www.samajalive.in
Saturday, December 6, 2025
17.1 C
Bhubaneswar

ଦୀପାବଳିରେ ଅଯୋଧ୍ୟାରେ ଜଳିବ ୨୮ଲକ୍ଷ ଦୀପ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ କରି ଦୀପାବଳି ଉତ୍ସବ ପାଳନ କରାଯିବ। ଏଥିପାଇଁ ଉତ୍ତରପ୍ରଦେଶ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଦୀପାବଳି ପାଇଁ ସରଜୁ ନଦୀ କୂଳରେ ୨୮ଲକ୍ଷ ଦୀପ ଜଳାଇବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ଅଯୋଧ୍ୟା ନଗରୀରେ ଦୀପୋତ୍ସବ ପାଳନ କରାଯାଇ ଆସୁଥିଲା। ମାତ୍ର ରାମ ମନ୍ଦିର ପ୍ରତିଷ୍ଠା ପରେ ପ୍ରଥମ କରି ଦୀପୋତ୍ସବ  ପାଳନ କରାଯାଉଥିବାରୁ ଏଥର ବିଶ୍ବ ରେକର୍ଡ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଦୀପଗୁଡିକୁ ବିଭିନ୍ନ ଆକାରରେ ସଜାଯାଇ ଜଳାଯିବ। ଯାହା ଭଗବାନ ଶ୍ରୀରାମଙ୍କ ବିଭିନ୍ନ ଜୀବନୀକୁ ପ୍ରଦର୍ଶିତ କରିବ। ୮୦ହଜାର ଦୀପରେ ସ୍ବସ୍ତିକ ଆକାରର ଦୀପ ଜଳାଯିବ। ସରଜୁ ନଦୀର ୫୫ଟି ଘାଟରେ ୨୦ଲକ୍ଷ ଦୀପ ଜଳାଯିବ। ମନ୍ଦିର ପରିସର ଓ ଅନ୍ୟାନ୍ୟ ସ୍ଥାନରେ ଅବଶିଷ୍ଟ ୮ଲକ୍ଷ ଦୀପ ଜଳାଯିବ। ଏଥିପାଇଁ ୩୦ହଜାର ​ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ଏହି କାର୍ଯ୍ୟ ତଦାରଖ ଲାଗି ୨୦୦୦ ସୁପରଭାଇଜର ଓ କୋଅର୍ଡିନେଟର ନିଯୁକ୍ତ ହୋଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଦୀପ ଜଳାଇବାରେ ମହମ ବ୍ୟବହାର କରାଯିବ। ଅକ୍ଟୋବର ୩୦ ସନ୍ଧ୍ୟାରେ ଏହି ଦୀପୋତ୍ସବ  ପାଳନ କରାଯିବ ବୋଲି ଉତ୍ସବର ନୋଡାଲ ଅଧିକାରୀ ସନ୍ଥ ସରନ ମିଶ୍ର କହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories