www.samajalive.in
Monday, December 8, 2025
14.1 C
Bhubaneswar

ଶ୍ରୀଲଙ୍କା ବିପକ୍ଷ ଟି-୨୦ ରେ ୩-୦ରେ ସିରିଜ୍ ପୋଛିନେଲା ଅଷ୍ଟ୍ରେଲିଆ

ମେଲ୍‌ବୋର୍ଣ୍ଣ: ଭ୍ରମଣକାରୀ ଶ୍ରୀଲଙ୍କା ଦଳ ବିପକ୍ଷରେ ଘରୋଇ ଟ୍ବେଣ୍ଟି୨୦ ସିରିଜ୍‌ରେ ଡେଭିଡ୍ ୱାର୍ଣ୍ଣର ତାଙ୍କ ଚମତ୍କାର ବ୍ୟାଟିଂ ଫର୍ମ ଜାରି ରଖିଛନ୍ତି। କ୍ରମାଗତ ୩ୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଏହି ଓପ୍‌ନର ଅପରାଜିତ ରହିଛନ୍ତି। ଫଳରେ ୩ଟିଯାକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅପରାଜିତ ରହିବାରେ ସଫଳ ହୋଇଛି। ଶୁକ୍ରବାର ଖେଳା ଯାଇଥିବା ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୭ ୱିକେଟରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। କୁଶଳ ପରେରାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଶ୍ରୀଲଙ୍କା ୫୦ ଓଭର ‌ଶେଷରେ ୬ ୱିକେଟରେ ୧୪୨ ରନ୍ କରି ପାରିଥିଲା। ପରେ ୱାର୍ଣ୍ଣରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୭.୪ ଓଭରରେ ୩ ୱିକେଟ ହରାଇ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଏହି ବିଜୟ ଫଳରେ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍‌କୁ ଅଷ୍ଟ୍ରେଲିଆ ୩-୦ରେ ପୋଛିନେଇଛି।
ଅଷ୍ଟ୍ରେଲିଆ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେବା ପରେ ଶ୍ରୀଲଙ୍କା ମାତ୍ର ୩୩ ରନ୍‌ରେ ଉଭୟ ଓପ୍‌ନରଙ୍କୁ ହରାଇଥିଲା। ନିରୋଶନ୍ ଡିକ୍‌ୱେଲା ବିନା ସ୍କୋର୍‌ରେ ଆଉଟ ହୋଇଥିବା ବେଳେ କୁଶଳ ମେଣ୍ଡିସ୍ ୧୩ ରନ୍‌କରି ବିଦାୟ ନେଇଥିଲେ। ୩ୟ ୱିକେଟ ପାଇଁ କୁଶଳ ପରେରା ଓ ଅଭିକ୍ଷା ଫର୍ଣ୍ଣାଣ୍ଡୋ ୪୩ ରନ୍ ଯୋଡ଼ିଥିଲେ। ଫର୍ଣ୍ଣାଣ୍ଡୋ ୨୨ ବଲ୍‌ରୁ ୨୦ ରନ୍ କରିଥିଲେ। ଓସାଡା ଫର୍ଣ୍ଣାଣ୍ଡୋ ୬ ଓ ସେହାନ୍ ଜୟସୂରିୟା ୧୨ ରନ୍ କରିଥିଲେ। ବାମହାତି କୁଶଳ ପରେରା ୪୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୭ ରନ୍ କରିଥିଲେ। ଘରୋଇ ଦଳର ୩ ଫାଷ୍ଟବୋଲର ମିଚେଲ ଷ୍ଟାର୍କ, କେନ୍ ରିଚାର୍ଡସନ୍ ଓ ପ୍ୟାଟ୍ କମିନ୍‌ସ ୨ଟି ଲେଖାଏଁ ୱିକେଟ ପାଇଥିଲେ। ଦୃଢ଼ତାର ସହ ଅଷ୍ଟ୍ରେଲିଆ ୧୪୩ ରନ୍‌ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଓପ୍‌ନିଂ ଯୋଡ଼ିରେ କଙ୍ଗାରୁଦଳ ୯ମ ଓଭରରେ ୬୯ ରନ୍‌ ଯୋଗ କରିଥିଲେ। ଅଧିନାୟକ ଆରୋନ୍ ଫିଞ୍ଚ୍ ୨୫ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୭ ରନ୍‌କରି ଆଉଟ ହୋଇଥିଲେ। ଷ୍ଟିଭେନ୍ ସ୍ମିଥ୍ ୯ ବଲ୍‌ରୁ ୨ଟି ଚୌକା ସହ ୧୩ ରନ୍ କରିଥିଲେ। ବେନ୍ ମ୍ୟାକ୍‌ଡରମଟ୍‌ ୫ ରନ୍ କରି ପାରିଥିଲେ। ୯୯ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ଡେଭିଡ୍‌ ୱାର୍ଣ୍ଣର ଓ ଆଷ୍ଟନ୍ ଟର୍ନର ଆଉ ୱିକେଟ ପଡ଼ିବାକୁ ଦେଇନଥିଲେ। ଟର୍ନର ୧୫ ବଲ୍‌ରୁ ୨ଟି ଛକା ସହ ୨୨ ରନ୍ କରିଥିଲେ। ବାମହାତି ଡେଭିଡ୍ ୱାର୍ଣ୍ଣର ୫୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୭ ରନ୍‌କରି ଅପରାଜିତ ଥିଲେ। ୱାର୍ଣ୍ଣର ଏହି ସିରିଜ୍‌ରେ ଆଦୌ ଆଉଟ୍‌ ନ ହୋଇ ୨୧୭ ରନ୍ କରିଛନ୍ତି। ୱାର୍ଣ୍ଣର ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories