ବନ୍ଧୁକମୁନରେ ବେଲପାହାଡ଼ ଏକ୍ସସିସ୍ ବ୍ୟାଙ୍କରୁ ୧୪ ଲକ୍ଷ ଟଙ୍କା ଲୁଟ
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବେଲପାହାଡ଼ ଗୁମାଡେରା ଠାରେ ଥିବା ଏକ୍ସସିସ୍ ବ୍ୟାଙ୍କରୁ ବୁଧବାର ଅପରାହ୍ନରେ ବନ୍ଧୁକ ମୁନରେ ୧୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଦିନ ୧ଟା ୩୦ ମିନିଟ ସମୟରେ ୫/୬ ଜଣ ଡ଼କାୟତ ମୁହଁରେ କପଡ଼ାବାନ୍ଧି ଏକ ଧଳାରଙ୍ଗର ବିନାନମ୍ବର ସ୍କର୍ପିଓ ଗାଡ଼ିରେ ଆସି ହଠାତ ଏକ୍ସିସିସ ବ୍ୟାଙ୍କ ଭିତରକୁ ପଶି କାଉଣ୍ଟରରେଥିବା ମହିଳା ଏକାଉଣ୍ଟଟେଣ୍ଡକୁ ବନ୍ଧୁକ ଦେଖାଇ ଡ୍ରରେ ରଖାଯାଇଥିବା ପ୍ରାୟ ୧୪ ଲକ୍ଷ ଟଙ୍କା ଲୁଟି ନେବା ସହିତ ବ୍ୟାଙ୍କ ଭିତରେ ଥିବା ୪ ଜଣ ଗ୍ରାହାକ ପପୁ ଶର୍ମା, ଅବଦୁଲ କୁଦରତ ଖାଁ, ସତ୍ୟରଂଜନ ସାହୁ ଓ ଗଗନ ଅଗ୍ରୱାଲଙ୍କୁ ମଧ୍ୟ ଡ଼କାୟତ ମାନେ ମାଡ଼ମାରି ବନ୍ଧୁକ ଦେଖାଇବା ସହିତ ଗ୍ରାହାକ ମାନଙ୍କ ମୋବାଇଲ ନେଇ କଚାଡ଼ି ଭାଙ୍ଗିଦେଇଥିଲେ ।
ବ୍ୟାଙ୍କରେ ଥିବା ସମସ୍ତ କର୍ମଚାରୀ ଓ ଗ୍ରାହାକ ମାନଙ୍କୁ ନେଇ ଗୋଟିଏ କୋଠରୀରେ ଭର୍ତ୍ତିକରି ବାହାରୁ ତାଲ ପକେଇ ଦେଇଥିଲେ । ଡ଼କାୟତି କରିଥିବା ସମସ୍ତଙ୍କ ବୟସ ୨୫ ବର୍ଷ ମଧ୍ୟରେ ହୋଇଥିବା ବ୍ୟାଙ୍କ କର୍ମଚାରୀ ଓ ଗ୍ରାହାକ ମାନେ କହିଛନ୍ତି । ସମସ୍ତ ଡ଼କାୟତ ମାନେ ହିନ୍ଧୀରେ କଥାବାର୍ତ୍ତ କରୁଥିଲେ । ଡ଼କାୟତି କରି ଫେରିଲା ବେଳକୁ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାର ଡ଼ିଭିଆରକୁ ଭାଙ୍ଗିଦେଇଥିବାବେଳେ ଲାଇଟ ଅଫକରି ଡ଼କାୟତ ମାନେ ଫେରାର ହୋଇଯାଇଥିଲେ । ଡ଼କାୟତି ପରେ କେତେକ ଗ୍ରାହାକ ବ୍ୟାଙ୍କକୁ ଆସିବାରୁ ଏହି ଡ଼କାୟତି ସଂପର୍କରେ ଜଣାପଡ଼ିଥିଲା ।
ଘଟଣା ସ୍ଥଳରେ ଝାରସୁଗୁଡ଼ା ଏସିପି ଅଶ୍ୱିନୀ ମହାନ୍ତି, ବ୍ରଜରାଜନଗର ଏସ୍ଡ଼ିପିଓ ନୃପଚରଣ ଡ଼ନସନା, ବେଲପାହାଡ଼ ଥାନା ଅଧିକାରୀ ରଶ୍ମିତା ବେହେରା, ବ୍ରଜରାଜନଗର ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି ।
Comments are closed.