www.samajalive.in
Saturday, December 6, 2025
23.1 C
Bhubaneswar

ଦାନରେ ଗର୍ଭାଶୟ: ଜନ୍ମନେଲା ଶିଶୁ

ନୂଆଦିଲ୍ଲୀ: ବ୍ରାଜିଲର ଡାକ୍ତରଙ୍କୁ ଶିଶୁ ଜନ୍ମ କ୍ଷେତ୍ରରେ ବଡ଼ ଧରଣର ସଫଳତା ମିଳିଛି। ମେଡିକାଲ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମୃତ ମହିଳାଙ୍କ ଗର୍ଭାଶୟରୁ ଏକ ଶିଶୁର ଜନ୍ମ ହୋଇପାରିଛି। ପୂର୍ବରୁ ବହୁଥର ମୃତ ମହିଳାଙ୍କ ଗର୍ଭାଶୟ ଟ୍ରାନ୍ସପ୍ଲାଣ୍ଟ କରିବାକୁ ଉଦ୍ୟମ କରାଯାଇ ଥିଲା,ତେବେ ତାହା ବିଫଳ ହୋଇଥିଲା।
ଏକ ଇଂରାଜୀ ୱେବସାଇଟର ତଥ୍ୟ ଅନୁଯାୟୀ, ସୋଓ ପାଉଲୋ ବିଶ୍ୱବିଦ୍ୟାଳୟର ଡାକ୍ତର ଡାନୀ ଇଜେନବର୍ଗଙ୍କ କହିବା ଅନୁସାରେ ଜଣେ ମୃତ ମହିଳାଙ୍କ ଗର୍ଭାଶୟର ଟ୍ରାନ୍ସପ୍ଲାଣ୍ଟ ସେପ୍ଟେମ୍ବର ୨୦୧୬ରେ କରାଯାଇ ଥିଲା। ଜଣେ ୩୨ ବର୍ଷିୟା ମହିଳାଙ୍କ ଶରୀରରେ ଏହି ଗର୍ଭାଶୟ ଲଗାଯାଇଥିଲା। ଏହି ମହିଳା ଜନ୍ମରୁ ଗର୍ଭାଶୟ ବିନା ଜନ୍ମ ହୋଇଥିଲେ। ମୃତ ମହିଳାଙ୍କ ବୟସ ୪୫ବର୍ଷ ହୋଇଥିବାବେଳେ ତାହା ସଫଳତାର ସହ ଅନ୍ୟ ମହିଳାଙ୍କ ଶରୀରରେ ଲାଗିଥିଲା। ହୃଦଘାତରେ ମୃତ ମହିଳାଙ୍କ ୩ଟି ସନ୍ତାନ ଥିଲେ।
ପୂର୍ବରୁ ଏଭଳି ୧୦ଟି ପ୍ରୟୋଗ ଆମେରିକା, ତୁର୍କୀ ପରି ଦେଶରେ କରା ଯାଇଥିଲା। ତେବେ ତାହା ବିଫଳ ହୋଇଥିଲା।
ଦାନର ଗର୍ଭାଶୟରୁ ଗତ ବର୍ଷ ଶିଶୁ ଜନ୍ମ ନେବା ପରେ ଶିଶୁ ଓ ମା’ର ସ୍ୱାସ୍ଥ୍ୟ ଠିକ ରହିଛି। ଡାକ୍ତରମାନେ ମହିଳା ଅନ୍ତଃସତ୍ତ୍ୱା ହେବା ପରଠାରୁ ବିଭିନ୍ନ ପରୀକ୍ଷା ଦ୍ୱାରା ମା’ ଓ ଶିଶୁର ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ।
ଜୀବିତ ମହିଳାଙ୍କ ଗର୍ଭାଶୟ ଟ୍ରାନ୍ସପ୍ଲାଣ୍ଟ ୨୦୧୪ ରେ ସ୍ୱିଡେନରେ ପ୍ରଥମ ଥର କରାଯାଇ ଥିଲା। ଏହାର ସଫଳତା ପରେ ଅନୁରୂପ ପଦ୍ଧତିରେ ପରବର୍ତ୍ତୀ ସମୟରେ ୧୦ଟି ମହିଳାଙ୍କୁ ଗର୍ଭାଶୟ ଦାନ କରାଯାଇ ସେମାନେ ସଫଳତାର ସହ ଶିଶୁକୁ ଜନ୍ମ ଦେଇଥିଲେ। ତେବେ ମୃତ ମହିଳାଙ୍କ ଗର୍ଭାଶୟରୁ ପ୍ରଥମ ଥର ପାଇଁ ଶିଶୁ ଜନ୍ମଗ୍ରହଣ କରିବା ବିଶ୍ୱ ମେଡିକାଲ ବିଜ୍ଞାନ ପାଇଁ ବଡ଼ ଉପଲବ୍ଧି ବୋଲି କୁହାଯାଇ ପାରେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories