www.samajalive.in
Saturday, December 6, 2025
14.1 C
Bhubaneswar

ଆକର୍ଷଣ ବ୍ୟକ୍ତିତ୍ବ ପାଇଁ ରାଶି ଅନୁସାରେ କରନ୍ତୁ ଏହି ଉପାୟ !

ଆକର୍ଷଣ ବ୍ୟକ୍ତିତ୍ବକୁ ସମସ୍ତେ ପସନ୍ଦ କରିଥାଆନ୍ତି । ଏଥିପାଇଁ ଲୋକେ ଅନେକ ଉପାୟ କରିଥାଆନ୍ତି । ଜ୍ୟୋତିଷଶାସ୍ତ୍ରରେ ଗ୍ରହ-ନକ୍ଷେତ୍ର ଉପାୟ ଦ୍ବାରା ଆକର୍ଷଣ ବ୍ୟକ୍ତିତ୍ବ ପାଇବାର କିଛି ବିଶେଷ ଉପାୟ ରହିଛି । ଏହି ଉପାୟ ଗୁଡିକୁ ଶୁକ୍ରବାର କରିବା ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଆକର୍ଷଣ ହୋଇଥାଏ ।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରୂପ, ସୌନ୍ଦର୍ଯ୍ୟ, ଆକର୍ଷଣ ଓ ଗ୍ଲାମର ର କାରକ ହେଉଛନ୍ତି ଶୁକ୍ରଗ୍ରହ । ଶୁକ୍ରଗ୍ରହର ସ୍ବାମୀ ଇନ୍ଦ୍ର, ଏହାର ଦେବୀ ଲକ୍ଷ୍ମୀ ଓ ଦେବତା ହେଉଛନ୍ତି କାମଦେବ । ଯେଉଁମାନଙ୍କ ଜାତକରେ ଶୁକ୍ରଗ୍ରହ ମଜଭୁତ୍ ଏବଂ ଶୁଭ ସ୍ଥାନରେ ରହିଥାଏ, ସେମାନଙ୍କ ମଧ୍ୟରେ ବିଶେଷ ଉଜ୍ବଳତା ଦେଖିବାକୁ ମିଳେ । ଲକ୍ଷ୍ମୀ ଧନ ସହ ସୌନ୍ଦର୍ଯ୍ୟ, ଆକର୍ଷଣ ଓ ପ୍ରଭାବୀ ବ୍ୟକ୍ତିତ୍ବ ପ୍ରଦାନ କରିବାର ଦେବୀ ଅଟନ୍ତି । ଜାତକରେ ଶୁକ୍ରଗ୍ରହ ଅଶୁଭ ସ୍ଥାନରେ ରହିଥିଲେ ବ୍ୟକ୍ତି ଅସୁନ୍ଦର ହୋଇଥାଏ । ଶୁକ୍ରଗ୍ରହର ବିଶେଷ ମନ୍ତ୍ର ଜପ କରିବା ଦ୍ବାରା ବ୍ୟକ୍ତିର ଚାରିପଟ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ । ଶୁକ୍ରବାର ବ୍ରତ କରିବା ଦ୍ବାରା ବ୍ୟକ୍ତି ସକାରାତ୍ମକ ଶକ୍ତି ହାସଲ କରିଥାଏ । ଯାହା ଦ୍ବାରା ଆଖିର ଜ୍ୟୋତି ମଧ୍ୟ ବୃଦ୍ଧି ହୋଇଥାଏ ।

- Advertisement -

ଜାତକରେ ଶୁକ୍ର ଖରାପ ସ୍ଥିତିରେ ରହିଥିଲେ ସ୍ପଟିକରେ ତିଆରି ଶିବଲିଙ୍ଗ କରନ୍ତୁ ଏବଂ ୬ ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ । ଶୁକ୍ରଗ୍ରହର ମଜଭୁତ୍ ଓ ଆକର୍ଷଣ ବ୍ୟକ୍ତିତ୍ବ ପାଇଁ ୧୩ ମୁଖୀ ରୁଦ୍ରାକ୍ଷ ଧାରଣା କରନ୍ତୁ । ନିୟମିତ ଦହିରେ ସ୍ନାନ କରିବା ଦ୍ବାରା ବ୍ୟକ୍ତିତ୍ବ ଆକର୍ଷଣ ହୋଇଥାଏ । ଚେହେରାରେ ମୁଲତାନି ମାଟି ଓ ଧଳା ଚନ୍ଦନ ବ୍ୟବହାର କରିବା ଦ୍ବାରା ଆକର୍ଷଣ ବୃଦ୍ଧି ହୋଇଥାଏ ।

ଆକର୍ଷଣ ବ୍ୟକ୍ତିତ୍ବ ପାଇଁ ରାଶି ଅନୁସାରେ କରନ୍ତୁ ଉପାୟ

ମେଷ: କୌଣସି ଗରିବ ମହିଳାଙ୍କୁ ଚିନି ଦାନ କରନ୍ତୁ ।

ବୃଷ: ଶିବଲିଙ୍ଗ ନିକଟରେ ଘିଅରେ ମାଟି ଦୀପ ଜଳାନ୍ତୁ ।

ମିଥୁନ: ଶୟନକକ୍ଷରେ କର୍ପୁର ଜଳାନ୍ତୁ ।

କର୍କଟ: ପୂଜାଘରେ ଚନ୍ଦନ ଧୂପ ଲଗାନ୍ତୁ ।

ସିଂହ: ପର୍ସ ବା ହ୍ୟାଣ୍ଡବ୍ୟାଗରେ ଅତର ପକାନ୍ତୁ ।

କନ୍ୟା: ଦେବୀ ଲକ୍ଷ୍ମୀଙ୍କୁ କମଲଗଟ୍ଟେ ଚଢାନ୍ତୁ ।

ତୁଳା: ମସ୍ତକରେ ଅବିରକୁ ତିଳକ ଭଳି ଲଗାନ୍ତୁ ।

ବିଚ୍ଛା: କୌଣସି ଗରିବ କନ୍ୟାକୁ ଅଟା ଦାନ କରନ୍ତୁ ।

ଧନୁ: କୌଣସି ବୃଦ୍ଧା ଭିକାରୀଙ୍କୁ ରେଶମୀ କପଡା ଦାନ କରନ୍ତୁ ।

ମକର: ଗରିବ ଛୁଆଙ୍କୁ ଖୀରି ଖାଇବାକୁ ଦିଅନ୍ତୁ ।

କୁମ୍ଭ: କୌଣସି ଧର୍ମସ୍ଥାନରେ ଚାଉଳ ଦାନ କରନ୍ତୁ ।

ମୀନ: କୌଣସି ଅପରିଷ୍କାର ନଳାରେ ଗୋଲାପ ଫୁଲ ପକାଇ ଦିଅନ୍ତୁ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories