ନୂଆଦିଲ୍ଲୀ: ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ୫୧ ହଜାର ଯୁବକ ଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ରୋଜଗାର ମେଳା ଜରିଆରେ ନିଯୁକ୍ତି ପତ୍ର ବଣ୍ଟାଯାଇଛି। ଦେଶର ପ୍ରାୟ ୪୦ଟି ସ୍ଥାନରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଥିବା ନିଯୁକ୍ତି ମେଳାରେ କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରୀ ଜୁଏଲ ଓରାମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଚୟନ ପ୍ରାର୍ଥୀ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ଗ୍ରହଣର ସୁଯୋଗ ପାଇବେ। ତେବେ ଦେଶରେ ନିଯୁକ୍ତି ସୃଷ୍ଟିକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।
Popular Categories



