www.samajalive.in
Sunday, December 7, 2025
14.1 C
Bhubaneswar

ସିବିଆଇ ମୁଖ୍ୟାଳୟରେ ଆରମ୍ଭ ହେଲା ମିଶେଲଙ୍କୁ ଜେରା:ପଟିଆଲା ହାଉସ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ:ଅଗଷ୍ଟା ବେଷ୍ଟଲ୍ୟାଣ୍ଡ ମାମଲାରେ ମଧ୍ୟସ୍ତିର ଭୂମିକାରେ ଥିବା କ୍ରିଶ୍ଚିୟାନ ମିଶେଲଙ୍କୁ ବ୍ୟାପକ ଉଦ୍ୟମ ପରେ ଭାରତକୁ ପ୍ରତ୍ୟାର୍ପଣ କରିବାରେ ସିବିଆଇ ସଫଳ ହୋଇଛି। ମିଶେଲଙ୍କୁ ନେଇ ଦୁବାଇରୁ ଉଡ଼ିଥିବା ବିମାନ ମଙ୍ଗଳବାର ରାତି ୧୦ଟା ୩୫ମିରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ôଚ ଥିଲା। ରାତି ତମାମ ମିଶେଲଙ୍କୁ ସିବିଆଇ ମୁଖ୍ୟାଳୟରେ ରଖାଯାଇ ଥିଲା। ବୁଧବାର ସକାଳୁ ମିଶେଲଙ୍କ ଜେରା ଆରମ୍ଭ ହୋଇଥିଲା। ମିଶେଲଙ୍କୁ ରିମାଣ୍ଡରେ ନେବା ପାଇଁ ସିବିଆଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ମିଶେଲଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ଚାଲିଥିବା ଅପରେସନକୁ ବେଶ୍‍ ଗୋପନୀୟ ରଖାଯାଇ ଥିଲା। ଏହି ଅପରେସନର ନାମ ୟନିକର୍ଣ୍ଣ ରଖାଯାଇ ଥିଲା। ଏହାର ଖିଅ ରାଷ୍ଟ୍ରୀୟ ପରାମର୍ଶଦାତା ଅଜିତ ଡୋଭାଲଙ୍କ ହାତରେ ଥିଲା। ଏହି ଅପରେସନ ଇଣ୍ଟରପୋଲ ଓ ସିବିଆଇ ମିଳିତ ପ୍ରୟାସରେ କରାଯାଇ ଥିଲା।
ବିମାନବନ୍ଦରରେ ଦୀର୍ଘ ୨ଘଣ୍ଟା ସମୟ ଧରି କାଗଜପତ୍ର କାର୍ଯ୍ୟ ଚାଲିବା ପରେ ମିଶେଲଙ୍କୁ ସିବିଆଇ ମୁଖ୍ୟାଳୟକୁ ପଠାଇ ଦିଆଗଲା। ଅଗସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତଙ୍କ ସହ ମିଶେଲଙ୍କୁ ମୁହାଁମୁହିଁ ଜେରା କରିବାର କାର୍ଯ୍ୟକ୍ରମ ରହିଛି।
ମିଶେଲଙ୍କ ନାମରେ ଇଣ୍ଡରପୋଲରୁ ନୋଟିସ ଜାରି ହେବା ପରେ ଭାରତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ମିଶେଲଙ୍କୁ ବିଭିନ୍ନ ଦେଶରେ ଖୋଜାଖୋଜି ଆରମ୍ଭ କରାଯାଇ ଥିଲା। ଫେବୃୟାରୀ ୨୦୧୭ରେ ମିଶେଲ ଦୁବାଇରୁ ଗିରଫ ହୋଇଥିଲେ। ୧୯ମାର୍ଚ୍ଚ ୨୦୧୭ରେ ମିଶେଲ ଗିରଫ ହେବା ପରେ ଭାରତ ମିଶେଲଙ୍କୁ ଆଣିବା ପାଇଁ ଦୁବାଇ ସହ ଆଲୋଚନା ଆରମ୍ଭ କରିଥିଲା।
ବିଗତ ଦିନରେ ଦୁବାଇ ଜେଲରେ ବନ୍ଦି ଅବସ୍ଥାରେ ଥିବା ମିଶେଲର ଏକ ସାକ୍ଷାତକ।।ର ଇଣ୍ଡିଆ ଟୁଡେ ନାମକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ନିଆଯାଇ ଥିଲା। ଏହି ସାକ୍ଷାତକାରରେ ୟୁପିଏ ସରକାରଙ୍କ କୌଣସି ନେତା ଉକ୍ତ ଡିଲରେ ସାମିଲ ନଥିବା ପ୍ରକାଶ କରିଛନ୍ତି। ପରବର୍ତ୍ତୀ ସମୟରେ ମିଶେଲଙ୍କୁ ଆଉ ଏକ ଡିଲରେ ସ୍ୱାକ୍ଷର କରିବାକୁ ଚାପ ଦିଆଯାଇ ଥିଲା। ତେବେ ଏହାକୁ ମିଶେଲ ଅସ୍ୱୀକାର କରିଥିଲେ। ମୋଟ୍‍ ୩୬୦୦କୋଟି ବିନିମୟରେ ଅଗସ୍ତା ୱେଷ୍ଟଲ୍ୟାଣ୍ଡ କ୍ରୟ କରାଯାଇ ଥିଲା। ଏହି କିଣାବିକା ପାଇଁ କଂଗ୍ରେସର ବରିଷ୍ଠ ନେତୃତ୍ୱଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିଲା। ଏହି ଦୁର୍ନୀତିରେ ମିଶେଲ ଓ ଅନ୍ୟାନ୍ୟ ଅଭିଯୁକ୍ତ ମିଳିତ ଭାବେ ଚକ୍ରାନ୍ତ କରିଥିବା ସିବିଆଇ ଅଭିଯୋଗ କରିଛି। ଭିଭିଆଇପି ହେଲିକପ୍ଟର ୬ହଜାର କିମି ଊଦ୍ଧ୍ୱର୍ରେ ଉଠିବାର କ୍ଷମତାକୁ ପରବର୍ତ୍ତୀ ସମୟରେ ୪ହଜାର ୫ଶହ କିମିକୁ କମାଇ ଦିଆଯାଇ ଥିଲା। ଏଭଳି ପରିବର୍ତ୍ତନ କରି କଂଗ୍ରେସର ବରିଷ୍ଠ ନେତୃମଣ୍ଡଳୀ ଦୁର୍ନୀିତିରେ ଫସିଥିଲେ।
୮ଫେବୃୟାରୀ ୨୦୧୦ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ବ୍ରିଟେନର ଅଗସ୍ତା ୱେଷ୍ଟଲ୍ୟାଣ୍ଡ ଲି. ନାମରେ ୫୫.୬୨କୋଟି ୟୁରୋ କ୍ଷତିପୂରଣ ବାବଦକୁ ମାମଲା ରୁଜୁ କରାଯାଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories