ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁର ଦୈନିକ ସଂକ୍ରମଣ ୩ ଲକ୍ଷ ଅତିକ୍ରମ କରିସାରିଛି। ପ୍ରତିଦିନ ୨ ହଜାରରୁ ଅଧିକ ରୋଗୀ ପ୍ରାଣ ହରାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ପକ୍ଷରୁ ଭାରତକୁ ବିମାନ ଉଡ଼ାଣ ଉପରେ କଟକଣା ଲାଗୁ କରାଯାଉଛି। ସେହିପରି ଭାରତରୁ ଆସୁଥିବା ବିମାନ ଉପରେ ବି ପ୍ରତିବନ୍ଧକ ଲଗାଯାଉଛି। ଏହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆ ପକ୍ଷରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଭାରତରୁ ଆସିବାକୁ ଥିବା ସମସ୍ତ ବିମାନ ଉଡ଼ାଣକୁ ରଦ୍ଦ କରିଦିଆଯାଇଛି। ମଙ୍ଗଳବାର ଏ ନେଇ ଅଷ୍ଟ୍ରେଲିଆ ସରକାର ଘୋଷଣା କରିଛନ୍ତି।
Popular Categories



