www.samajalive.in
Sunday, December 14, 2025
19.1 C
Bhubaneswar

ପଣ୍ଡିଆପାଲିରେ ବନାଗ୍ନି ସଚେତନତା କାର୍ଯ୍ୟକ୍ରମ 

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବନାଞ୍ଚଳ ପକ୍ଷରୁ ରେଙ୍ଗାଲି ବନାଞ୍ଚଳ ଅନ୍ତର୍ଗତ ପଣ୍ଡିଆପାଲି  ଗ୍ରାମରେ ରବିବାର  ବନାଗ୍ନି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ଅନୁଷ୍ଠିତ କାର୍ଯ୍ୟକ୍ରମରେ ରେଙ୍ଗାଲି ବନାଞ୍ଚଳ ଅଧିକାରୀ ପୃଥିବୀରାଜ ବେହେରା, ବନପାଳ ସୁଶାନ୍ତ ମହାପାତ୍ର, ବନରକ୍ଷୀ ରୀତା ସାହୁ, ଟିମ୍ ଲିଡର ଗୋକୁଳ ମହାରଣା ଯୋଗ ଦେଇ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ହେଉଥିବା କ୍ଷତି ଓ ପରିବେଶ ଉପରେ ଏହାର କୁପ୍ରଭାବ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଜଙ୍ଗଲ ଆମର ଜାତୀୟ ସମ୍ପତ୍ତି ଓ ଜୀବ ଜଗତର ବନ୍ଧୁ ତେଣୁ ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ବ ଓ କର୍ତ୍ତବ୍ୟ। ତେଣୁ ଜଙ୍ଗଲରେ ନିଆଁ ନଲଗାଇବାକୁ ସମସ୍ତେ ଶପଥ ନେବାକୁ ବନପାଳ ଶ୍ରୀ ବେହେରା ଆହ୍ବାନ ଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ପଣ୍ଡିଆପାଲି ଅଞ୍ଚଳର ମହିଲା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବନ ସୁରକ୍ଷା ସମିତିର ସଭ୍ୟ ଓ କର୍ମକର୍ତ୍ତା ଯୋଗଦେଇ ଥିଲେ। ଏହି ଅବସରରେ ଯୋଗଦେଇ ଦେଇଥିବା ମହିଳା ଏବଂ ପୁରୁଷ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories