www.samajalive.in
Saturday, December 6, 2025
14.1 C
Bhubaneswar

ଅଭିଜିତ ଆୟାରଙ୍କୁ ମିଳିଲା ଜାମିନ

କଟକ : ଶେଷ​‌ରେ ଅଭିଜିତ ଆୟାର ମିତ୍ରଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଆୟାରଙ୍କୁ କୋଣାର୍କ ଥାନା ଓ ସହିଦ ନଗର ଥାନାରେ ରୁଜୁ ହୋଇଥିବା ମାମଲାରେ ଜାମିନ ମିଳିଥିବା ଜଣାପଡିଛି। ତେବେ ଜାମିନ ବେ​‌ଳେ ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଓଡିଶା ଓ କୋଣାର୍କ ପ୍ରତି ଖରାପ ମନ୍ତବ୍ୟ ନେଇ ଅଭିଜିତ ଆୟାରଙ୍କୁ ଗିରଫ କରାଯାଇଥିଲା। ମଙ୍ଗଳବାର ଦିନ ରାଜ୍ୟ ସରକାର ତାଙ୍କୁ କ୍ଷମା କରିବା ସହ ତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଥିଲେ। ଅଭିଜିତ ରାଜ୍ୟ ସରକାରଙ୍କୁ କରିଥିବା ଆବେଦନ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିଲା।

- Advertisement -

ମାମଲା ପ୍ରତ୍ୟାହାର କରିବା ନିମନ୍ତେ ଅଭିଜିତ ପୂର୍ବରୁ କୋର୍ଟରେ ଆବେଦନ କରିଥିଲେ। ସେ ଏ ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ଚିଠି ଲେଖିଥିଲେ। ଅମିଜିତ ନିଜର ମନ୍ତବ୍ୟ ପାଇଁ କ୍ଷମା ମଧ୍ୟ ପ୍ରାର୍ଥନା କରିବା ସହ ଓଡିଶାବାସୀଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ନଭେମ୍ବର ୧୬ ତାରିଖରେ ବିଧାନସଭା ଗୃହ କମିଟି ପକ୍ଷରୁ ଅଭିଜିତଙ୍କୁ କ୍ଷମା ଦିଆଯାଇଥିଲା। ଏହି ବିଷୟକୁ ବିଚାରକୁ ନେଇ ରାଜ୍ୟ ସରକାର ଅଭିଜିତ ଆୟାରଙ୍କ ବିରୋଧରେ ଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories