଇଁ ଅଗ୍ରାଧିକାର ବିଷୟ ହୋଇଛି, ସେହି ସମୟରେ ଆୟୁର୍ବେଦ ସେହି ସମସ୍ୟାର ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଜନସାଧାରଣଙ୍କୁ ଆୟୁର୍ବେଦ ଚିକିତ୍ସା ସୁବିଧା ପହଞ୍ଚାଇବା ସକାଶେ ବିଶ୍ୱର ଅନ୍ୟତମ ଅଗ୍ରଣୀ ଆୟୁର୍ବେଦ ଚିକିତ୍ସା ଅନୁଷ୍ଠାନ ଜିଭା ଆୟୁର୍ବେଦ ଦେଶବ୍ୟାପୀ ଏକ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଅଭିଯାନ ଆୟୋଜନ କରୁଛି। ଚଳିତ ଅଗଷ୍ଟ ୬ରୁ ୧୮ ପର୍ଯ୍ୟନ୍ତ ଦେଶବ୍ୟାପୀ ଏହାର ଥିବା ୮୦ରୁ ଅଧିକ କ୍ଲନିକ୍‍ରେ ଆୟୋଜନ କରାଯାଉଥିବା ଏହି କାର୍ଯ୍ୟକ୍ରମ ଦ୍ୱାରା ୫୦,୦୦୦ରୁ ଅଧିକ ଲୋକ ଉପକୃତ ହେବା ଆଶା କରାଯାଉଛି। ଜିଭା ଆୟୁର୍ବେଦର ଅଭିଜ୍ଞ ବିଶେଷଜ୍ଞମାନେ ମୂଳସ୍ତରରୁ କାରଣ ଜାଣିବା ଆଧାରିତ, ବ୍ୟକ୍ତିଗତ ଚିକିତ୍ସା ଯୋଗାଇବା ସହିତ ଖାଦ୍ୟ ସାରଣୀ ଏବଂ ଜୀବନଶୈଳୀ ଯୋଜନା ସମ୍ପର୍କରେ ମାର୍ଗଦର୍ଶନ ଉପରେ ଦୃଷ୍ଟିନିବଦ୍ଧ କରୁଛନ୍ତି। ଜିଭା ଆୟୁର୍ବେଦର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ମାଗଣାରେ ସ୍ୱାସ୍ଥ୍ୟ ପରାମର୍ଶ ଯୋଗାଇ ଦିଆଯିବ। ଏହି ପରାମର୍ଶ ତିନିମାସ ସମୟ ପାଇଁ ବୈଧ ରହିବ।

Comments are closed.